Anubhab ଓ ମୋର ସମ୍ପର୍କ ବହୁତ ଆଗକୁ ବଢିଯାଇଛି, ଦୁହିଁଙ୍କ ପରିବାର ସବୁ ଜାଣି… ଦେଖନ୍ତୁ Video

ଅଭିନେତା ଅନୁଭବ ମହାନ୍ତି ମୋ ପାଇଁ କେବଳ ଜଣେ ସାଙ୍ଗ ନୁହନ୍ତି ସାଙ୍ଗ ଠାରୁ ଅଧିକ । ଆମ ଦୁଇ ଜଣଙ୍କ ସମ୍ପର୍କ କେବଳ ବନ୍ଧୁତ୍ଵରେ ସୀମିତ ନାହିଁ । ଆମେ ଦୁଇ ଜଣ ବହୁତ ଆଗକୁ ବଢି ଯାଇଛୁ । ଏ କଥା ନିଜେ ଜାଗୃତି ଶୁକ୍ଲା ଗଣମାଧ୍ୟମରେ ଖୁଲାସା କରିଛନ୍ତି ଅନୁଭବ ମହାନ୍ତି ଏବଂ ଜାଗୃତିଙ୍କ ସମ୍ପର୍କ ବିଷୟରେ । କେତେ ଦିନର ସମ୍ପର୍କ ଆଉ କେମିତି ସମ୍ପର୍କ ବନ୍ଧୁତ୍ଵରୁ ବହୁ ଆଗକୁ ବଢି ଯାଇଛି ।

ହଁ ଦର୍ଶକ ବନ୍ଧୁ ଅନୁଭବ ମହାନ୍ତିଙ୍କ ବାନ୍ଧବୀ ଜାଗୃତି ଶୁକ୍ଲା ଏଭଳି କିଛି କହିଛନ୍ତି ଗୋଟେ ଗଣମାଧ୍ୟମ ସାକ୍ଷାତ୍କାର ସମୟରେ । ତେବେ ଆପଣ ମାନେ ଜାଣିଥିବେ ଦୁଇ ଦିନ ତଳେ ବସନ୍ତ ନାୟକ ଙ୍କ ଜୟନ୍ତୀ ଅବସର ରେ ଗୋଟେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସିଧା ଦିଲ୍ଲୀରୁ ଦଉଡି ଆସିଥିଲେ ଜାଗୃତି ଶୁକ୍ଲା । ଆଉ ଅନୁଭବ ମହାନ୍ତି ସମସ୍ତଙ୍କ ଆଗରେ କିଭଳି ତାଙ୍କୁ ସ୍ଵାଗତ କରିଥିଲେ ଆଉ ହାତ ମିଶାଇ ଥିଲେ ଆପଣ ଦେଖି ଥିବେ ।

ତେବେ ବହୁ ଆଗରୁ ଆପଣ ବି ଜାଣିଥିବେ କିଭଳି ଭାବେ ଅନୁଭବ ମହାନ୍ତିଙ୍କ ବର୍ଷାଙ୍କ ଠାରୁ ବିଚ୍ଛେଦ ମାମଲା ଚାଲୁ ହୋଇ ଥିଲା । ଆଉ ଅନୁଭବ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ନିଜେ ଚିନ୍ତିତ ଏବଂ ବ୍ୟସ୍ତ ଥିବା ନେଇ ବହୁ ସମୟରେ ପୋଷ୍ଟ କରୁଥିଲେ । ଆଉ ଠିକ ସେହି ସମୟରେ ଜାଗୃତି ଶୁକ୍ଲା ଙ୍କ କଥା ଉଠି ଥିଲା । ଆଉ ସବୁ ଆଡେ ଚର୍ଚ୍ଚା ହେଲା ଯେ ଅନୁଭବ ମହାନ୍ତି ଏବଂ ଜାଗୃତିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଛି ।

ତେବେ ଯାହାକୁ ନେଇ କେବେ ଅନୁଭବ ମହାନ୍ତି ହୁଅନ୍ତୁ କିମ୍ବା ଜାଗୃତି ସେହି ସମ୍ପର୍କ ବିଷୟରେ କିଛି ପ୍ରତିକ୍ରିୟା ରଖି ନଥିଲେ । ତେବେ ଦୁଇ ଦିନ ତଳେ ଆପଣ ଦେଖି ଥିବେ ଅନୁଭବ ମହାନ୍ତି କିପରି ଡାକି ଥିଲେ ଆଉ ଦିଲ୍ଲୀରୁ ଦଉଡି ଆସିଥିଲେ ଜାଗୃତି ଶୁକ୍ଲା । ଏବେ ପୁଣି ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ଆଉ ଜାଗୃତି ଗୋଟେ ଗଣମାଧ୍ୟମରେ ଦୁହିଁଙ୍କ ସମ୍ପର୍କ ବିଷୟରେ ଏଭଳି କିଛି ଖୁଲାସା କରିଥିଲେ ।

ଜାଗୃତି କହିଥିଲେ ଦୁହିଁଙ୍କ ସମ୍ପର୍କ ବନ୍ଧୁତ୍ଵରୁ ଏବେ ବହୁ ଆଗକୁ ବଢି ଯାଇଛି । ଏମିତି କି ଅନୁଭବ ମହାନ୍ତିଙ୍କ ପରିବାର ଆଉ ସେପଟେ ଜାଗୃତିଙ୍କ ପରିବାର ମଧ୍ୟରେ ସମ୍ପର୍କ ବଢି ଯାଇଛି । ତେବେ ଏଠାରେ କହି ରଖିବାକୁ ଚାହିଁବୁ ଜାଗୃତି ସିଧା ସଳଖ ପ୍ରେମ ସମ୍ପର୍କ ବିଷୟରେ କିଛି ବି କହି ନାହାନ୍ତି । ହେଲେ ଦୁଇ ପରିବାର ମଧ୍ୟରେ ଯେଉଁ ସମ୍ପର୍କ ଗଢି ଉଠିଛି ତାହା ହୁଏ ତ ଆଗକୁ ସମୟ କହିବ ଯେ ପ୍ରକୃତରେ କେଉଁ ସମ୍ପର୍କ ରହିଛି ।

ତେବେ ଅନୁଭବ ମହାନ୍ତି ଓ ଜାଗୃତି ଙ୍କ ଏହା କେବଳ ବନ୍ଧୁତ୍ଵ ନା ଆଉ କିଛି ଯାହାକୁ ନେଇ ଏବେ ନେଇ ଦ୍ଵନ୍ଦରେ ପଡିଛନ୍ତି ଫ୍ୟାନ ମାନେ । ସୋସିଆଲ ମିଡିଆରେ ଫ୍ୟାନ ମାନେ କହୁଛନ୍ତି ଏବେ ଅନୁଭବ ଜାଗୃତିଙ୍କ ହାତ ଧରି ନେବା ଦରକାର । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *