ପବିତ୍ର କାର୍ତ୍ତିକ ମାସରେ ତୁଳସୀ ପତ୍ର ଦ୍ଵାରା କରନ୍ତୁ ଏହି ଉପାୟ, ତା ପରେ ଦେଖନ୍ତୁ ଚମତ୍କାର

ବର୍ତ୍ତମାନ ପବିତ୍ର କାର୍ତ୍ତିକ ମାସ ଆରମ୍ଭ ହୋଇ ସାରିଛି । ଏହି ମାସକୁ ସର୍ବଶ୍ରେଷ୍ଠ ମାସ ଭାବେ ଗଣନା କରାଯାଏ । ମାନ୍ୟତା ରହିଛି ଯେ ଯଦି ଆପଣଙ୍କର ବ୍ୟବସାୟରେ କୌଣସି ବାଧା ସୃଷ୍ଟି ହେଉଛି ତେବେ କାର୍ତ୍ତିକ ମାସରେ ତୁଳସୀ ଗଛ ପୂଜା କରିବା ଦ୍ଵାରା ଏହାର ନିବାରଣ ହୋଇଥାଏ । ଏମିତି କି ଜୀବନରେ ଚାଲିଥିବା ସମସ୍ୟାର ସମାଧାନ ପାଇଁ କାର୍ତ୍ତିକ ମାସରେ ତୁଳସୀ ଗଛର ପୂଜା କରାଯାଏ । କାରଣ ତୁଳସୀ ପତ୍ର ହେଉଛି ଭଗବାନ ବିଶୁଣୁଙ୍କର ଅତି ପ୍ରିୟ । ତୁଳସୀ ଗଛର ହିନ୍ଦୁ ଧର୍ମରେ ବିଶେଷ ମହତ୍ଵ ରହିଛି । ଏହାକୁ ଆୟୁର୍ବେଦିକ ଔଷଧ ଭାବେ ମଧ୍ୟ ଅନେକ ରୋଗର ନିରାକରଣ ପାଇଁ ପ୍ରୟୋଗ କରାଯାଏ ।

ଆଜି ଆମେ ଆପଣ ମାନଙ୍କୁ ତୁଳସୀ ପତ୍ର ରେ କେଉଁ ଉପାୟ କରିଲେ ଗୃହକୁ ସୁଖ ସମୃଦ୍ଧି ଆସିବା ସହ ଧନ ବୃଦ୍ଧି ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ୧- ପ୍ରଥମ ଉପାୟ ଟି ହେଉଛି ଯଦି ଆପଣ ଘରର ସୁଖ ସମୃଦ୍ଧି ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତେବେ ଆପଣ କାର୍ତ୍ତିକ ମାସର ପ୍ରଥମ ସୋମବାର ଦିନ ସ୍ନାନ କରିବା ପରେ ତୁଳସୀ ପତ୍ର ୫ଟି ଆଣନ୍ତୁ । ଏହା ପରେ ଏହି ପତ୍ରକୁ ଗଙ୍ଗା ଜଳରେ ଧୋଇ ଠାକୁର ଘରେ ରଖି ଦିଅନ୍ତୁ । ଏହା ପରେ ରାତିରେ ଶୋଇବା ସମୟରେ ଏହି ତୁଳସୀ ପତ୍ରକୁ ଆପଣ ନିଜର ତକିଆ ତଳେ ରଖି ଶୁଅନ୍ତୁ । ଏହା ପରେ ଭଗବାନ ବିଶୁଣୁଙ୍କ ନାମ ସ୍ମରଣ କରନ୍ତୁ ।

୨- ଯଦି ବେପାର ଓ ବାଣିଜ୍ୟରେ ସଫଳତା ମିଳୁ ନାହିଁ ତେବେ ପ୍ରତି ଗୁରୁବାର ଦିନ ତୁଳସୀ ପାତ୍ରକୁ ହଳଦିଆ କପଡାରେ ରଖି ଅଫିସ ବା ଦୋକାନରେ ରଖି ଦିଅନ୍ତୁ । କାର୍ତ୍ତିକ ମାସରେ ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀଙ୍କର ବିଶେଷ କୃପା ଲାଭ ହୋଇଥାଏ । ଏହି ଉପାୟ ଟି କରିବା ଦ୍ଵାରା କାରୋବାର ରେ ବୃଦ୍ଧି ହେବା ସହ ଧନର ମଧ୍ୟ ବୃଦ୍ଧି ହୋଇଥାଏ । ଏହା ସହ ଚାକିରିରେ ମଧ୍ୟ ପ୍ରମୋଶନ ହୋଇଥାଏ ।

୩- କାର୍ତ୍ତିକ ମାସରେ ତୁଳସୀ ଗଛ ଦାନ କରିବା ଶ୍ରେଷ୍ଠ ବୋଲି ବିବେଚନା କରା ଯାଇଥାଏ । ଏହି ମାସରେ ତୁଳସୀ ଗଛରେ ପ୍ରତି ଗୁରୁବାର ଦିନ କଞ୍ଚା କ୍ଷୀର ଅର୍ପଣ କରନ୍ତୁ । ଏହା ସହ ସନ୍ଧ୍ୟା ସମୟରେ ତୁଳସୀ ଗଛରେ ଦୀପ ଜଳାନ୍ତୁ । ଏହା ସହ କାର୍ତ୍ତିକ ମାସରେ ବ୍ରାଂହ ମୂହୁର୍ତ୍ତରେ ଉଠି ତୁଳସୀ ଗଛ ରେ ଜଳ ଅର୍ପଣ କରିବା ଦ୍ଵାରା ସବୁ ପାପର କ୍ଷୟ ହୋଇଥାଏ ।

ତେବେ କାର୍ତ୍ତିକ ମାସରେ ପାର୍ଟି ଦିନ ଏହି ସବୁ ଉପାୟ କରିବା ଦ୍ଵାରା ଘରେ ସୁଖ ସମୃଦ୍ଧିର ଆଗମନ ହେବା ସହ ଧନର ଅଭାବ ରହିବ ନାହି । ପୁରା ନିଷ୍ଠାର ସହ ଏହି ସବୁ ଉପାୟ କରି ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀଙ୍କର ପୂଜା ପାଠ କରିଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *