ଆସନ୍ତା 16 ରୁ ବସ ଚଳାଚଳ ସଂପୂର୍ଣ୍ଣ ବନ୍ଦ! କାହିଁକି ଜାଣନ୍ତୁ କାରଣ

ନମସ୍କାର ବନ୍ଧୁଗଣ । ସରକାର ଆମ କଥା ନ ଶୁଣିଲେ ବସ ଚଳାଚଳ ସଂପୂର୍ଣ୍ଣ ଭାବେ ବନ୍ଦ ହେବ । ସରକାର ତେଲ ଦର କମ କରିବା ସହ ଟ୍ୟାକ୍ସ ଛାଡ କରନ୍ତୁ । ୧୫ ଦିନ ଭିତରେ ସମାଧାନ ନ ହେଲେ ନଭେମ୍ବର ୧୬ରୁ ଏନିଦିଷ୍ଟ କାଳ ଯାଏଁ ଘରୋଇ ବସ ବନ୍ଦ ରହିବ । ରାଜ୍ୟ ଘରୋଇ ବସ ଆସୋସିଏସନ ସାଧାରଣ ପରିଷଦ ବୈଠକରେ ଏ ନେଇ ନିସ୍ପତି ହୋଇଥିବା ଘରୋଇ ବସ ମାଲିକ ସଂଘ ପକ୍ଷରୁ ସୂଚନା ଦିଆ ଯାଇଛି । ସୂଚନା ଅନୁସାରେ ପୂର୍ବରୁ ଯେଉଁ ଆଲୋଚନା ହୋଇଥିଲା ତାହାକୁ ଆଧାର କରି ବର୍ତ୍ତମାନ ସୁଦ୍ଧା ୬୦ଭାଗ ବସ ଚାଲୁଅଛି ।

ଆଉ ୪୦% ବସ ଏ ଯାଏଁ ଚଳାଚା ହୋଇନାହି । ସେହି ସମୟରେ ଘରୋଇ ବସ ପରିଷଦ ପକ୍ଷରୁ କୁହା ଯାଇଥିଲା କି ୧ଲକ୍ଷ ଟଙ୍କାର ଲୋନ ଦିଆଯାଉ । ଏହି ଲୋନ ଜରିଆରେ ଯେଉଁ ବସ ମାଲିକ ଗାଡି ଚାଳାଇ ପାରୁନହି ସେମାନେ କରି ପାରିବେ । କିନ୍ତୁ ଏ ଯାଏଁ ସରକାର ଲୋନ ଦେଇ ନାହାନ୍ତି ବୋଲି ପରିଷଦ ପକ୍ଷରୁ କୁହା ଯାଇଛି । ସୂଚନା ଯୋଗ୍ୟ କି ଆମ ଓଡିଶାରେ ଡିଜେଲ ଦର ୧୦୫ଟଙ୍କା ରହିଥିବା ବେଳେ ବେଙ୍ଗଲରେ ଡିଜେଲ ଦର ୧୯୯ଟଙ୍କା ରହିଛି ।

ବେଙ୍ଗଲରେ ଯେତିକି ଡିଜେଲ ଦର ରହିଛି ସେତିକି ଆମ ଦେଶରେ କରିବା ସହ ଭଡା ମଧ୍ୟ କମ କରାଜୁ ବୋଲି ଦାବି କରା ଯାଇଛି । କାରଣ ଛତିଶଗଡ, ଝାଡଖଣ୍ଡରେ ଡିଜେଲ ଦର ଯଦି କମ ଅଛି ତେବେ ଆମେ ଏତେ ଟଙ୍କା ଦେଇ ଡିଜେଲ କଣ ପାଇଁ ବ୍ୟବହାର କରିବୁ ଏହିଭଳି ପ୍ରଶ୍ନ କରିଛନ୍ତି ଘରୋଇ ବସ ପରିଷଦ ସଂଘ । କେନ୍ଦ୍ର ସରକାର ବାରମ୍ବାର ଡିଜେଲ ଦର ବଢାଇବା ସହ ନଳିତା ଉପରେ ବୋଝ ବିଡା ହୋଇ ଗଲାଣି ବୋଲି ପରିଷଦ ପକ୍ଷରୁ କୁହା ଯାଇଛି । ବସ ଦର ଏତେ ମାତ୍ରା ରେ ବୃଦ୍ଧି ପାଇବା ପରେ ମଧ୍ୟ କୌଣସି ଲାଭ ମିଳୁ ନାହି ।

କାରଣ ଓଡିଶାରେ ସାଧାରଣ ଜନତା ମାନଙ୍କର ଆର୍ଥିକ ସ୍ଥିତି ଏତେ ଶୋଚନୀୟ ଯେ ସେମାନେ ଏତେ ଟଙ୍କା ଦେଇ ବସ ଭଡା ଦେଇପାରୁ ନାହାନ୍ତି । ତେବେ ସରାକର ଡିଜେଲ ଦର କମ କରିବା ସହ ବସ ଭଡା ମଧ୍ୟ କମ କରିବା ପାଇଁ ପରିଷଦ ପକ୍ଷରୁ ଦାବି କରା ଯାଇଛି । ଯଦି ଏପରି ନ ହୁଏ ତେବେ ଆସନ୍ତା ୧୫ ଦିନ ପରେ ଆନ୍ଦୋଳନ ହେବା ସହ ବସ ଚଳାଚଳ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ ବୋଲି ଘରୋଇ ବସ ପରିଷଦ ପକ୍ଷରୁ ସୂଚନା ଦିଆ ଯାଇଛି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *