ଆସନ୍ତୁ ଜାଣିବା ବିବାହ ପରେ ପୁଅ ଓ ଝିଅଙ୍କ ମଧ୍ୟରେ କଣ ହୁଏ ପରିବର୍ତ୍ତନ- ନିଶ୍ଚୟ ପଢନ୍ତୁ

ବିବାହ ପରେ ଦମ୍ପତ୍ତିଙ୍କ ମଧ୍ୟରେ ଲଢ଼େଇ ଝଗଡ଼ା ତ ସାଧାରଣ କଥା, ହେଲେ କେବେ କେବେ ଝଗଡ଼ା ଡିଭୋର୍ସ ଯାଏ ପହଞ୍ଚିଯାଏ । ଏମିତି ବି ହୋଇଥାଏ ଯେ କିଛି କପଲ୍ସଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ମଧ୍ୟ ଆସିଥାଏ, ସେମାନେ ବହୁତ ଯତ୍ନବାନ ମଧ୍ୟ ହୋଇଯାନ୍ତି । ତେବେ ଆଜି ଆମେ ସେହିଭଳି କିଛି ପରିବର୍ତ୍ତନ ବିଷୟରେ ଆପଣଙ୍କୁ କହିବୁ ତ ଆସନ୍ତୁ ସେମାନଙ୍କ ମଧ୍ୟରେ ଆସୁଥିବା ପରିବର୍ତ୍ତନ ବିଷୟରେ ଜାଣିବା ।

ଏକ୍ସପ୍ରେସନ ରେ ଅଭାବ

ବହୁତ ଲୋକଙ୍କ ମଧ୍ୟରେ ଦେଖାଯାଏ ବିବାହ ପୂର୍ବରୁ ଯେମିତି ଜଣେ ଜଣଙ୍କୁ କଲ ବା ମେସେଜ କରୁଥିବେ, ହେଲେ ହନିମୁନ ଷ୍ଟେଜ ଶେଷ ହେବା ପରେ କପଲ ମାନେ ପୁଣି ନିଜ ପୂର୍ବ ଲାଇଫ ଷ୍ଟାଇଲକୁ ଫେରିଯାଆନ୍ତି । ଯେମିତି ସେମାନଙ୍କୁ ବହୁତ କମ ସମୟ ମିଳିଥାଏ ବା କିଛି କାମ ଷ୍ଟ୍ରେସ ହୋଇଥାଏ ଯାହା ପାଇଁ ସେମାନେ ନିଜ ଜୀବନସାଥୀକୁ ସମୟ ଦେଇପାରନ୍ତି ନାହିଁ । ଏଥିପାଇଁ ସେମାନଙ୍କ ମଧ୍ୟରେ ପ୍ରେମ ତ ଥାଏ ହେଲେ ତାହାର ଅଭିବ୍ୟକ୍ତି କମ ହେବାରେ ଲାଗିଥାଏ ।

ଦୁହେଁ ଦୁହିଁଙ୍କ କଥାକୁ ନେଇ ବହୁତ ସଚ୍ଚୋଟ

ଶୁଣିବାକୁ ଅଜବ ଲାଗିପାରେ କିନ୍ତୁ ଏହି ବିବାହ ପରେ ଜଣେ ଜଣଙ୍କ ସହ ଅଧିକ କମ୍ଫୋର୍ଟବ୍ଲେ ଅନୁଭବ କରିଥାନ୍ତି ଏଥିପାଇଁ ସେମାନେ ଜଣେ ଜଣଙ୍କୁ ଆକର୍ଷିତ କରିବା ପାଇଁ କିଛି କରିବା ଆବଶ୍ୟକ ହୋଇ ନଥାଏ । ଖାଲି ଏତିକି ନୁହେଁ, ସମୟ ସହିତ ସେମାନଙ୍କ ନିଜ ମଧ୍ୟରେ ବିଶ୍ବାସ ମଧ୍ୟ ମଜବୁତ ହୋଇଥାଏ, ଯାହା ଫଳରେ ସେମାନେ ଅଧିକ ସଚ୍ଚୋଟ ହୋଇଯାନ୍ତି ।

ଲୋନ ମାଗିବା

ବିବାହ ପରେ କପଲ୍ସ ଦୁହେଁ ଦୁହିଁଙ୍କୁ ଭଲ ଭାବରେ ଜାଣିଥାନ୍ତି ତେଣୁ ଆର୍ଥିକ ଅବସ୍ଥା ବିଷୟରେ ମଧ୍ୟ ବିନା ସଂକୋଚରେ କଥା ହୋଇଥାନ୍ତି । ଖାଲି ଏତିକି ନୁହେଁ, ହନିମୁନ ଷ୍ଟେଜ ଶେଷ ହେବା ପରେ ସେମାନେ ଦୁହେଁ ଦୁହିଁଙ୍କୁ ପଇସା ମାଗିବାକୁ ମଧ୍ୟ ସଂକୋଚ କରନ୍ତି ନାହିଁ ।

ପ୍ରସ୍ତୁତ ହେବା

ବୈବାହିକ ବନ୍ଧନରେ ବାନ୍ଧି ହେବା ପୂର୍ବରୁ କପଲ୍ସ ନିଜ ପାର୍ଟନରଙ୍କ ସାମ୍ନାରେ ସବୁବେଳେ ଆକର୍ଷକ ଦେଖାଯିବାକୁ ଚାହାନ୍ତି । କିନ୍ତୁ ଯେବେ ସେମାନଙ୍କ ହନିମୁନ ଷ୍ଟେଜ ଶେଷ ହେଇଯାଏ ତେବେ ସେମାନେ ସାଧାରଣ ଭାବେ ପ୍ରସ୍ତୁତ ହୁଅନ୍ତି । ଏମିତିରେ ବି ବିବାହ ପରେ ସେମାନେ ନିଜ ପାର୍ଟନରଙ୍କୁ ବିନା ମେକଅପ ବିନା ଭଲରେ ସାଜସଜ୍ଜାରେ ପ୍ରସ୍ତୁତିରେ ମଧ୍ୟ ଦେଖିବାର ଅଭ୍ୟାସ ହୋଇଯାଏ ।

Leave a Reply

Your email address will not be published. Required fields are marked *