Arcchana Nagର ଆଲିଶାନ ଘରେ ଏବେ ଖେଳିଯାଇଛି ଦୁଃଖ, କଣ ସମ୍ପୁର୍ଣ୍ଣ ଘଟଣା ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଏହି ଭିଡିଓରେ ଯେଉଁ ଚଢେଇ ଦେଖୁଛନ୍ତି ସେ ହେଉଛି ସେହି ଗହରର ଯାହା ଏବେ ସକାଳୁ ସଞ୍ଜ ଯାଏଁ ଟିଭି ପରଦାରେ ବିବାଦରେ ଘେରି ରହିଛି । ଇଏ ହେଉଛି ସେହି ରାଜକୀୟ ଘର ଯାହା ଗତ କିଛି ଦିନ ହେଡଲାଇନରୁ ହଟୁ ନ ଥିବା ହନିଟ୍ରାପ ର ମାଷ୍ଟର ମାଇଁ ଅର୍ଚ୍ଚନା ନାଗ ଙ୍କ ଘର । ଯେଉଁଠି ଲୁଚି ରହିଥିବା ନାମିଦାମି ବିଦେଶୀ ପକ୍ଷୀମାନେ । ଅର୍ଚ୍ଚନାଙ୍କୁ ନେଇ ତାଙ୍କ ଅପରାଧର ଖବର ଅଏସ ଆରାମର ଜୀବନ ଉପରେ ଚର୍ଚ୍ଚା ହେଉଥିବା ବେଳେ ସାମନାକୁ ଆସିଛି ନାମିଦାମି ଚଢେଇର ଦୁଖଦ କାହାଣୀ ।

ଆଲୀସନ ବଙ୍ଗଳାର ସୌନ୍ଦର୍ଜ୍ୟ ବଢାଇବା ପାଇଁ ମକା ଓ ଶୁଆ । 5 ଲକ୍ଷ ଟଙ୍କାର ଏହି ଶୁଆ ଯୋଡି କିଣି ଘରେ ରଖିଥିଲେ । କିନ୍ତୁ ବ୍ଲାକମେଲର କରି ଫସିବା ପରେ ଏବେ ଝାଡପଡା ଜେଲରେ ଦିନ କାଟୁଛନ୍ତି ଅର୍ଚ୍ଚନା ନାଗ । ଆଉ ଏପଟେ କେହି ନ ଥିବା ଘର ଭିତରେ ଭୋକ ଉପାସରେ ବିନା ଖାଦ୍ୟରେ ବିନା ପାଣିରେ ବନ୍ଦୀ ଜୀବନ କାଟୁଛନ୍ତି ଏହି ଜୀବମାନେ । ତାଟିଆରେ ଖାଦ୍ୟ ଓ ମାଠିଆରେ ପାଣି ସରୀଯାଇଛି ଟିକି ପେଟକୁ ହୋକ ଲାଟ ମାରୁଥିଲେ ବି ଶୁଣିବାକୁ କେହି ନାହାନ୍ତି କି ବୁଝିବାକୁ କେହି ନାହାନ୍ତି ।

ତେଣୁ ଅସହାୟ ହୋଇ କିଚିରିମିଚିରି ଶବ୍ଦ କରି ସାହାଜ୍ଯ ପାଇଁ ଡାକୁଛନ୍ତି ଭୋକିଲା ଚେଢଇ । ଖାଲି ଚଢେଇ ନ୍ହାନ୍ତି ବରଂ ଗଛଲତା ବି ଗୁମୁରି କାନ୍ଦୁଛନ୍ତି ଟୋପାଏ ପାଣି ବିନା ସେମାନଙ୍କ ପ୍ରାଣ ବି ଛାଡି ଗଲାଣି । ଏତେ ବଡ ଘରେ କେହି ନାହାନ୍ତି । ଅର୍ଚ୍ଚନା ଜେଲରେ ଆଉ ସ୍ଵାମୀ ଫେରାର ଅଛନ୍ତି । ବାଲକୁନିରେ ଗଛ ମଉଳିଗଲାଣି ଆଉ ଗେଟ ଉପରେ ଥିବା ଗଛ ବି ସୁଖୀ ଗଲାଣି । ଜଳ ବିନା ଏ ଦାମୀ ଆଉ ସଉକିନ ଗଛର ଅବସ୍ଥା ନ କହିଲେ ସରେ ।

କ୍ୟାମେରା ରେ କେବଳ ଗଛ ଓ ପକ୍ଷୀ ମାନଙ୍କର କରୁଣ କାହାଣୀ କଏଡ ହୋଇଥିବା ବେଳେ ଅର୍ଚ୍ଚନା ଙ୍କ ଘରେ ଥିବା ୧୦ରୁ ଅଧିକ ଦାମୀ କୁକୁର ଙ୍କ ଅବସ୍ଥା ଠିକ ଏମିତି ହୋଇଥିବ ବୋଲି ଅନୁମାନ କରା ଯାଉଛି । ଅର୍ଚ୍ଚନା ଙ୍କ ହନି ଟ୍ରାପର ଖବର ସବୁଆଡେ ହଇଚଇ ଖେଳାଇ ଦେଇଥିବା ବେଳେ ମିଡିଆ, ପୋଲିସ, ସାଧନାର ଲୋକଙ୍କ ନଜର ଏବାଲା ରାଜକୀୟ ବଙ୍ଗଳା, ଲକଜରି କାର, ଆଉ ନାଗ ଫାଶର ଖଳ ନାୟିକାଙ୍କ ଙ୍କ ଉପରେ ରହିଛି ।

ହେଲେ ଆଲୀସାନ ଘରେ ଭିତରେ ଯେ ନିରୀହ ପଶୁ ପକ୍ଷୀ ମାନେ ଉପାସରେ ରହୁଛନ୍ତି କିମ୍ବା ଗଛ ପାଣି ବିନା ମାରି ଗଲାଣି ଆଉ କାହାର ନଜର ଏହା ଉପରେ ନାହି । ଆଉ ବିନା ଦୋଷ ରେ ବନ୍ଦୀ ଜୀବନ କାଟୁଥିବା ଚଢେଇ ଆଉ ଗଛ ମାନେ ବି ପାଟି ନ ଫିଟାଇ ପଚାରୁଛନ୍ତି ଆମର ଭୁଲ କଣ ଆମର ଏ ଅବସ୍ଥା ପାଇଁ ଦାୟୀ କିଏ ? ଆମେ କି ପାପ କରିଛୁ ? ଆମକୁ କେବେ ମିଳିବ ମୁକ୍ତି ? ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *