ଅନେକ ରୋଗକୁ ମୂଳରୁ କରେ ସମାପ୍ତ ଏହି ଗଛର ଛାଲ, ବାସ ବ୍ୟବହାର କରିବାର ସଠିକ ତାରିକା ଜାଣି ରଖନ୍ତୁ

ଆୟୁର୍ବେଦରେ ଅର୍ଜୁନ ଗଛକୁ ଔଷଧୀୟ ଗୁଣରେ ଭରପୁର ବୋଲି କୁହାଯାଇଛି । ଅର୍ଜୁନ ଗଛର ଛାଲ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରରେ ଆସିଥାଏ । ଏହି ଗଛର ଛାଲ ଗୁଣ୍ଡକରି କାର୍ଯ୍ୟରେ ଲଗାଯାଇଥାଏ । ଡକ୍ଟର ଲକ୍ଷ୍ମୀଦତା ଶୁକ୍ଲା ଙ୍କ ଅନୁସାରେ, ଅର୍ଜୁନ ଛାଲରେ ଷ୍ଟ୍ରୋକ୍କ, ହୃଦଘାତ, ଓ ହାର୍ଟ ଫେଲ ଭଳି ହାର୍ଟ ସମ୍ବନ୍ଧିତ ରୋଗର ଉପଚାର କରାଯାଇପାରିବ । ଅର୍ଜୁନ ଗଛ ଭାରତର ହିମାଳୟ ର ତରାଇ, ଉତ୍ତରପ୍ରଦେଶ, ବିହାର,ଓ ମଧ୍ୟପ୍ରଦେଶ ରେ ବେଶି ଦେଖିବାକୁ ମିଳେ ।

ଅର୍ଜୁନ ଗଛରେ ବିଟା ସିଟିଷ୍ଟିରେଲ, ଇଲେଜିକ ଏସିଡ, ଟ୍ରାଇହାଇଡ୍ରୋକସି ଟ୍ରାଇଟରପିନ, ମୋନୋ କାର୍ବୋସ୍କିଲିକ ଏସିଡ, ଆର୍ଜୁନିକ ଏସିଡ ମିଳେ, ସେହି କାରଣରୁ ଏହି ରୋଗକୁ ଦୂର କରିବା ପାଇଁ ବହୁତ ଉପଯୋଗୀ ହୋଇଥାଏ ।

Image Courtesy: Google

ଅର୍ଜୁନ ଛାଲରୁ ହୃଦୟ ରୋଗ, କ୍ଷୟ, ପିତ, କଫ, ଥଣ୍ଡା, କଫ, ଅତ୍ୟଧିକ କୋଲେଷ୍ତ୍ରାଲ ଓ ମୋଟାପଣ ଦୂର କରିବାରେ ସହାୟକ ହୋଇଥାଏ । ଏହାଛଡା ମହିଳା ମାନଙ୍କ ପାଇଁ ବହୁତ ଉପଯୋଗୀ ଅଟେ । ସୁନ୍ଦରତା ବଢାଇବା ସହିତ ସ୍ତ୍ରୀ ରୋଗ ପାଇଁ ବହୁତ ଲାଭ ଦାୟାକ ।

Image Courtesy: Google

ସ୍ତନ କର୍କଟ ରୋଗକୁ ରୋକେ ଅର୍ଜୁନର ଛାଲ :-

ବହୁତ ରିସର୍ଚ ରେ କହିଛନ୍ତି କି ଅର୍ଜୁନ ଗଛରେ କସୁଆରିନିନ ନାମକ ରାସାଯନିକ ପଦାର୍ଥ ମିଳେ । ଏହି କାରଣରୁ ଶରୀରରେ କର୍କଟ ର କୋସିକା ଚାରିଆଡକୁ ଯାଇପାରେନି । ବିଶେଷକରି ସ୍ତନ କର୍କଟ କୋସିକା ଗୁଡିକର ବିକାଶ ହୋଇପାରେ ନାହିଁ । ଯଦି ଗରମ କ୍ଷୀରରେ ଅର୍ଜୁନ ଗଛର ଛାଲକୁ ଭଲକରି ଚୂନା କରି ସବୁଦିନେ ସେବନ କଲେ ସ୍ତନ କର୍କଟ ରୁ ବଞ୍ଚି ପାରିବ ।

Image Courtesy: Google

ହୃଦରୋଗିଙ୍କ ପାଇଁ ରାମବାଣ ଅଟେ ଏହି ଔଷଧୀ ଅଟେ ।

ଅର୍ଜୁନ ଗଛର ଛାଲ ହୃଦରୋଗୀ ଙ୍କ ପାଇଁ ବହୁତ ଲାଭଦାୟକ ଅଟେ । ଯାହାର କୋଲେଷ୍ଟ୍ରୋଲ ବଢିଛି ଓ ଟିକେ ପଦରେ ଚାଲିକି ଗଲେ ଧଇଁସଇଁ ଅନୁଭବ କରନ୍ତି, ତାଙ୍କୁ ଅର୍ଜୁନ ଛାଲର ଚା ନିଶ୍ଚୟ ପିଈବା ଆବଶ୍ୟକ । ଅର୍ଜୁନ ଗଛ ର ଛାଲ ଧମନୀରେ ଯମୁଥିବା କୋଲେଷ୍ତ୍ରାଳ ଓ ଟ୍ରାଇଗ୍ଳୁସରାଇଡ କୁ କମ କରେ । ଏଥିରେ ହ୍ରୁଦୟକୁ ରକ୍ତ ପହଞ୍ଚାଇବାକୁ ଧମନୀ ସୂଚାରୁ ରୂପେ କାମକରେ ।

