ଜୀବନରେ ଏହି ଗୁପ୍ତ କଥା କାହାକୁ କୁହନ୍ତୁ ନାହିଁ- Chanakya Niti

ବନ୍ଧୁଗଣ ଆମ ଦେଶ ଭାରତ ନିଜର କଳା ସଂସ୍କୃତି ପାଇଁ ସମଗ୍ର ବିଶ୍ଵରେ ପରିଚିତ । ବନ୍ଧୁଗଣ ଏହି ପବିତ୍ର ଭୂମିରେ ଅସଂଖ୍ଯ ଜ୍ଞାନୀ ବିଦ୍ବାନୀ ବ୍ୟକ୍ତି ଜନ୍ମ ଗ୍ରହଣ କରିଛନ୍ତି । ପ୍ରାଚୀନ କାଳରେ ଏମିତି କିଛି ଜ୍ଞାନୀ ବିଦ୍ବାନୀ ବ୍ୟକ୍ତି ଥିଲେ ଯେ କି ଏମିତି କିଛି ମାର୍ଗ ସାଧାରଣ ବ୍ୟକ୍ତି ମାନଙ୍କ ପାଇଁ ଦେଖାଇ ଯାଇଛନ୍ତି, ଯାହା ଦ୍ଵାରା ମନୁଷ୍ୟ ବହୁତ କିଛି ଶିଖି ପାରିଛି । ବନ୍ଧୁଗଣ ସେହି ବିଦ୍ଵାନ ମାନେ ଦର୍ଶାଇଛନ୍ତି ଯେ,ନିଜ ଜୀବନକୁ ଆମେ କିପରି ହସ ଖୁସିର ସହିତ ଜୀବନ ଜାପନ କରିବା । ବନ୍ଧୁଗଣ ସେହି ବିଦ୍ଵାନ ମାନେ ବର୍ତମାନ ଆମ ଗହଣରେ ଉପସ୍ଥିତ ନାହାନ୍ତି ମାତ୍ର ତାଙ୍କର ଦିଆ ଯାଇଥିବା ଜ୍ଞାନକୁ ଆଜି ମଧ୍ୟ ଲୋକ ଅନୁସରଣ କରୁଛନ୍ତି ।

ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ଜଣେ ବିଦ୍ଵାନ ହେବା ସହିତ ଜଣେ ନୀତିକାର ମଧ୍ୟ ଅଟନ୍ତି । ସେ ତାଙ୍କ ନୀତିଶିକ୍ଷାରେ ମନୁଷ୍ୟ କିଭଳି ଆନନ୍ଦ ଉଲ୍ଲାସ ସହିତ ଜୀବନ ଜାପନ କରିବ ତାହା ଦର୍ଶାଇଛନ୍ତି ।   ଆଚାର୍ଯ୍ୟ ଚାଣକ୍ୟଙ୍କର ନୀତିଶିକ୍ଷା ଆଜି ମଧ୍ୟ ଲୋକ ମାନଙ୍କ ପାଇଁ ବହୁତ ମହତ୍ଵ ରହିଛି । ବନ୍ଧୁଗଣ ଆଜି ଆମେ ଆଚାର୍ଯ୍ୟ ଚାଣକ୍ୟ କହିଥିବା ବିଷୟ ବସ୍ତୁ ସମ୍ବନ୍ଧରେ ଆଲୋଚନା କରିବାକୁ ଯାଉଛୁ ।

୧- ଏହା ପ୍ରତ୍ୟକ ପତି ଏବଂ ପତ୍ନୀ ମାନଙ୍କ ପାଇଁ ସବୁଠାରୁ ଗୁପ୍ତ କଥା ଅଟେ । ଏହି ସମ୍ପର୍କ ବିଷୟରେ ଆପଣ ଅନ୍ୟ କାହା ସହିତ ଆଲୋଚନା କରିବା ଉଚିତ ନୁହେଁ, ଏହି କଥା ଉଭୟଙ୍କ ମଧ୍ୟରେ ସୀମିତ ରହିବା ଉଚିତ ଯେ ଆପଣଙ୍କ ଉଭୟ ମଧ୍ୟରେ ସମ୍ପର୍କ କିଭଳି ଅଛି । ଯଦି ଅନ୍ୟ କେହି ଆପଣଙ୍କ ସମ୍ପର୍କ ବିଷୟରେ ଜାଣେ ତେବେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଲଜ୍ୟା ଜନକ କଥା ଅଟେ ।

୨- ବ୍ୟକ୍ତିକୁ ନିଜର ବୟସ ସୀମା ଅନ୍ୟ କାହାକୁ କହିବା ଉଚିତ ନୁହେଁ । ଏହାକୁ ଗୁପ୍ତ ରଖିବା ଆବଶ୍ୟକ । ଏହାକୁ ଯଦି ଆପଣଙ୍କର ଶତ୍ରୁ ମାନେ ଜାଣନ୍ତି ତେବେ ଆପଣଙ୍କ ବିପକ୍ଷରେ ଷଡଯନ୍ତ୍ର ରଚି ପାରନ୍ତି ।

୩- ନିଜ ଘର କଥା ବାହାରେ କାହା ଆଗରେ ସେୟାର କରିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ଆପଣ ନିଜେ ଶତ୍ରୁ ମାନଙ୍କୁ ସୁଯୋଗ ଦେଉଛନ୍ତି ଯେ ସେମାନେ ଆପଣଙ୍କର ଫାଇଦା ଉଠାନ୍ତୁ । ଏହା ଫଳରେ ଆପଣଙ୍କ ଘର ଲୋକ ମାନଙ୍କ ସହିତ ସମ୍ପର୍କ ଖରାପ ହୋଇଥାଏ । ଆପଣ ଅନ୍ୟ କାହାକୁ କହିଥିବା ଗୁପ୍ତ କଥା ର ଫାଇଦା ଉଠାଇ ସେମାନେ ଆପଣଙ୍କ ଘରେ କଳହର ବାତାବରଣ ନେଇ ଆସିଥାନ୍ତି । ବନ୍ଧୁଗଣ ଘର କଥା ଘରେ ରହିଲେ ଘରେ ଶାନ୍ତି ରହିଥାଏ ।

୪- ବନ୍ଧୁଗଣ ଏହି ଗୁପ୍ତ କଥା ସବୁଠାରୁ ମହତ୍ବପୂର୍ଣ୍ଣ ଅଟେ । ନିଜର ଟଙ୍କା ପଇସା ବିଷୟରେ କାହାକୁ କହିବା ଉଚିତ ନୁହେଁ । ବନ୍ଧୁଗଣ ଧନ ଏପରି ଏକ ଜିନିଷ ଅଟେ ଜିଏକି ନିଜର ଲୋକକୁ ପର କରିଦେଇଥାଏ । ଏଭଳି ପରିସ୍ଥିତିରେ ଆପଣ ଯଦି ଅନ୍ୟ କାହାକୁ ନିଜ ଟଙ୍କା ପଇସା ବିଷୟରେ କୁହନ୍ତି ତେବେ ତାହା ଆପଣଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇପାରେ ।

୫- ବନ୍ଧୁଗଣ କଥାରେ ଅଛି, ଦାନ ଧର୍ମ କୁ ଗୁପ୍ତ ରଖିଲେ ତାହାର ଉଚିତ ଫଳ ମିଳିଥାଏ । ଯେଉଁ ବ୍ୟକ୍ତି ମାନେ ଅନ୍ୟକୁ ଦେଖାଇବା ପାଇଁ ଦାନ କରିଥାନ୍ତି ସେହି ବ୍ୟକ୍ତି ମାନଙ୍କୁ କଦାପି ଫଳ ମିଳିନଥାଏ । ୬- ଯଦି ଆପଣ ଭଗବାନଙ୍କୁ ସନ୍ତୁଷ୍ଠ କରିବା ପାଇଁ କୌଣସି ଏକ ମନ୍ତ୍ର ର ପାଠ କରୁଛନ୍ତି ତେବେ ଏହି ମନ୍ତ୍ର କୁ ଅନ୍ୟ କାହା ଆଗରେ ପ୍ରକାଶ କରନ୍ତୁ ନାହିଁ ।

୭- ବନ୍ଧୁଗଣ ନିଜର ମାନ-ସନ୍ନମାନ କାହା ଆଗରେ ପ୍ରକାଶ କରିବା ଉଚିତ ନୁହେଁ, ଏହା କେବଳ ଛଟ ଚିନ୍ତାଧାରା ସହିତ ଅନ୍ୟ ପାଖରେ ଆସି ପହଞ୍ଚିଥାଏ । ଏହା କରିବା ଦ୍ଵାରା ଲୋକେ ଆପଣଙ୍କ ଉପରେ ବିରକ୍ତିଭାବ ପ୍ରକାଶ କରନ୍ତି । ଏହା ଫଳରେ ଆପଣଙ୍କ ମାନ-ସନ୍ନମାନ ଉପରେ ଖରାପ ପ୍ରଭାବ ପଡିଥାଏ ।

୮- ମାନ-ସନ୍ନମାନ ଭଳି ନିଜର ଅପମାନକୁ ମଧ୍ୟ ନିଜ ଲୋକଙ୍କ ଆଗରେ ପ୍ରକାଶ କରିବା ଉଚିତ ନୁହେଁ । ଏହାକୁ ଆପଣ ଅନ୍ୟ ଲୋକ ମାନଙ୍କ ଆଗରେ ପ୍ରକାଶ କରିବା ଦ୍ଵାରା ନିଜର ହିଁ କ୍ଷତି ହୋଇଥାଏ । ଅନ୍ୟ ମାନେ ଏହି କଥା ଜାଣିଲେ ସେମାନେ ସନ୍ନମାନ ବଦଳରେ ଘୃଣା କରିଥାନ୍ତି । ବନ୍ଧୁଗଣ ଏହାଥିଲା ଆଚାର୍ଯ୍ୟ ଚାଣକ୍ୟଙ୍କର ବିଶେଷ ନୀତିବାଣୀ ସମ୍ବନ୍ଧରେ, ବନ୍ଧୁଗଣ ଯଦି ଏହା ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *