ଆସିଲା ନୂଆ ନିୟମ, ଏବେ ଏକାଠି ହୋଟେଲ କି ପାର୍କ ଯାଇପାରିବେନି ମହିଳା ଓ ପୁରୁଷ… ଦେଖନ୍ତୁ କେଉଁ ଜାଗାରେ ଲାଗୁ ହେଇଛି ଏହି ନିୟମ

ନମସ୍କାର ବନ୍ଧୁଗଣ । ଭାରତରେ ମନୁବାଜ ହେଉ ବା ମୁସ୍ଲିମ ଦେଶ ମାନଙ୍କରେ ସାରିଆ ଆଇନ ଏହା କେବଳ ମହିଳାଙ୍କୁ ଘରର ଚାରି କାନ୍ଥରେ ବାନ୍ଧି ରଖିବାକୁ ଏକ ପ୍ରୟାସ । ମହିଳା ମାନେ ଶିକ୍ଷା ଲାଭ କରି ପୁରୁଷ ମାନଙ୍କ ସହ ପାଦ ମିଳାଇ ଚାଲନ୍ତୁ ଏହାକୁ କେବେ ସାରିଆ କାନୁନ ବା ମନୁ ସଂହିତା ପ୍ରଶୟ ଦିଏ ନାହି । ହେଲେ ଏହାକୁ ପ୍ରଚଳନ କରିବାରେ ଏବେ ବିଶ୍ଵରେ ସବୁଠାରୁ ଆଗରେ ରହିଛି ଆଫିସ୍ତାନରେ ତାଲିବାନ ସରକାର । ଆଫଗାନ କୁ ତାଲିବାନ ମାନେ ଦାଖଲ କରିବା ପରେ ଏବେ ସେଠାରେ ଲୋକ ମାନେ ଭୟଭୀତ ଜୀବନ ଯାପନ କରୁଛନ୍ତି ।

ସେଠିକାର ଲୋକଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ ଆଦି ଯୋଗାଇବାରେ ଅସମର୍ଥ ତାଲିବାନ ସରକାର । ଏବେ ଲୋକଙ୍କ ଉପରେ ଦୈନିକ କିଛି ନା କିଛି କଟକଣା ଲଗାଇ ସେମାନଙ୍କର ସାମାଜିକ ଅଧିକାର କୁ କ୍ଷୁର୍ଣ୍ଣ କରିବାରେ ଲାଗିଛି ତାଲିବାନ ସରକାର । ତାଲିବାନ ସରକାର ରେ ସବୁଠାରୁ ଅଧିକ ଅସୁବିଧାର ସମୁଖିନ୍ନ ହେଉଛନ୍ତି ଆଫଗାନିସ୍ତାନ ର ମହିଳା ମାନେ ।

ଏବେ ମହିଳା ବିରୋଧୀ ତାଲିବାନ ସରକାର ଏକ ନାଉଆ ଆଇନ ଲାଗୁ କରିଛନ୍ତି । ଏହି ଆଇନ ମୁତାବକ ସ୍ଵାମୀ ସ୍ତ୍ରୀ ଏକାଠି ଗୋଟିଏ ରେଷ୍ଟୁରାଣ୍ଟ ରେ ଖାଦ୍ୟ ଖାଇ ପାରିବେ ନାହି । କେବଳ ସେତିକି ନୁହେଁ ବରଂ ମହିଳା ଓ ପୁରୁଷ ମାନେ ଏକାଠି ପାର୍କ କୁ ଯାଇ ପାରିବେ ନାହି । ଏ ନେଇ ସଦାଚାର ପ୍ରଚାର ମନ୍ତ୍ରାଳୟ ତରଫରୁ ଏକ ନିର୍ଦେଶ ନାମା ଜାରି କାର ଯାଇଛି ।

ନିର୍ଦେଶ ଦେଇ ମନ୍ତ୍ରାଳୟ ମୁଖ୍ୟ ଶିରାଦ କହିଛନ୍ତି ଯେ ମହିଳା ଓ ପୁରୁଷ ମାନେ aଲଗା ଅଲଗା ଦିନରେ ପାର୍କ ଓ ରେଷ୍ଟୁରାଣ୍ଟ ଯିବେ । ଗୁରୁବାର, ଶୁକ୍ରବାର ଓ ଶନିବାର ମହିଳା ଏମାନେ ରେଷ୍ଟୁରାଣ୍ଟ ଓ ପାର୍କ ଯିବେ । ସେହିଭଳି ସୋମବାର, ମଙ୍ଗଳବାର, ବୁଧବାର ପୁରୁଷ ମାନେ ପାର୍କ ଓ ରେଷ୍ଟୁରାଣ୍ଟ ଯିବେ ।

ଆଫଗାନିସ୍ତାନ କୁ ତାଲିବାନ ଦାଖଲ କରି ନେବା ଅପରେ ସେଠାରେ ମହିଳାଙ୍କ ଜୀବନ ଯେପରି ନର୍କ ପାଲଟି ଯାଇଛି । ଚାରି କାନ୍ଥରେ ବନ୍ଧା ହୋଇଛି ସେମାନଙ୍କର ଜୀବନ । ସେମାନଙ୍କ ପାଇଁ ଆଗୁ ହୋଇଛି ଏକାଧିକ କଟକଣା । ସେମାନେ ଫିଟିଙ୍ଗ ପୋଷାକ ପିନ୍ଧି ପାରିବେ ନାହି, ଚାକିରି କରିପାରିବେ ନାହି, ଉଚ୍ଚ ଶିକ୍ଷା ଗ୍ରହଣ କରିପାରିବେ ନାହି ।

ଏହା ଠାରୁ ଅଧିକ କଠୋର କଟକଣା ଲାଗୁ ହୋଇଛି ତାଲିବାନରେ । ବୁର୍ଖା ସେମାନଙ୍କ ପାଇଁ ବାଧ୍ୟତାମୂଳକ ହେବା ସହ ଜୋତା ଯେପରି ଚାଲିଲେ ଶବ୍ଦ ନ ହେବ ସେଥିପ୍ରତି ତାଗିଦ କରିଛନ୍ତି ତାଲିବାନୀ । ଏହି ସବୁ ମଧ୍ୟରେ ନର୍କ ଯନ୍ତ୍ରଣା ଭୋଗ କରୁଛନ୍ତି ଆଫଗାନିସ୍ତାନ ମହିଳା ମାନେ । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *