ସକାଳୁ ସକାଳୁ ଅମୃତାଭଣ୍ଡା ମଞ୍ଜି ଖାଇବାର ଲାଭ ଜାଣିଯିବେ ତ କେବେ ବି ଏହାକୁ ଡସ୍ଟବିନରେ ଫୋପାଡିବେ ନାହିଁ – Health Tips

ଆଜି ଆମେ ଆପଣଙ୍କୁ ଏମିତି ଏକ ମଞ୍ଜି ବିଷୟରେ କହିବୁ ଯାହାକୁ ଯଦି ଆପଣ ସେବନ କରିବା ଆରମ୍ଭ କରିଦେବେ ତେବେ ଆପଣଙ୍କ ଶରୀରର ରଙ୍ଗ ରୂପ ବଦଳିଯିବ । ଆମେ କଥାବାର୍ତ୍ତା କରୁଛୁ ଅମୃତାଭଣ୍ଡାର ମଞ୍ଜି ବିଷୟରେ । ଅମୃତାଭଣ୍ଡା ଏକ ଏମିତି ଫଳ ଅଟେ ଯାହା ପୁରା ବର୍ଷ ମିଳିଥାଏ । ଅମୃତଭଣ୍ଡାର ମଞ୍ଜି ଭିତରେ ଆଇରନ, କ୍ୟାଲସିୟମ, ମ୍ୟାଗ୍ନେସିୟମ ମିଳିଥାଏ । ଅମୃତାଭଣ୍ଡାର ମଞ୍ଜି, ଫଳ ଓ ପତ୍ର ଆମ ଶରୀର ପାଇଁ ବହୁତ ଲାଭଦାୟକ ଅଟେ । ଯଦି ଆପଣ ଅମୃତଭଣ୍ଡା ଗଛର ପତ୍ରର କାଢା ସେବନ କରିବେ ତେବେ ମ୍ୟାଲେରିଆ, ଡେଙ୍ଗୁ, ଚିକେନ ଗୁଣିଆ, ଜର ଭଲି ଅନ୍ୟ କେତେକ ଭୟଙ୍କର ରୋଗରୁ ବଞ୍ଚି ପାରିବେ ।

ବର୍ତ୍ତମାନ ଚାଳନ୍ତୁ ଜାଣିବା ଅମୃତଭଣ୍ଡାର ମଞ୍ଜି ବିଷୟରେ । ଏହାକୁ କେଉଁଭଲି ଭାବରେ ସେବନ କରିବା ଦ୍ଵାରା କେଉଁ ସମସ୍ତ ରୋଗରୁ ଆମକୁ ବଞ୍ଚାଇ ଥାଏ । ଯେଉଁ ବ୍ୟକ୍ତିମାନ ନିଜର ମୋଟାପାକୁ କମ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଅମୃତାଭଣ୍ଡା ମଞ୍ଜି ସେବନ କରିବା ଉଚିତ । ପ୍ରଥମେ ଆପଣ ଅମୃତଭଣ୍ଡାର ଫଳରୁ ଅମୃତଭଣ୍ଡାର ମଞ୍ଜି ବାହାର କରନ୍ତୁ । ଏହା ପରେ ଏହି ମଞ୍ଜିକୁ ଆପଣ ଛାଇରେ ଭଲ ଭାବରେ ଶୁଖାଇ ନିଅନ୍ତୁ । ଶୁଖିଲା ମଞ୍ଜିକୁ ଆପଣ ଖାଲି ଖାଲି ସେବନ କରି ପାରିବେ ନଚେତ ପାଉଡର କରି ବି ସେବନ କରି ପାରିବେ । ଆପଣ ଅମୃତଭଣ୍ଡା ମଞ୍ଜିର ପାଉଡରକୁ କୌଣସି ବି ଡବା ମଧ୍ୟରେ ରଖି ପାରିବେ । ଯେଉଁଥିରେ ପବନ ନ ପସି ପାରୁଥିବ ।

ଏହା ପରେ ସବୁଦିନ ଅଧ ଚାମଚ ଅମୃତଭଣ୍ଡାର ମଞ୍ଜି କିମ୍ବା ଏହାର ପାଉଡର ଗୋଟିଏ ଗ୍ଳାସ ଅଳ୍ପ ଗରମ ପାଣିରେ ମିଶ୍ରଣ କରି ସକାଳୁ ସକାଳୁ ଖାଲି ପେଟରେ ସେବନ କରି ଦିଅନ୍ତୁ । ଏହାକୁ ସବୁଦିନ ସେବନ କରିବା ଦ୍ଵାରା ଆପଣଙ୍କୁ କେବେ ବି ଔଷଧ ଖାଇବାକୁ ପଡିବ ନାହିଁ । ଅମୃତଭଣ୍ଡାର ମଞ୍ଜି ଆମର ବଢୁଥିବା ବୟସର ଲକ୍ଷଣକୁ କମ କରିଥାଏ । କାରଣ ଏହା ଭିତରେ ଭିଟାମିନ C, ଭିଟାମିନ E ଭଲି ବହୁତ ଆଣ୍ଟି ଅକ୍ସିଡେଣ୍ଟ ଥାଏ ଓ ଏହି ଅକ୍ସିଡେଣ୍ଟ ଆମର ଚେହେରାରୁ ଝୁରିଆକୁ କମ କରିଥାଏ ।

ଏହା ଦ୍ଵାରା ଆପଣ ବହୁତ ସମୟ ପର୍ଯ୍ୟନ୍ତ ଯବାନ ମଧ୍ୟ ନଜର ଆସିବେ । ଯଦି ଆପଣଙ୍କର ମୁଣ୍ଡ ବ୍ୟଥା ହେଉଛି, ଆଣ୍ଠୁ ବ୍ୟଥା ହେଉଛି ଓ ଚେହେରାରେ ବ୍ରଣ ବାହାରି ଆସୁଛି କିମ୍ବା ପେଟ ସମ୍ବନ୍ଧିତ କୌଣସି ସମସ୍ୟା ଅଛି ତେବେ ଏହାକୁ ଠିକ କରିବା ପାଇଁ ଆପଣ ଅମୃତଭଣ୍ଡା ମଞ୍ଜିର ପାଉଡରକୁ ସେବନ କରନ୍ତୁ । ଏହାକୁ ଆପଣ ସବୁଦିନ ସେବନ କରନ୍ତୁ ନାହିଁ । ସପ୍ତାହକୁ କେବଳ ୩ଥର ସେବନ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଶରୀର ବି ସୁସ୍ଥ ରହିବ ଓ ସମସ୍ତ ପେଟ ସମସ୍ୟା ବି ଦୂର ହୋଇଯିବ ।

ଏହାକୁ ସେବନ କରିବା ଦ୍ଵାରା ଆପଣଙ୍କର ହଜମ ଶକ୍ତି ବି ବୁଦ୍ଧି ହୋଇଥାଏ । ଏହା ଛଡା ଅମୃତଭଣ୍ଡା ମଞ୍ଜି ପେଟରେ ଗ୍ୟାସ ହେବାକୁ ଦିଏ ନାହିଁ । ଏହା କ୍ୟାନ୍ସର ସେଲକୁ ବି ନଷ୍ଟ କରିଥାଏ । କହିଦେଉଛୁ କି ସମସ୍ତଙ୍କ ଶରୀର କ୍ୟାନ୍ସର ସେଲ ଥାଏ । ଏମିତିରେ ଆମ ଶରୀରରେ ଯେଉଁ ରୋଗ ପ୍ରତି ରୋଧକ ଶକ୍ତି ଥାଏ ତାହା ସେହି ଏହି ସେଲକୁ ନଷ୍ଟ କରିଥାଏ । କିନ୍ତୁ ଯେଉଁ ବ୍ୟକ୍ତିମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ ଥାଏ ତାଙ୍କ ମଧ୍ୟରେ କ୍ୟାନ୍ସର ସେଲ ବଢିଥାଏ । ଏମିତିରେ ଯଦି ଆପଣ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବାକୁ ଚାହୁଁଛନ୍ତି ତେବେ ଗୋଟିଏ ସପ୍ତାହରେ ଦୁଇ ରୁ ତିନି ଥର ଅମୃତଭଣ୍ଡା ମଞ୍ଜିର ପାଉଡରକୁ ସେବନ କରନ୍ତୁ ।

Leave a Reply

Your email address will not be published. Required fields are marked *