ସୋସିଆଲ ମିଡିଆରେ ଘୁରି ବୁଲୁଛି Arindam ଙ୍କ ନାଁ ରେ ମିଛ ଖବର, ମାଗୁଛନ୍ତି ଟଙ୍କା, ସତର୍କ କରେଇଲେ Arindam ଙ୍କ ଭଉଣୀ, ଦେଖନ୍ତୁ Video

ଅରିନ୍ଦମ ଦାସଙ୍କ ଦେ-ହା-ନ୍ତ ପର ଠାରୁ ହିଁ ସମସ୍ତ ନ୍ୟୁଜ ଚ୍ୟାନେଲ ଓ ସୋ-ସି-ଆ-ଲ ମି-ଡି-ଆରେ କେବଳ ତାଙ୍କର ହିଁ ନାଁ ଶୁଣିବାକୁ ମିଳୁଛି । କହିବାକୁ ଗଲେ ତାଙ୍କର ଏହିଭଳି ଅକାଳ ବି-ୟୋ-ଗ ଘଟିବ ବୋଲି କେହି ଚି-ନ୍ତା ବି କରି ନ ଥିଲେ । ସାହାସ ଓ ଆତ୍ମବିଶ୍ଵାସରେ ପରିପୂର୍ଣ ଅରିନ୍ଦମ ଦାସ ଆଜି ଆଉ ଆମ ଗହଣରେ ନାହାନ୍ତି । କହିଦେଉଛୁ କି ଅରିନ୍ଦମ ଦାସଙ୍କ ମୃ-ତ୍ୟୁ ପରେ ତାଙ୍କର ସ୍ତ୍ରୀ, ପୁଅ, ମା ଓ ଭଉଣୀ ପୂରାପୂରି ଭାଙ୍ଗି ପଡିଛନ୍ତି । ସମସ୍ତଙ୍କ ଆଖିରୁ ଲୁହ ଶେଷ ହେଉ ନାହିଁ ।

ସେମାନେ ବର୍ତ୍ତମାନ ଦୁଃଖରେ ଅଛନ୍ତି । କିନ୍ତୁ ଏହା ମଧ୍ୟରେ କିଛି ଲୋକମାନେ ସୋ-ସି-ଆ-ଲ ମି-ଡି-ଆରେ ଅରିନ୍ଦମ ଦାସଙ୍କୁ ଭଲ ସାମ୍ବାଦିକ ଓ ପ୍ରଶଂସା କରୁଥିବା ସମୟରେ ଅନ୍ୟ କିଛି ଲୋକମାନେ ଅରିନ୍ଦମ ଦାସଙ୍କ ପରେ ବିଭିନ୍ନ ପ୍ରକାରର ମି-ଥ୍ୟା କଥା ଓ ତାଙ୍କୁ ଅ-ପ-ମା-ନ କରୁଥିବା କଥା କହିଛନ୍ତି ।

ଯାହାକୁ ନେଇ ଅରିନ୍ଦମ ଦାସଙ୍କ ପ୍ରଶଂସକମାନେ ବହୁତ ରା-ଗି ଯାଇଛନ୍ତି । ଏହା ମଧ୍ୟରେ ଅରିନ୍ଦମଙ୍କ ପରିବାର ସାଧାରଣ ଲୋକମାନଙ୍କ ଠାରୁ ଆର୍ଥିକ ସାହାର୍ଯ୍ୟ ମାଗୁଛନ୍ତି ବୋଲି ସୋ-ସି-ଆ-ଲ ମି-ଡି-ଆରେ ଏକ ଗୁଜବ ଚାଲିଛି ।

ଯାହାକୁ ଶୁଣିବା ପରେ ତାଙ୍କର ଭଉଣୀ ଏହି ମିଥ୍ୟା ଖବରକୁ ବିଶ୍ଵାସ ନ କରିବା ପାଇଁ କହିଛନ୍ତି । ଅରିନ୍ଦମ ଦାସଙ୍କ ଭଉଣୀ ଝରଣା ଦାସ ଏହି ପ୍ରସଙ୍ଗଙ୍କୁ ନେଇ ଟ୍ଵିଟ କରି କହିଛନ୍ତି କି ସୋ-ସି-ଆ-ଲ ମି-ଡି-ଆରେ ଘୁରି ବୁଲୁଥିବା ଏହିଭଳି ମି-ଥ୍ୟା ଖବର ଉପରେ ବିଶ୍ଵାସ କରିବା ପାଇଁ ସେ ସମସ୍ତଙ୍କୁ ମନା କରିଛନ୍ତି ।

ଆମର ପରିବାର ଅରିନ୍ଦମ ଦାସଙ୍କ ଦାୟିତ୍ଵ ଉଠାଇବା ପାଇଁ ସକ୍ଷମ ଅଟନ୍ତି । ଭଗବାନଙ୍କ ଆଶୀର୍ବାଦରେ ଆମ ନିକଟରେ ଆପଣ ସମସ୍ତଙ୍କ ଭଲ ପାଇବା ଓ ଆଶୀର୍ବାଦ ଅଛି । ଆମର ଏକ ବଡ ପରିବାର ଅଛି ଓ ସମସ୍ତେ ନିଜ ନିଜ କ୍ଷେତ୍ରରେ ସମର୍ଥ ମଧ୍ୟ ଅଟନ୍ତି । ମୋ ବାପା ଜଣେ ସଚ୍ଚୋଟ ବ୍ୟାଙ୍କ ଅଧିକାରୀ ଓ ମୋ ଭାଇ ଜଣେ ଭଲ ବ୍ୟକ୍ତି ଥିଲେ । ସେ କେବେ ବି ଟଙ୍କା ପଛରେ ଯାଉ ନ ଥିଲେ ଓ ସେ ସବୁବେଳେ ନିଜର କାମକୁ ଅଧିକ ମହତ୍ଵ ଦେଉ ଥିଲେ ।

ଅରିନ୍ଦମଙ୍କ ପୁଅ ଓ ପତ୍ନୀ ଏକ ଭଲ ଜୀବନ ଜାପାନ କରିବେ ସେଥିପାଇଁ ଆମର ପୁରା ପରିବାର ସକ୍ଷମ ଅଟୁ । ଏହିଭଳି ଦୁଃଖ ଭରା ସମୟରେ ଅରିନ୍ଦମଙ୍କ ଭଉଣୀ ଝରଣା ଦାସ ସମସ୍ତଙ୍କ ଠାରୁ ସମର୍ଥନ ଓ ସେନ୍ହ ଚାହୁଁଛନ୍ତି । ଅରିନ୍ଦମ ଦାସଙ୍କ ସହ ଛିଡା ହୋଇଥିବା, ସାହାସ ଦେଖାଇ ଥିବା ଓ ଭଲ ପାଉଥିବା ସମସ୍ତ ବ୍ୟକ୍ତିଙ୍କୁ କୃତଜ୍ଞତା ପ୍ରକଟ କରିଛନ୍ତି । ଅରିନ୍ଦମଙ୍କ ନାଁ ନେଇ ପରିଚିତ ଓ ଫେମସ ହେବାକୁ ଚାହୁଁ ଥିବା ଲୋକମାନଙ୍କ ଠାରୁ ଦୂରେଇ ରହିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏହା ସହିତ ମିଥ୍ୟା ଭିଡିଓ ପ୍ରସାର ନ କରିବା ପାଇଁ ବି ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *