ଆଜି ବଜ୍ରପାତ ସହ ହେବ ପ୍ରବଳ ବର୍ଷା, ଆସନ୍ତା 5 ଦିନ ପାଇଁ ଏହି 7ଟି ଜିଲ୍ଲାଙ୍କୁ ସତର୍କ କରାଇଲେ ପାଣିପାଗ ବିଭାଗ

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ବର୍ତ୍ତମାନ ବର୍ଷା ଦିନ । ଏମିତିରେ ମୌସୁମୀ ପ୍ରଭାବରେ ଓଡିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ମଧ୍ୟ ହେଉଛି । ଏହା ସହିତ ବେଳେ ବେଳେ ବଜ୍ରପାତ ସହ ଘଡଘଡି ମଧ୍ୟ ମାରୁଛି ।

ଯେମିତି କି ଆପଣ ସମସ୍ତେ ଭୁବନେଶ୍ଵରର ଆଞ୍ଚଳିକ ପାଣି ପାଗ ବିଭାଗ ତରଫରୁ ବର୍ତ୍ତମାନ ପୂର୍ବରୁ ହିଁ ବର୍ଷା ହେବାର ସତର୍କ ସୂଚନା ଜାରି କରି ଦିଆଯାଉଛି । ଯାହା ଦ୍ଵାରା ଲୋକମାନେ ନିଜର ସମସ୍ତ କାମ ସଠିକ ସମୟରେ କରି ପାରିବେ । ଏହା ସହିତ ଚାଷୀମାନଙ୍କୁ ଏହା ଦ୍ଵାରା ବହୁତ ସୁବିଧା ମଧ୍ୟ ହୋଇଥାଏ ନିଜ ଜମିରେ ଅମଳ କରିବା ପାଇଁ ।

ପୁଣି ଥରେ ଆସନ୍ତା କିଛି ଦିନ ମଧ୍ୟରେ ରାଜ୍ୟରେ କେଉଁ ସବୁ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଅଛି ଏହାକୁ ନେଇ ଭୁବନେଶ୍ଵର ଆଞ୍ଚଳିକ ପାଣି ପାଗ ବିଭାଗ ତରଫରୁ ସତରକ ସୂଚନା ଜାରି କରାଯାଇଛି । ଭୁବନେଶ୍ଵର ପାଣି ପାଗ ବିଭାଗ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡିଶାର ୧୯ ଟି ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ୟେଲୋ ୱାରିଙ୍ଗର ସତର୍କ ସୂଚନା ଜାରି କରିଛି ।

କହିଦେଉଛୁ କି ଆଜି ସକାଳୁ ଗତ କାଲି ସକାଳ ପର୍ଯ୍ୟନ୍ତ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଦା, ନୟାଗଡ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ମାଲକାନାଗିରି, କୋରାପୁଟ, କନ୍ଧମାଳ, ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲାର କିଛି କିଛି ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ହୋଇପାରେ । ଓଡିଶାର ଏହି ସମସ୍ତ ଜିଲ୍ଲାକୁ ପାଣି ପାଗ ବିଭାଗ ୟେଲୋ ୱାରିଙ୍ଗ ଜାରି କରିସାରିଛି ।

ସେହିଭଳି ଏହି ସମୟ ମଧ୍ୟରେ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଦା, ନୟାଗଡ, ଗଞ୍ଜାମ, ଗଜପତି, ଅନୁଗୁଳ ଢେଙ୍କାନାଳ କେନ୍ଦୁଝର ମୟୂରଭଞ୍ଜ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ରାୟଗଡା, କୋରାପୁଟ, ସୁନ୍ଦରଗଡ, ଝାରସୁଗୁଡା ଓ ନବରଙ୍ଗପୁର ଜିଲ୍ଲାର ଗୋଟିଏ ଓ ଦୁଇଟି ସ୍ଥାନରେ କମ୍ବା ଅତ୍ୟଧିକ ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ବି ସମ୍ଭାବନା ଅଛି ବୋଲି ପାଣି ପାଗ ବିଭାଗ ତରଫରୁ ସୂଚନା ଜାରି କରାଯାଇଛି ।

ଏହା ସହିତ ପାଣି ପାଗ ବିଭାଗ ତରଫରୁ କୁହାଯାଇଛି କି ଭୁବନେଶ୍ଵରରେ ଆସନ୍ତା କିଛି ଦିନ ଆକାଶ ମେଘୁଆ ରହିବ । ଭୁବନେଶ୍ଵରର ତାପମାତ୍ରା ୨୬ ଡିଗ୍ରୀ ସେଲସିୟସରୁ ୩୫ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ ବୋଲି ହୁବନେଶ୍ବର ଆଞ୍ଚଳିକ ପାଣି ପାଗ ବିଭାଗ ତରଫରୁ ପୂର୍ବାନୁମାନ କରାଯାଇଛି ।

ପାଣି ପାଗର ବିଶେଷଜ୍ଞମାନେ ଏହା ବି ସୂଚନା ଜାରି କରିଛନ୍ତି କି ସମୁଦ୍ର ପତନ ଠାରୁ ୦.୯ କିମି ମଝିରେ ଥିବା ପୂର୍ବ ଓ ପଶ୍ଚିମ ନିମ୍ନ ଚାପରେଖା ଆଜି ଉତ୍ତର ପ୍ରଦେଶରୁ ବିହାର ଓ ହିମାଳୟ ପଶ୍ଚିମବଙ୍ଗ ଉପରେ ଏକ ଟ୍ରଫ ଲାଇନ ଜମିଛି । ଯାହାର ପ୍ରଭାବରେ କାଳବୈଶାଖୀ ଆସୁଛି । ଏମିତିରେ ଓଡିଶାର ଆସନ୍ତା କିଛି ଦିନ ପର୍ଯ୍ୟନ୍ତ କିଛି କିଛି ଜିଲ୍ଲାରେ ବର୍ଷ ସହ ବିଜୁଳି ଓ ଘଡଘଡି ହେବାର ସତର୍କ ସୂଚନା ଜାରି କରିଛନ୍ତି ।

Leave a Reply

Your email address will not be published. Required fields are marked *