Image Courtesy: Google

ଏଇ କଥାର ସବୁବେଳେ ଧ୍ୟାନ ରଖିବାକୁ ହେବ ଯେ କୋଲେଷ୍ତ୍ରାଲ ଓ ଟ୍ରାଇଗ୍ଲୁସରାଇଡ ବେସୀ ବଢିଲେ ହୃଦୟ ପାଇଁ ଘାତକ ଅଟେ । ଏଥିରେ ବହୁତ ବାର ହାର୍ଟ ଆଟାକ ହେବାର ଆଶଙ୍କା ଥାଏ । ଏଭଳି ରୋଗୀ ମାନଙ୍କୁ ସବୁବେଳେ ଅର୍ଜୁନ ଗଛର ଛାଲକୁ ବ୍ୟବହାର କରିବା ଆବଶ୍ୟକ ।

ମଧୁମେହ ରୋଗୀମାନଙ୍କ ପାଇଁ ଏମିତି କରନ୍ତୁ ଅର୍ଜୁନ ଗଛ ଛାଲର ପ୍ରୟୋଗ ;-

ଅର୍ଜୁନ ଗଛର ଛାଲ ଏକା ସାଙ୍ଗରେ ବହୁତ ରୋଗ ଭଲ କରିଥାଏ । କର୍କଟ ରୋଗ ଓ ହୃଦୟ ସମ୍ବନ୍ଧିତ ରୋଗ ଭଳି ମଧୁମେହ ରୋଗକୁ ମଧ୍ୟ ନିୟତ୍ରଣ କରିଥାଏ । ଅର୍ଜୁନ ଛାଲ ସହିତ ଜାମୁକୋଳି ମଞ୍ଜି ସମାନ ମାତ୍ରାରେ ଗୁଣ୍ଡାକରି ଖାଇଲେ ବହୁତ ଲାଭ ହୋଇଥାଏ ମଧୁମେହ ରୋଗୀଙ୍କ ପାଇଁ ।

Image Courtesy: Google

ମୋଟା ରୋକିବାରେ ସହାୟକ ହୋଇଥାଏ :-

ଅର୍ଜୁନ ଛାଲ କୁ କଢା ବଣାଇ ପିଈଲେ ମୋଟପା ରୋଗ ହୁଏନି କାରଣ ଏହା ସେବନ କରିବା ଦ୍ଵାରା ପା ଚନ ତନ୍ତ୍ର ଠିକ ରହିଥାଏ । ଯଦି ଏହାର ସେବନ ୧ ମାସ ପର୍ଯ୍ୟନ୍ତ କରାଯାଏ ତ ବହୁତ ଲାଭ ଦେଇଥାଏ । ଏହା ଇମ୍ୟୁନ ସିଷ୍ଟମ କୁ ବି ମଜଭୁତ କରିଥାଏ । ଯାହା ଫଳରେ ଥଣ୍ଡା, ଖାସି ଭଳି ବିମାରି ହୁଏନି ।

ମୁହଁ ର ଘା ହୋଇଥାଏ ଦୂର :-

ଅର୍ଜୁନ ର ଛାଲ ପେଟ ସଫା କରେ ଓ ଏହାର ପ୍ରଭାବ ଥଣ୍ଡା ପକାଇଥାଏ । ସେଥିପାଇଁ ଏହାକୁ ସେବନ କରିବା ଦ୍ଵାରା ମୁହଁରେ ଘା ହୋଇନଥାଏ । ଏହା ଛଡା ଏହା ରକ୍ତକୁ ବୀନା ଔଷଧରେ ପ୍ରାକୃତିକ ରୂପରେ ପତଳା କରିବାର ଔଷଧୀୟ ଅଟେ ।

Image Courtesy: Google

ଏହା ସେବନ କରିବା ଦ୍ଵାରା ରକ୍ତଚାପ ରୋଗର ସମସ୍ୟା ହୁଏନି । ଗରମରେ ଏହା ବହୁତ ଲାଭଦାୟକ । କିନ୍ତୁ ଯେଉଁ ଲୋକଙ୍କ ଥଣ୍ଡା, ଖାସି ହୋଇଥାଏ, ଆୟୁର୍ବେଦ ଡକ୍ଟର ଙ୍କ ବୀନା ପରାମର୍ଶରେ ସେବନ କରନ୍ତୁ ନହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *