ଆସନ୍ତା 17 ରେ ଆଉ ଏକ ଲଘୁଚାପ, ହେବ ବନ୍ୟା…. ଏହି 7ଟି ଜିଲ୍ଲାକୁ ମିଳିଲା ରେଡ ୱାର୍ଣ୍ଣିଂ

ନମସ୍କାର ବନ୍ଧୁଗଣ । ପାଣିପାଗ ବିଭାଗ ସୂଚନା ଅନୁସାରେ ରାଜ୍ୟ ରେ ଆଉ ଏକ ଘୂର୍ଣ୍ଣୀ ବଳଯ ସୃଷ୍ଟି ହୋଇଛି । ଯାହା ପ୍ରଭାବ ଆସନ୍ତା ୧୭ ତାରିଖରୁ ବର୍ଷା ର ପରିମାଣ ଅଧିକ ମାତ୍ରା ରେ ରହିବ । ଏହା ମଧ୍ୟ ରେ ପୁରା ରାଜ୍ୟ ରେ ଲାଗି ରହିଥିବା ବର୍ଷା ଯୋଗୁ ଅନେକ ସ୍ଥାନରେ ବନ୍ୟା ହୋଇ ସାରିଲାଣି । ଆଜି ମଧ୍ୟ ରାଜ୍ୟ ର ୭ଟି ଜିଲ୍ଲା ରେ ପ୍ରବଳ ରୁ ପ୍ରବଳ ବର୍ଷା ହେବାର ସମ୍ଭବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷ ରୁ ସୂଚନା ମିଳିଛି । ସୂଚନା ଯୋଗ୍ୟ କି ବଙ୍ଗୋପସାଗର ରେ ଏକ ଘୂର୍ଣ୍ଣୀ ବଳୟ ସୃଷ୍ଟି ହୋଇଛି ଯାହା ଲଘୁଚାପରେ ପରିଣୀତ ହେବ ।

ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଆଏମଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ତାଙ୍କ ମତରେ ଆସନ୍ତା ୧୭ ତାରିଖ ଠାରୁ ରାଜ୍ୟ ର ଅନେକ ଜିଲ୍ଲା ଗୁଡିକରେ ବର୍ଷା ଲାଗି ରହିବ । ଏହି ଘୂର୍ଣ୍ଣୀ ବଳୟ ୧୮ ତାରିଖ ସୁଦ୍ଧା ଉତ୍ତର ଓଡିଶାରେ ପହଞ୍ଚିବ ବୋଲି ସୂତ୍ର ରୁ ଜଣା ପଡିଛି । ଏହି ଘୂର୍ଣ୍ଣୀ ବଳୟ ପ୍ରଭାବ ରେ ଉପକୂଳ ଓଡିଶାରେ ବର୍ଷା ର ପରିମାଣ ଅଧିକ ରହିବ । ଗତ କାଲି ଯେଉଁ ମାତ୍ରା ରେ ବର୍ଷା ଲାଗି ରହିଥିଲା ସେଥିରେ ୧୧ଟି ଜିଲ୍ଲା ରେ ୫୩ ଟି ବ୍ଲକ ପ୍ରଭାବିତ ହୋଇଛି । ଏହା ସହ ୨୫୬ ଟି ଘର ଭାଙ୍ଗିବା ସହ ୨୭୮୯ ଗାଁ ପ୍ରଭାବିତ ହୋଇଛି ।

ସୂଚନା ଯୋଗ୍ୟ କି ଲଗାଣ ବର୍ଷା ଯୋଗୁ ମୋଟ ୧୧ ଟି ଜିଲ୍ଲା ପ୍ରଭାବିତ ହୋଇଛି । ଜଗତସିଙ୍ଘପୁର ର ୮ ଟି ବ୍ଲକ ଲଗାଣ ବର୍ଷା ରେ ପ୍ରଭାବିତ ହୋଇଥିବା ବେଳେ ୧୯୮ ଟି ଗ୍ରାମ ପଞ୍ଚାୟତ ପ୍ରଭାବିତ ହୋଇଛି । ଆଜି ମଧ୍ୟ ଏହି ଲଘୁଚାପର ପ୍ରଭାବ ରହିବ ବୋଲି ସୂଚନା ମିଳିଛି । ଏହା ସହ ସମ୍ବଲପୁର, ଦେଓଗଡ, ଅନୁଗୁଳ, ସୋନପୁର, ଢେଙ୍କାନାଳ, ଝାରସୁଗୁଡା ଓ ବରଗଡ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭବାନ ଥିବାରୁ ରେଡ ଆଲର୍ଟ ଜାରି କରା ଯାଇଛି ।

ଅନ୍ୟ କ୍ଷେତ୍ର ରେ ବଲାଙ୍ଗୀର, ସୁନ୍ଦରଗଡ, ବୌଦ୍ଧ, କେଉଁଝର, ଖୋର୍ଦ୍ଧା, ଜଗତସିଙ୍ଘ୍ପୁର, ପୁରୀ, କେନ୍ଦ୍ରାପଡା, ବାଲେଶ୍ଵର, ଭଦ୍ରକ, ଯାଜପୁର ଓ କଟକ ରେ ପ୍ରବଳ ବର୍ଷା ରହିଥିବା ଯୋଗୁ ଅରେଞ୍ଜ ଆଲର୍ଟ ଜାରି କରା ଯାଇଛି । ଏହା ସହ ପବନର ବେଗ ୩୦ ରୁ ୫୦ କିମି ରହିବ ବୋଲି ସୂଚନା ମିଳିଛି । ଏଥିପାଇଁ ମଶ୍ଚ୍ଯଜୀବୀ ମାନଙ୍କୁ ସମୁଦ୍ର କୁ ନ ଯିବା ପାଇଁ ସତର୍କ ସୂଚନା ଦିଆ ଯାଇଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *