ଅରୁଣଙ୍କୁ ଶହେ ସଲାମ ଭାଉଜ ମଥାରେ ସିନ୍ଦୁର ଦେଲେ ଦିଅର, କାରଣ ଜାଣି ଆପଣବି କରିବେ ପ୍ରଶଂସା… ସେ କଣ କହୁଛନ୍ତି ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ବେଳେବେଳେ ଜୀବନର ଗତିପଥ ଭାଗ୍ୟ ବଦଳାଇ ଦିଏ । ଅନ୍ୟର ଖୁସି ପାଇଁ ବାଣ୍ଟି ଦେବାକୁ ହୁଏ ନିଜର ସଞ୍ଚିତ ସ୍ଵପ୍ନ । ସେଥିରେ ଥାଏ ଆନନ୍ଦ ଓ ଜୀବନର ସବୁ ଆଶା । ନୋଳ ମୁକୁଟ ପିନ୍ଧି ବର ବେଶ ସାଜି ବାହା ହେବାକୁ ବସିଥିବା ଅରୁଣଙ୍କୁ ଯେତେ ପ୍ରାଣସା କରିଲେ ବି କମ ଲାଗିପାରେ । ନିଜର ସବୁ ସ୍ଵପଙ୍କୁ ପଛରେ ପକାଇ ସେ ନିଜ ମୃ-ତ ବଡ ଭାଇଙ୍କ ସଂସାରକୁ ଉଛନ ହେବାକୁ ବଞ୍ଚାଇ ଦେଇଛନ୍ତି ।

ଦାଣ୍ଡ ଦୁଆରେ ଥୁଆ ହୋଇଛି ଶୁଭ କଳସ । ଘର ଭିତରେ କୁଳାରେ ଶୁଭ ଦୀପ, ଅରୁଆ ଚାଉଳ ଏବଂ କାନ୍ଥରେ ଅଙ୍କା ଯାଇଛି ଦୁଇ ନାଁ ଅରୁଣଙ୍କ ସହ ଲିଲି । ଏ ସମାଜ ପାଇଁ ଅରୁଣ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି । ସୂଚନା ଅନୁଯାୟୀ କୋରୋନାରେ ଘରର ମଝିଆ ପୁଅର ମୃ-ତ୍ୟୁ ହେଲା । କୁନି ପୁଅକୁ କୋଳରେ ଧରି ଅସହାୟ ହୋଇପଡିଥିଲେ ଭାଉଜ । ହେଲେ ସାହା ହେଲେ ଦିଅର ।

ଭାଉଜ ଓ ପୁତୁରାର ଉଜୁଡା ଜୀବନକୁ ସଜାଡିବାକୁ ଭାଉଜ ମଥାରେ ସିନ୍ଦୁର ଦେଲେ ଦିଅର । ଏଭଳି ଘଟଣା ଦେଖିବାକୁ ମିଳିଛି ବାଙ୍କି ଡମାପଡା ବ୍ଲକ ରଗୋଡି ଗାଁରେ । ଘରର ମଝିଆ ପୁଅ ଅରୁଣ ଏବେ ତାଙ୍କ ବାହାଘର ପଦକ୍ଷେପକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ବିବାହ ଆଉ ସହ ନୁହେଁ ବରଂ ନିଜ ଭାଉଜଙ୍କ ସହ କରିଛନ୍ତି ବିବାହ । କୋରୋନାରେ ଭାଇଙ୍କର ଅ-କା-ଳ ବି-ୟୋ-ଗ ହେଲା ।

ମାତ୍ର 1 ବରର ପୁଅକୁ ଧରି ଅସହାୟ ହୋଇ ପଡିଥିଲେ ଭାଉଜ ଲିଲି । ଏତେ ଛୋଟ ଛୁଆକୁ ଧରି ଭାଉଜ କେମିତି ବାଟ ଚାଲିବେ । ଭାଉଜ ଆଉ ସିନା ଆଉ କେଉଁଠି ବାହା ହୋଇପାରିବେ କିନ୍ତୁ କୁନି ପୁଅକୁ କିଏ ବା କାହିଁକି ଗ୍ରହଣ କରିବ ? ଏହି ଚିନ୍ତା ଦିଅର ଅରୁଣଙ୍କ ସହ ପୁରା ପରିବାରକୁ ଘାରୁଥିଲା । ଏତିକି ବେଳେ ନିଜ ବିବେକର ଡାକକୁ ଶୁଣିଥିଲେ ଅରୁଣ ।

ନିଜେ ଚାହିଁଥିଲେ ଅରୁଣ ଆଉ କେଉଁଠି ଝିଅ ଦେଖି ଯୌତୁକ ଆଣି ଧୂମଧାମରେ ବିବାହ ହୋଇ ପାରିଥାନ୍ତେ । ହେଲେ ନିଜ ସ୍ବାର୍ଥକୁ ପଛରେ ପକାଇ ଭାଉଜ ଓ ପୁତୁରାର ଭବିଷ୍ୟତ ପାଇଁ ଘରର ଲୋକଙ୍କ ସହମତିରେ ଭାଉଜକୁ ବିବାହ କରିବାକୁ ନିସ୍ପତି ନେଲେ ଅରୁଣ । ଶେଷରେ ବନ୍ଧୁ ବାନ୍ଧବଙ୍କ ଗହଣରେ ମନ୍ତ୍ର ପାଠ ଭିତରେ ଭାଉଜ ଲିଲିଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି ଅରୁଣ ।

ଘର ଲୋକ ଓ ବନ୍ଧୁ ବାନ୍ଧବ ଙ୍କ ଉପସ୍ଥିରେ ଗାଁ ମନ୍ଦିରରେ ଭାଉଜ ଲିଲି ଙ୍କୁ ବିବାହ କରିଛନ୍ତି ଅରୁଣ । ଏବେ ବିବାହ ପରେ ସମସ୍ତେ ଖୁସି ରେ ଅଛନ୍ତି । ଭାଉଜଙ୍କ ଉଜୁଡା ସଂସାର ଏବେ ସଜାଡି ହୋଇ ଯାଇଛି । ଗତ 2 ବର୍ଷ ପରେ ଆଶ୍ଵସ୍ତ ହୋଇଛନ୍ତି ଘର ଲୋକେ ।

ଅରୁଣ ଙ୍କ ଏହି ଗୋଟେ ନିସ୍ପତି ତାଙ୍କ ଘରକୁ ପୁଣି ଥରେ ଫେରାଇ ଆଣିଛି ଖୁସି । ତାଙ୍କର ବାହାଘର ପାଇଁ ଅନେକ ପ୍ରଶଂସା ମିଳିବା ସହ ଆଶୀର୍ବାଦ ମଧ୍ୟ ମିଳୁଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *