କେବଳ 4 ଦିନ ମଧ୍ୟରେ ଆଖିର ତଳ ଭାଗରେ ଆସୁଥିବା କଳା ଦାଗ ହୋଇଯିବ ଗାୟବ, ବାସ ଲଗାନ୍ତୁ ଏହି ଗୋଟେ ଜିନିଷ

ଆଖି ସୁନ୍ଦର କରିବା ପାଇଁ ଝିଅମାନେ ବହୁତ ପ୍ରକାରର ମେକଅପ ଜିନିଷ ଲଗାଇଥାନ୍ତି । କିନ୍ତୁ ଯଦି ଆପଣଙ୍କ ଆଖି ତଳ ଭାଗ କଳା ହୋଇ ଯାଇଛି ତେବେ ଏହା ଆପଣଙ୍କ ଆଖି ସହ ଆପଣଙ୍କ ଚେହେରାକୁ ବି ଖରାପ କରିଦିଏ । କହିବାକୁ ଗେଲ କିଛି କିଛି ପୁରୁଷ ଓ ମହିଳାମାନେ ଏହିଭଳି ସମସ୍ୟାର ସାମ୍ନା କରିଥାନ୍ତି । ଆଖିର ତଳ ଅଂସର କଳା ପଡିଯିବାର ମୁଖ୍ୟ କାରଣ ପାଣିର ଅଭାବ, ସଠିକ ନିଦ୍ରା ନ ନେବା କିମ୍ବା ଅଧିକ ଶୋଇବା, ଅଧିକ ଚିନ୍ତା କରିବା ।

ଆଖିର କଳା ଅଂସକୁ ବା ଡାର୍କ ସର୍କଲକୁ ଦୂର କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଆୟୁର୍ବେଦିକ ଉପାୟ ନେଇ ଆସିଛୁ । ଏହି ଆୟୁର୍ବେଦିକ ଉପାୟ ପାଇଁ ଆପଣଙ୍କୁ ଆଳୁ ଓ କାକୁଡି ଦରକାର । ପ୍ରଥମେ ଆପଣ ଆଳୁକୁ ଭଲ ଭାବରେ ଧୋଇ ତାର ଚୋପା ଛଡେଇ ଦିଅନ୍ତୁ ।

କାକୁଡି ଓ ଆଳୁକୁ ଗୁଣ୍ଡ ଗୁଣ୍ଡ କରି ଦିଅନ୍ତୁ । କାରଣ ଆମକୁ ଏଥିରୁ ରସ ବାହାର କରିବାର ଅଛି । ଏହାକୁ ଭଲ ଭାବରେ ଛୋଟ ଛୋଟ ଖଣ୍ଡ କରି ଛାଙ୍କୁଣି ସାହାର୍ଯ୍ୟରେ ଏହାର ରସ ବାହାର କରି ଦିଅନ୍ତୁ । ଏକ ପାତ୍ରରେ ଆପଣ ଗୋଟିଏ ଚାମଚ ଆଳୁ ଓ କାକୁଡି ରସ ନିଅନ୍ତୁ । ଏଥିରେ ଏକ ଚାମଚ ଏଲୋବେରା ରସ ମିଶାନ୍ତୁ । ଯଦି ଆପଣଙ୍କ ପାଖରେ ଏଲୋବେରା ଜେଲ ନା ହିଁ ତେବେ ଏଲୋବେରା ପତ୍ରରୁ ରସ ବାହାର କରି ଏଥିରେ ମିଶାଇ ପାରିବେ । ଏଥିରେ ଅଧ ଚାମଚ ମହୁ ମିଶାନ୍ତୁ ।

ବର୍ତ୍ତମାନ ଏହି ୪ ଟି ସାମଗ୍ରୀକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ବର୍ତ୍ତମାନ ଆଖିର ଡାର୍କ ସର୍କଲକୁ ଦୂର କରିବା ପାଇଁ ଏହି ଘରୋଇ ଉପଚାର ପ୍ରସ୍ତୁତ ହୋଇଗଲା । ଆପଣ ଏହି ମିଶ୍ରଣକୁ ଫ୍ରିଜ ମଧ୍ୟରେ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ରଖି ଦିଅନ୍ତୁ । ୧୦ ରୁ ୧୫ ମିନିଟ ପରେ ଆପଣ ଏହାକୁ ନିଜ ଆଖିର ତଳ ଭାଗରେ ପ୍ରୟୋଗ କରି ପାରିବେ । ଏହି ମିଶ୍ରଣକୁ ୫ ଦିନ ପର୍ଯ୍ୟନ୍ତ ଫ୍ରିଜରେ ରଖି ପାରିବେ । ଆଖିର ତଳ ଭାବରେ ବ୍ୟବହାର କରିବା ପୂର୍ବରୁ ଆପଣ ସେହି ସ୍ଥାନକୁ ଭଲ ଭାବରେ ଧୋଇ ସଫା କରି ଦିଅନ୍ତୁ ଓ ପୋଛି ଦିଅନ୍ତୁ ।

ବର୍ତ୍ତମାନ ଆପଣ ନିଜର ଆଙ୍ଗୁଠି ସାହାର୍ଯ୍ୟରେ ଏହି ରସକୁ ନେଇ ନିଜ ଆଖିର ତଳ ଭାଗରେ ଲଗାନ୍ତୁ । ୨୦ ରୁ ୩୦ ମିନିଟ ମଧ୍ୟରେ ଆପଣ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଡାର୍କ ସର୍କଲକୁ ଦୂର କରି ଆପଣଙ୍କ ଆଖିକୁ ସୁନ୍ଦର କରିଦେବ । କିନ୍ତୁ ଏହିଭଳି କିଛି କାମ କରନ୍ତୁ ଯାହା ଦ୍ଵାରା ଡାର୍କ ସର୍କଲ କେବେ ବି ଆସିବ ନାହିଁ । ଯେମିତି କି ପ୍ରଚୁର ମାତ୍ରାରେ ପାଣିର ସେବନ, ୭ ରୁ ୮ ଘଣ୍ଟା ଶୁଅନ୍ତୁ ଓ ସବୁବେଳେ ଚେହେରା କୁ ସଫା ରଖନ୍ତୁ ।

Leave a Reply

Your email address will not be published. Required fields are marked *