ପ୍ରେମ 3 ପ୍ରକାରର, ଆପଣ କେଉଁ ପ୍ରକାରର ପ୍ରେମ କରନ୍ତି- Krishna Vani

ପ୍ରେମ ଏହି ସଂସାର ସବୁଠୁ ଭଲ ଜିନିଷ ଅଟେ । ଯାହାକୁ ଥରେ ପ୍ରେମ ହୋଇଥାଏ ସେ ହିଁ ଜାଣିଛି ଏହାର ଅନୁଭବ କେମିତି ହୋଇଥାଏ । ପ୍ରେମ ଏକ ଏମିତି ଅନୁଭବ ଅଟେ ଯାହା ବିଷୟରେ ନା କହି ହୁଏ ନା ଓ ଦେଖେଇ ହୁଏ । ଏହା କେବଳ ଦୁଇ ହୃଦୟ ମଧ୍ୟରେ ଭାବନାରେ ଥାଏ । କହିବାକୁ ଗଲେ ବର୍ତ୍ତମାନ ସମୟରେ ପ୍ରାୟତଃ ଯୁବପିଢି ପରସ୍ପରକୁ ପ୍ରେମ କରୁଛନ୍ତି ।

ଏମିତିରେ ପ୍ରେମ ନାଁରେ କେତେକ ଲୋକମାନେ ଝିଅମାନଙ୍କର କିମ୍ବା ପୁଅମାନଙ୍କ ଲାଭ ବି ଉଠାଇଥାନ୍ତି । କିନ୍ତୁ ଅସଲ ପ୍ରେମରେ ଏହିଭଳି କିଛି ବି ହୋଇ ନ ଥାଏ । ଯେଉଁଠି ହୃଦୟର ସହ ପ୍ରେମ କରାଯାଏ ସେଠି ଉଭୟ ପୁଅ ଓ ଝିଅ ପରସ୍ପର ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ଥାନ୍ତି । କେତେକ ମାମଲାରେ ତ ଘର ଲୋକମାନେ ଯଦି ବିବାହ ପାଇଁ ରାଜି ନ ହୁଅନ୍ତି ତେବେ ନିଜର ଜୀବନ ଦେବା ପାଇଁ ବି ପଛାନ୍ତି ନାହିଁ ।

ଏମିତିରେ ଅସଲ ପ୍ରେମର ଶକ୍ତି କଣ ଏହା ଯିଏ ହୃଦୟର ସହ ନିଜର ସାଥିକୁ ଭଲ ପାଇଛି ତାକୁ ହିଁ ଜଣା । ଆପଣ ସମସ୍ତେ ଶ୍ରୀ କୃଷ୍ଣଙ୍କ ଓ ରାଧାଙ୍କ ପ୍ରେମ ବିଷୟରେ ଶୁଣିଥିବେ । ଶ୍ରୀ କୃଷ୍ଣଙ୍କ ଓ ରାଧାଙ୍କ ପ୍ରେମ ବିଷୟରେ ପୁରା ଜଗତ ଜାଣିଛି । ଏମିତିରେ ଆଜି ଆମେ ଆପଣଙ୍କୁ ଶ୍ରୀ କୃଷ୍ଣଙ୍କ ଦ୍ଵାରା ପ୍ରେମ ସମ୍ବନ୍ଧରେ କଣ କହିଛନ୍ତି ସେହି ବିଷୟରେ କହିବୁ । ଶ୍ରୀ କୃଷ୍ଣଙ୍କ ଅନୁସାରେ ପ୍ରେମ କଣ ଅଟେ ଏହା ତାଙ୍କୁ ପ୍ରଶ୍ନ କର ନାହିଁ ଯିଏ ପ୍ରେମକୁ ହାସଲ କରିସାରିଛି ତାକୁ ପ୍ରଶ୍ନ କର ପ୍ରେମକୁ ହରାଇଛି ।

କାରଣ ପ୍ରେମର ଅସଲ ଅର୍ଥ ସେହି ବ୍ୟକ୍ତି ହିଁ ଆପଣଙ୍କୁ ବୁଝାଇ ପାରିବ । ଆଜି ଆମେ ଆପଣଙ୍କୁ ପ୍ରେମ ବିଷୟରେ କିଛି ଜରୁରୀ ଜ୍ଞାନ ଦେବୁ । ଅସଲ ପ୍ରେମ ମଧ୍ୟରେ ତିନୋଟି ଶର୍ତ ଥାଏ । କାରଣ ପ୍ରେମ ତିନି ପ୍ରକାରର ହୋଇଥାଏ ।

ପ୍ରଥମ ଶର୍ତ

ଆପଣଙ୍କୁ ଯାହା ବି ମିଳିଛି ଅର୍ଥାତ ଆପଣଙ୍କୁ ଯିଏ ବି ପ୍ରେମ କରୁଛି ଉଭୟ ପୁଅ ଓ ଝିଅ ତାଙ୍କୁ ପ୍ରେମ କରନ୍ତୁ । ଏହା ଏକ ପ୍ରକାରର ବୁଝାମଣା ହୋଇଥାଏ । କିନ୍ତୁ ଏହା ବି ଏକ ପ୍ରକାରର ପ୍ରେମ ହୋଇଥାଏ ।

ଦ୍ଵିତୀୟ ଶର୍ତ

ଯାହାକୁ ବି ଆପଣ ପ୍ରେମ କରିବେ, ଯାହାକୁ ବି ଆପଣ ଚାହୁଁଛନ୍ତି, ସେ ଆପଣଙ୍କୁ ମିଳି ଯାଆନ୍ତୁ ତେବେ ଏହା ଆପଣଙ୍କ ପ୍ରେମର ସଫଳତା ଅଟେ । ଏହା ଆପଣଙ୍କ ଭାଗ୍ୟ ଅଟେ । କାରଣ ପ୍ରେମ ଭାଗ୍ୟଶାଳୀଙ୍କୁ ହିଁ ମିଳିଥାଏ ।

ତୃତୀୟ ଶର୍ତ

ଆପଣ ଏହା ଜାଣିଛନ୍ତି କି, ଆପଣ ନିଜର ସାଥିକୁ ଯେତେ ବି ଭଲ ପାଇଲେ, ଯେତେ ବି ଚାହିଁଲେ ସେ ଆପଣଙ୍କୁ କେବେ ବି ମିଳିବ ନାହିଁ, ତଥାପି ତାଙ୍କୁ ହିଁ ପ୍ରେମ କରୁଥିବେ ତେବେ ଏହା ହିଁ ଅସଲ ପ୍ରେମ ହୋଇଥାଏ । କାରଣ ଅସଲ ପ୍ରେମ କେବେ ବି ବଦଳି ଯାଏ ନାହିଁ ।

ବହୁତ କମ ଲୋକ ଏହି ଦୁନିଆରେ ଅଛନ୍ତି ଯେଉଁମାନେ ଏହା ଜାଣିଛନ୍ତି କି ଯାହାକୁ ସେ ଭଲ ପାଉଛନ୍ତି ସେ ତାଙ୍କୁ କେବେ ବି ମିଳିବ ନାହିଁ ତଥାପି ତାଙ୍କର ହୃଦୟ ତାଙ୍କ ପାଇଁ ହିଁ ସ୍ପନ୍ଦନ କରୁଥାଏ । ଏହିଭଳି ପ୍ରେମ ଲକ୍ଷ ଲକ୍ଷ ମଧ୍ୟରେ ଜଣେ କେହି କରିଥାନ୍ତି । କାରଣ ଏହା ରାଧା ଓ କୃଷ୍ଣଙ୍କ ପ୍ରେମ ଅଟେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *