Anubhab ମାମଲାରେ ଆସିଲା ନୂଆ ମୋଡ଼! Family Courtଙ୍କ ନିର୍ଦ୍ଦେଶ ଉପରେ ଏମିତି ଆଦେଶ ଦେଲେ ହାଇକୋର୍ଟ…

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଦୀର୍ଘ ଦିନ ହେବ ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ଛାଡପାତ୍ର ମାମଲାରେ ହାଇ କୋର୍ଟ ରେ ଲାଗି ରହିଛି । ଯାହାକୁ ନେଇ କୌଣସି ସମାଧାନାର ବାଟ ବାରି ପାରୁ ନାହି । କିନ୍ତୁ ବର୍ତ୍ତମାନ ସମୟରେ ଆସି ପହଞ୍ଚି ଯାଇଛି ଏକ ବଡ ଖବର । ବର୍ଷା ଓ ଅନୁଭବ ମାମଲାରେ ଆସିଛି ନୂଆ ମୋଡ ।

ପରିବାର ଅଦାଲତ ଙ୍କ ନିର୍ଦ୍ଦେଶ କ୍ରମେ ରହିତାଦେଶ ଲଗାଇଛନ୍ତି ମାନ୍ୟବର କୋର୍ଟ । 2022 ନଭେମ୍ବର 3 ରେ ରଦନ କରା ଯାଇଥିବା ନିର୍ଦ୍ଦେଶ ଉପରେ ହାଇ କୋର୍ଟ ଅନ୍ତରିଣ ରହିତାଦେଶ ଜାରି କରିଛନ୍ତି । ଆଉ ଏହା ସହ ଅନୁଭବ ମହାନ୍ତି ଙ୍କ ଦାୟର ଆବେଦନକୁ ବିଚାର ପାଇଁ ଗ୍ରହଣ କରି ବର୍ଷା ପ୍ରିୟଦର୍ଶିନୀଙ୍କୁ ନୋଟିସ ଜାରି କରିଛନ୍ତି ହାଇ କୋର୍ଟ ।

ଆଉ ଫେବୃଆରୀ 7 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ ଧାର୍ଯ୍ୟ କରା ଯାଇଛି । ହଁ ଦର୍ଶକ ବନ୍ଧୁ ଜଷ୍ଟିସ କେ ଆର ମହାପାତ୍ର କୁ ନେଇ ଗଠିତ ଖଣ୍ଡ ପିଠ ଅନୁଭବ ଙ୍କ ଆବେଦନର ଶୁଣାଣୀ କରି ଅନୁଭବ କ ଆବେଦନ କୁ ଗ୍ରହଣ କାର ଯାଇଥିବା ବେଳେ ବର୍ଷା ଙ୍କ ନୋର୍ଟିସ ଜାରି କାର ଯାଇଛି । ଏଠାରେ କହି ରଖିବାକୁ ଚାହିଁବି ପରିବାର ଅଦାଲତ ରେ ଜେରା ସମୟରେ ଅନୁଭବ ଙ୍କ ତଫରାଉ ଆଇନଜୀବି ବର୍ଷା ଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ଥିଲେ ।

କିନ୍ତୁ କେତେକ ନିର୍ଦ୍ଦିଷ୍ଟ ପ୍ରଶ୍ନ କୁ ନେଇ ବର୍ଷା ଙ୍କ ତରଫରୁ ଆପତ୍ତି କରା ଯାଇଥିଲା । ଏଭଳି ପ୍ରଶ୍ନ ପଚାରିବା ଉଚିତ ନୁହେଁ ବୋଲି କହିଥିଲେ ବର୍ଷା । ଆଉ ଏଭଳି ପ୍ରଶ୍ନ ପଚରା ଯାଇ ପାରିବ ନାହି ବୋଲି ବର୍ଷା ଙ୍କ ତରଫରୁ କୁହା ଯାଇଥିଲା । ଅନ୍ୟ ପକ୍ଷରେ ମାମଲାର ଉପଯୁକ୍ତ ବିଚାର ପାଇଁ ଏସବୁ ପ୍ରଶ୍ନ ଗୁରୁତ୍ଵ ପୂର୍ଣ୍ଣ ବୋଲି ଅନୁଭବ ଙ୍କ ତରଫରୁ ଆଇନଜୀବି ପରିବାର ଅଦାଲତରେ ଦର୍ଶାଇ ଥିଲେ ।

ଖାଲି ଏତିକି ନୁହେଁ ବରଂ ବର୍ଷା ଅଦାଲତରେ ଯେଉଁ ସମୟରେ ପହଞ୍ଚିବା କଥା ସେ ସମୟରେ ପହଞ୍ଚୁ ନ ଥିଲେ । ବାରମ୍ବାର ଜେରା ସମୟରେ ଅନୁପସ୍ଥିତ ରହୁଥିଲେ ବର୍ଷା ପ୍ରିୟଦର୍ଶିନୀ । ଯାହାକୁ ନେଇ ଅନୁଭବ ଙ୍କ ତରଫରୁ ଆଇନଜୀବୀ ପରବାର ଅଦାଲତରେ ଦର୍ଶାଇ ଥିଲେ । ଆଉ ସବୁଠାରୁ ବଡ କଥା ହେଉଛି ବର୍ଷା ଯେବେ ଇଂରାଜୀ ଅନର୍ଗଳ କହୁଛନ୍ତି ବର୍ଷା କହୁଥିଲେ ସେ ଇଂରାଜୀ ବୁଝି ପାରନ୍ତି ନାହି ।

ସେ ଓଡିଆରେ ଶୁଣିବେ ଆଉ ଓଡିଆରେ ଉତ୍ତର ଦେବେ । ଯେଉଁଥି ପାଇଁ ଅନୁଭବଙ୍କ ତରଫରୁ ପ୍ରଶ୍ନ ଇଂରାଜୀ ରେ କରା ଯାଇଥିବା ବେଳେ ଉତ୍ତର ମଧ୍ୟ ସମାନ ଭାଷା ରେ ଦିଆ ଯିବା ଉଚିତ ବୋଲି ଦର୍ଶା ଯାଇଥିଲା । ଆଉ ଏହି ଖବର ଶୁଣିବା ପରେ ନେଟିଜେନ ମାନେ କହୁଛନ୍ତି ଏବେ ପୁରା ଖେଳ ଖତମ କାରଣ ପରିବାର ଅଦାଲତ ଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଇଛନ୍ତି ହାଇ କୋର୍ଟ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *