ବଲୀଉଡକୁ ପୁଣି ଏକ ବଡ ଝଟକା, ଆଖି ବୁଜିଲେ ଏହି ବଡ ଅଭିନେତା

ଟିଭି ଅଭିନେତା ସତିଶ କଲ ଆଉ ନାହାନ୍ତି । ୧୦ ଏପ୍ରିଲ ସକାଳେ ଦୁନିଆକୁ ବିଦାୟ ଦେଇଛନ୍ତି । କହିବାକୁ ଚାହୁଞ୍ଚୁକୀ ସତିଶ ବହୁତ ଦିନରୁ ରୋଗଗ୍ରସ୍ତ ଥିଲେ ଓ ପୂର୍ବ କିଛି ଦିନରୁ କରୋନା ଦ୍ଵାରା ଆକ୍ରାନ୍ତ ଥିଲେ । ସତିଶ କଲ ବି ଆର ଚୋପଡାଙ୍କ ମହାଭାରତ’ ରେ ଇନ୍ଦ୍ରଦେବଙ୍କ ଚରିତ୍ରରେ ଅଭିନୟ କରୁଥିଲେ । ସେ ବହୁତ ଦିନରୁ ଆର୍ଥିକ ଅବସ୍ଥା କିଛି ଠିକ ନଥିଲା । ତାଙ୍କ ପାଖରେ ମଧ୍ୟ ଔଷଧ ଓ ଜରୁରୀ ସାମାନ ମଧ୍ୟ କିଣିବା ପାଇଁ ପଇସା ନଥିଲା । ସତିଶ କରୋନା ରେ ମଧ୍ୟ ସଂକ୍ରମିତ ହୋଇଥିଲେ ।

ପୂର୍ବରୁ ଦେହ ଖରାପ ହେବା କାରଣରୁ ତାଙ୍କୁ 8 ଏପ୍ରିଲରୁ ହସ୍ପିଟାଲକୁ ନିଆ ଯାଇଥିଲା ସେଠାରେ ଟେଷ୍ଟ ପରେ କରୋନା ସଂକ୍ରମଣ ବୋଲି ଚିହ୍ନଟ ହୋଇଥିଲେ । ସେ ଲୁଧିଆନାରେ ୭୩ ବର୍ଷ ବୟସରେ ସେଶ ନିଶ୍ଵାସ ନେଇଥିଲେ । ସତିଶ ପୌରଣିକ ସିରିଜ ମହାଭାରତରେ ଭଗବାନ ଇନ୍ଦ୍ରଙ୍କ ଭୂମିକାରେ ଅଭିନୟ କରିଥିଲେ । ପୂର୍ବ ବର୍ଷ ଲକଦଉନ ସମୟରେ ଅନୁଭବି ଅଭିନେତା ବହୁତ ଆର୍ଥିକ ସଙ୍କଟରେ ଥିଲେ ବୋଲି କହିଥିଲେ


ଏହାର ଦୁଇ ଦିନପରେ ଆଜି ଶନିବାର ସକାଳେ ସେ ହସ୍ପିଟାଲରେ ଚାଲିଯାଇଥିଲେ । ପୂର୍ବରୁ ଶୁଣାଯାଉଥିଲା ସତିଶଙ୍କର ଅବସ୍ଥା କିଛି ଭଲ ନଥିଲା । ଏମିତି ଖବର ଶୁଣିବାକୁ ମିଳିଥିଲାକି ସେ ବୃଦ୍ଧାଶ୍ରମରେ ରହୁଥିଲେ । ଏହାପରେ ସତିଶ କଲ ନିଜେ କହିଥିଲେକି ସେ ଲୁଧିଆନାରେ ଗୋଟେ ଭଡା ଘରେ ବାସ କରୁଥିଲେ ବୋଲି । ସତିଶ କଲ ୨୦୧୧ ରେ ମୁମ୍ବାଇରୁ ପଞ୍ଜାବ ଆସିଯାଇଥିଲେ । ପଞ୍ଜାବରେ ତାଙ୍କର ପ୍ରଜେକ୍ଟ ଅସଫଳ ହୋଇଥିଲା । ୨୦୧୫ ରେ ତାଙ୍କର ପିଚା ହାଡ  ଭାଙ୍ଗି ଯାଇଥିଲା । ସେ ପାଖାପାଖି ଅଢେଇ ବର୍ଷ ହସ୍ପିଟାଲରେ ରହିଥିଲେ ।


ସତିଶ ପଞ୍ଜାବୀ ଓ ହିନ୍ଦୀରେ ପାଖାପାଖି ୩୦୦ ରୁ ଅଧିକ ଫିଲ୍ମ କରିଛନ୍ତି । କିନ୍ତୁ ଶେଷରେ ଏମିତି ଅବସ୍ତା ହେଲା ସଉଦା କିଣିବା ପାଇଁ ପଇସା ନଥିଲା । ସେ ଇଣ୍ଡଷ୍ଟ୍ରି ର ସାଙ୍ଗ ମାନଙ୍କୁ ସାହାର୍ଯ୍ୟ ମଧ୍ୟ ମାଗିଥିଲେ । ସତିଶ ଇଣ୍ଡଷ୍ଟ୍ରିରେ ସାଙ୍ଗ ମାନଙ୍କୁ ସାହାଯ୍ୟ ମାଗି କହିଥିଲେକି, ମୋ ଭିତରେ ଏବେ ମଧ୍ୟ ସେହି ଅଭିନୟର କିଡା ରହିଛି । ମୁ ଚାହୁଁଛି ମୋତେ କାମ ଦିଅନ୍ତୁ, ନିଜ ପାଇଁ ଟଙ୍କା ଆୟ କରି ନିଜ ପାଇଁ ଗୋଟେ ଘର କିଣି ଶାନ୍ତିରେ ରହିବି ।

Leave a Reply

Your email address will not be published. Required fields are marked *