ସୋମବାର ଦିନ ଆନ୍ଧ୍ରା ପ୍ରଦେଶ ସରକାର ୧.୨୬ ଲକ୍ଷ ଲୋକଙ୍କୁ ଚାକିରି ପ୍ରଦାନ କରିଲେ, କୁହାଯାଉଛି କି ଏହା ପ୍ରଥମ ଥର ପାଇଁ ଆମ ଦେଶ ରେ ହେଲା କି ଥରକେରେ ଏତେ ଲୋକଙ୍କୁ ଚାକିରି ଦିଆଗଲା । ଆନ୍ଧ୍ରା ସିଏମ ୱାୟ.ଏସ. ଜଗନ ମୋହନ ରେଡ୍ଡୀ କହିଲେ ସବୁ ବର୍ଷ ଜାନୁଆରୀ ରେ ଏକ ପରୀକ୍ଷା କରାଯିବ ଏବଂ ଏଥିରେ ସଫଳ ହେଲେ ସରକାରୀ ଚାକିରି ଦିଆଯିବ । ତେବେ ସେପେଟେମ୍ବର ୧ରୁ ୮ମଧ୍ୟରେ ୨୦ ଲକ୍ଷ ଲୋକ ଏହି ପୋଷ୍ଟ ପାଇଁ ଆବେଦନ କରିଥିଲେ ।
କିନ୍ତୁ ୧,୯୮,୧୬୪ ପାର୍ଥୀ ପରୀକ୍ଷା ରେ ପାସ କଲେ ଓ ୧,୨୬,୭୨୮ ପ୍ରାର୍ଥୀ ଚାକିରି ପାଇଲେ ଏବଂ ଭିନ୍ନ ଭିନ୍ନ ପୋଷ୍ଟ ରେ କିଛି ଗାଁ ରେ ତ କିଛି ୱାର୍ଡ ସେକ୍ରେଟରେଟ ସହ ଆହୁରି ୩୧,୬୪୦ ପୋଷ୍ଟ ସହର ରେ ସରକାର ଦେଇଅଛି ।
ଏହା ଦେଶ ର ଇତିହାସ ରେ ସ୍ଵର୍ଣ ଅକ୍ଷର ରେ ଲେଖା ଯିବା କଥା କେବେ ବି କୌଣସି ଦେଶ ରେ ଥରକେରେ ଏତେ ସରକାରୀ ପରମାନେଣ୍ଟ ଚାକିରି କେବେ ଦିଆ ଯାଇ ନାହିଁ । ଏହି ଦୁଇ ମାସ ଭିତରେ ” କହିଲେ ସିଏମ ୱାୟ.ଏସ. ଜଗନ ମୋହନ ରେଡ୍ଡୀ ।
ଏହି ସେକ୍ରେଟରେଟ ପାଇଁ ୨୧ ଲକ୍ଷ ପ୍ରାର୍ଥୀ ଆବେଦନ କରିଥିଲେ, ଯେଉଁ ଥିରେ ୫୦୦ ପବ୍ଲିକ ସର୍ଭିସ ଥିଲା, ଏହି ସେପ୍ଟେମ୍ବର ୧ ରୁ ୮ ଭିତେରେ ୧୯ ଲକ୍ଷ ପାର୍ଥୀ ଏହି ଲିଖିତ ପରୀକ୍ଷା ଦେଇଥିଲେ ।
ଏତେ ଲୋକଙ୍କ ମଧ୍ୟେ ରୁ ୧୯.୫୦ ଲକ୍ଷ ଲୋକ ପରୀକ୍ଷା ଦେଲେ । ୧,୯୮,୧୬୪ ପ୍ରାର୍ଥୀ ଉତ୍ତିର୍ଣ ହେଲେ ତାଙ୍କ ମଧ୍ୟ ରୁ ୧,୨୬,୭୨୮ ପିଲାଙ୍କର ଚାକିରି ହେଲା, ଏହା ସହ ୩୧,୬୪୦ ପିଲାଙ୍କର ସହର ଜାଗାରେ ଚାକିରି ଦିଆଗଲା ।
ସୋମବାର ଦିନ ବିଜୟୱାଡା ରେ ମୁଖ୍ୟମନ୍ତ୍ରୀ ନିଜ ହାତରେ ସବୁ ଚାକିରି ପାଇଥିବା ପିଲାଙ୍କୁ ନିଯୁକ୍ତି ପତ୍ର ଦେଲେ । ସବୁ ସେକ୍ରେଟରେଟ ରେ ୧୦-୧୨ ପିଲା ଗୋଟେ ଡିପାର୍ଟମେନ୍ଟରେ ରହିବେ ଯେମିତି କି ପଂଚାୟତ ରାଜ ଏବଂ ରୁରାଲ ଡେଭଲପମେଣ୍ଟ, ରେଭିନ୍ୟୁ, ମେଡିକଲ, ଏବଂ ସ୍ୱାସ୍ଥ୍ୟ, ପଶୁ ପାଳନ, ପାୱର, ଚାଷ ଏବଂ ଦେଶ ସେବା ପାଇଁ ଏହି ପୋଷ୍ଟ ଦିଆ ହୋଇଛି ।
ଏହା ଛଡା ମହିଳା ପୋଲିସ ଏବଂ ମହିଳା ଓ ଛୁଆଙ୍କ ପାଇଁ ମହିଳା ସୁରକ୍ଷା ସବୁ ସେକ୍ରେଟରେଟ ରେ ଗୋଟେ ଲୋକ କୁ ରଖାଯିବ । ୫୦୦ ପିଲାଙ୍କୁ ପବ୍ଲିକ ସର୍ଭିସ ପାଇଁ ସେକ୍ରେଟରେଟ ଦ୍ଵାରା ରଖାଯିବ । ମୁଖ୍ୟମନ୍ତ୍ରୀ କହିଲେ ଆନ୍ଧ୍ରା ରେ ୨.୮ ଲକ୍ଷ ପିଲାଙ୍କୁ ଏହି କାମ ପାଇଁ ରଖି ସାରିଲେଣି, ସେ କହିଲେ ଏହାକୁ କେବେ ଚାକିରି ଭାବିକି କରିବେ ନାହିଁ ଏହା ଏକ ଦେଶ ସେବା ଅଟେ ।
ଦୟା କରି ନିଜର ମତାମତ ଆମ ସହିତ ନିଶ୍ଚିତ ଶେୟାର କରନ୍ତୁ ଓ ପୋଷ୍ଟକୁ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।