କରୋନା ର ନୂଆ ଭ୍ୟାରିଆଣ୍ଟ Omicron କୁ ନେଇ ଆଶ୍ଵସ୍ତିକର ଖବର ଦେଲା WHO, କହିଲା ‘ଡରନ୍ତୁ ନାହିଁ ଏହା ଏକ….’

ବର୍ତ୍ତମାନ ସାଉଥ ଆଫ୍ରିକା କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନକୁ ନେଇ ପୁରା ବିଶ୍ଵ ଚିନ୍ତିତ ଅଛି । ଓମିକ୍ରନରେ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ବି ଲାଗିଛି । ଏହା ମଧ୍ୟରେ ଆମେରିକାର ମୁଖ୍ୟ ପରାମର୍ଶ ଦାତ୍ତା Anthony Fauci କହିଛନ୍ତି କି ଓମିକ୍ରନ ସେହିଭଳି ଘାତକ ଓ ଭୟଙ୍କର ନୁହେଁ । ଓମିକ୍ରନ ଭାରିଏଣ୍ଟ ଡେଲ୍ଟା ଭାରିଏଣ୍ଟ ଅପେକ୍ଷା ଅଧିକ ସଂକ୍ରମକ ହୋଇଥିଲେ ସେହିଭଳି ଘାତକ ନୁହେଁ ।

କରୋନାର ଡେଲ୍ଟା ଭାରିଆଣ୍ଟ ଅପେକ୍ଷା ଓମିକ୍ରନ ଭାରିଏଣ୍ଟରେ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଲୋକମାନଙ୍କ ସଂଖ୍ୟା କମ ଅଟେ । ଓମିକ୍ରନ ଆକ୍ରାନ୍ତ ରୋଗୀମାନଙ୍କ ମଧ୍ୟରେ ସାମାନ୍ୟ ଧରଣର ଲକ୍ଷଣ ନଜର ଆସୁଛି ।

କିନ୍ତୁ ଓମିକ୍ରନ ଭାରିଏଣ୍ଟରେ ବିରୁଦ୍ଧରେ ଟୀକା କାମ କରୁ ନାହିଁ, ଏହାକୁ ନେଇ ଆମେରିକାର ମୁଖ୍ୟ ପରାମର୍ଶ ଦାତ୍ତା ଚିନ୍ତିତ ଅଛନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଆଶୁତୋଷ ମହାପାତ୍ରଙ୍କ ଅନୁସାରେ ଓମିକ୍ରନ ସାଉଥ ଆଫ୍ରିକାରୁ ସାମ୍ନାକୁ ଆସିଛି ଓ ସାଉଥ ଆଫ୍ରିକାର ରିପୋର୍ଟ ଅନୁସାରେ ଓମିକ୍ରନରେ ଯେଉଁମାନେ ବି ସଂକ୍ରମିତ ହୋଇଛନ୍ତି ସଂକ୍ରମଣ ହାର ବହୁତ ଅଧିକ ଅଛି ।

କିନ୍ତୁ ସବୁଠୁ ବଡ ଆଶ୍ଵସ୍ତି ଖବର ଏହା ଅଟେ କି ମୃତ୍ୟୁର ହାର ବହୁତ କମ ଅଛି । ବହୁତ କମ ଲକ୍ଷଣ ନଜର ଆସୁଛି । ବହୁତ କମ ଲୋକମାନେ ହସ୍ପିଟାଲ ଯାଉଛନ୍ତି । ଯାହାକି ବହୁତ ବଡ ଆଶ୍ଵସ୍ତି କର ଖବର ଅଟେ ।

ଏହା ପରେ ସେ ଆଗକୁ କହିଲେ କି ଯଦି ଆପଣ ଓମିକ୍ରନରେ ଆକ୍ରାନ୍ତ ହେଉଛନ୍ତି ତେବେ ଏହା ଦୁଇ ସପ୍ତାହ କିମ୍ବା ତିନି ସ୍ପାତାହ ପରେ ଜଣା ପଡିବ । କୁହାଯାଉଛି କି ଓମିକ୍ରନ ଦ୍ଵାରା ଆକ୍ରାନ୍ତ ହେଲେ ଆପଣଙ୍କୁ ପରେ ଆଉ କୋଭିଡ ନ ବି ହେଇପାରେ ।

ବହୁତ ବିଶେଷଜ୍ଞମାନେ ଗବେଷଣା କରି କହିଛନ୍ତି କି ଏହା ଶେଷ ମହାମାରୀର ହୋଇପାରେ । କିନ୍ତୁ ଯଦି ବହୁତ ଲୋକମାନେ ଓମିକ୍ରନରେ ଆକ୍ରାନ୍ତ ହୋଇଯିବେ ତେବେ ଏହା ବହୁତ ଭଲ ଖବର । ଏହା ଏଥିପାଇଁ କାରଣ ଯେଉଁମାନେ ଭ୍ୟାକସିନ ନେଇ ନାହାନ୍ତି ସେମାନଙ୍କ ମଧ୍ୟରେ ବି ଯଦି ଓମିକ୍ରନର ଲକ୍ଷଣ ନଜର ଆସୁଛି ସେମାନେ ବି ବଞ୍ଚି ଯାଉଛନ୍ତି ।

କିନ୍ତୁ ଏହାର ଅର୍ଥ ଏହା ନୁହେଁ କି ଭ୍ୟାକସିନ ନେବା ଉଚିତ ନୁହେଁ । କିନ୍ତୁ କେତେକ ବିଶେଷଜ୍ଞମାନଙ୍କ କହିବା ଅଟେ କି ଯାହା ବି ଆଜି ପର୍ଯ୍ୟନ୍ତ ଭ୍ୟାକସିନ ବାହାରିଛି ସେ ଗୁଡିକ ଏହି ଓମିକ୍ରନ ଭାରିଏଣ୍ଟ ବିରୁଦ୍ଧରେ କାମ କରୁ ନାହିଁ । କିନ୍ତୁ ସବୁଠୁ ବଡ କଥା ହେଉଛି ଏହି ରୋଗରେ ଲୋକମାନେ ଅଧିକ ଗମ୍ଭୀର ସମସ୍ୟାର ସାମ୍ନା କରୁ ନାହାନ୍ତି ।

ସାଉଥ ଆଫ୍ରିକାରେ ମୃତ୍ୟୁର ହାର ବି କମ ଅଛି । ସବୁଠୁ ଗୁରୁତ୍ଵ ପୂର୍ଣ କଥା ହେଉଛି ସାଉଥ ଆଫ୍ରିକାରେ ଏମିତି କିଛି ସ୍ଥାନ ଅଛି ଯେଉଁଠି ବହୁତ କମ ଲୋକମାନେ ଭ୍ୟାକସିନ ନେଇଛନ୍ତି । ଏହା ସତ୍ବେ ବି ସେଠି ମୃତ୍ୟୁର ହାର କମ ଅଛି । ଏମିତିରେ ଅଧିକ ଭୟଭୀତ ହୁଅନ୍ତୁ ନାହିଁ କେବଳ କୋଭିଡ ଗାଇଡଲାଇନ ମାନି ଚାଳନ୍ତୁ ।

Leave a Reply

Your email address will not be published. Required fields are marked *