ବାତ୍ୟା Asani ପରେ ପୁଣି ଥରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, 19ରେ ନେଇ ପାରେ ଭୟଙ୍କର ରୂପ…. IMD କରାଇଲା ସତର୍କ

ନମସ୍କାର ବନ୍ଧୁଗଣ । ଅସାନି ବାତ୍ୟା ଯାଉ ଯାଉ ପୁଣି ସୃଷ୍ଟି ହେଲାଣି ଲଘୁଚାପ । ୧୯ ତାରିଖ ସୁଧା ସ୍ପଷ୍ଟ ହେବ ଚିତ୍ର । ଓଡିଶା ଉପରେ ବାତ୍ୟା ଅସାନି ର ପ୍ରଭାବ ପଡିଥିଲେ ମଧ୍ୟ ବଙ୍ଗୋପସାଗର ରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏ ନେଇ ପାଣିପାଗ ବିଭାଗ ପୂର୍ବ ଅନୁମାନ କରିଛି । ଭାରତୀୟ ପାଣିପାଗ ର ସୂଚନା ଅନୁଯାୟୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ରେ ଆସନ୍ତା ୧୯ ତାରିଖ ସୁଧା ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଦକ୍ଷିଣ ଆଣ୍ଡାମନ ସାଗରକୁ ପ୍ରବେଶ କରିବ ।

ଏହା ପରେ ଏହାର ରୂପରେଖ ଓ ପ୍ରଭାବ କଣ ରହିବ ସେ ନେଇ ଆକଳନ କରାଯାଇ ପାରିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ତେବେ ଦକ୍ଷିଣ ପଶ୍ଚିମ ମୌସୁମୀ ଥିବାରୁ ଏ ୧୫ ତାରିଖ ଭିତରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ନିକଟବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗାର ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷ ରୁ ସୂଚନା ଜାରି ହୋଇଛି ।

ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ର ପ୍ରଭାବରେ ମୌସୁମୀ ବାୟୁ ସକ୍ରିୟ ହେବ ଆଶା କରାଯାଉଛି । ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଲ ଛୁଇଁବା ନେଇ ରାବ ଅନୁମାନ କରାଯାଇଛି । ଯାହା କି ସ୍ଵାଭାବିକ ଠାରୁ ପୂର୍ବ ତାରିଖକୁ ନେଇ ଅନୁମାନ କରା ଯାଇଛି । ଏ ନେଇ ଆଞ୍ଚଳିକ ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ ଏବେ ଯାଏଁ ରାଜ୍ୟ ରେ ଅନେକ ସ୍ଥାନରେ ମୌସୁମୀ ପ୍ରଭାବ ଜାରି ରହିଛି । ଗତ କାଲି ଟିଟଲାଗଡ ସବୁଠାରୁ ଉତ୍ତାପ ସହର ଥିଲା । ଏଠାରେ ଗତ କାଲି ତାପମାତ୍ର ୪୩ ଡିଗ୍ରୀ ଉପରେ ରହିଥିଲା । ଗତ ୨୪ ଘଣ୍ଟା ରେ ରାଜ୍ୟରେ ୧୧ଟି ସ୍ଥାନରେ ୪୦ ଡିଗ୍ରୀ ତାପମାତ୍ରା ବଢିଛି ।

ସେ ଯାହା ବି ହେଉ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା କାରଣରୁ ସମସ୍ତଙ୍କ ମନରେ ଆଶଙ୍କା ପସିଛି । ବନ୍ଧୁଗଣ ଆପଣ ମାନଙ୍କର ଲଘୁଚାପ କ୍ଷେତ୍ର ସୃଷ୍ଟି ଏହବ ଅନେଇ କଣ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସାହ ଆଗକୁ ରହିବା ପାଇନ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *