ଭାଇରାଲ ହେଲେ Dancing ନନା, ନାଚି କୁଦି ମନ୍ତ୍ର ପଢି ନନା କଲେ ଏମିତି ଗଣେଶ ପୂଜା, ଦେଖିଲେ ହସି ହସି ଗଡିବେ, ଦେଖନ୍ତୁ Video

୧୦ ସେପ୍ଟେମ୍ବର ଦିନ ଗଣେଶ ପୂଜା ଉପଲକ୍ଷେ ପୁରା ଭାରତରେ ଭଗବାନ ଗଣେଶଙ୍କ ପୂଜା ଅର୍ଚନା କରାଯାଇଥିଲା । କିନ୍ତୁ କୋଭିଡ କାରଣରୁ ସରକାର କିଛି କଟକଣା ବି ଜାରି କରିଥିଲେ ଓ ଏହି କଟକଣା ମଧ୍ୟରେ ହିଁ ସବୁ ସ୍ଥାନରେ ପୂଜା ହୋଇଛି । ଯେଉଁ କାରଣରୁ ଲୋକମାନେ ଅଳ୍ପ ମନ ଦୁଃଖ ବି କରିଛନ୍ତି । କିନ୍ତୁ କୋଭିଡ ସଂକ୍ରମଣକୁ ଆଖି ଆଗରେ ରଖି ସରକାର ଏହିଭଳି ନିୟମ ଲାଗୁ କରିବା ପାଇଁ ବାଧ୍ୟ ହୋଇଛନ୍ତି । ତଥାପି ସବୁ ସ୍ଥାନରେ ଶାନ୍ତିର ସହିତ ଗଣେଶଙ୍କ ପୂଜା ଅର୍ଚନା କରାଯାଇଛି ।

ଏହା ମଧ୍ୟରେ କେତେକ ସ୍ଥାନର ଗଣେଶ ପୂଜାର କିଛି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହି କ୍ରମରେ ଆଜି ଆମେ ଆପଣଙ୍କ ପାଇଁ ଯେଉଁ ଭିଡିଓ ନେଇ ଆସିଛୁ ତାକୁ ଦେଖିଲେ ଆପଣଙ୍କ ହସ ବନ୍ଦ ହେବ ନାହିଁ ।

ଏହି ଦୁନିଆରେ ଏମିତି ବି କିଛି ନମୁନା ଅଛନ୍ତି ଯେଉଁମାନେ ନିଜର କିଛି ଅଦ୍ଭୁତ ଅଦ୍ଭୁତ ଭିଡିଓ କରି ସୋସିଆଲ ମିଡିଆରେ ପୋସ୍ଟ କରିଥାନ୍ତି । ଯାହାକୁ ଦେଖିବା ପରେ ଦେଖୁ ଥିବା ବ୍ୟକ୍ତିର ହସ ବନ୍ଦ ହୁଏ ନାହିଁ । ଯେଉଁଥିରେ କି ବ୍ୟକ୍ତି ଜଣକ ନିଜର ହିଁ ଥଟ୍ଟା କରୁଥିବାର ନଜର ଆସିଥାଏ ଓ ଏହି ସବୁ ଭିଡିଓ ବହୁତ ଭାଇରାଲ ମଧ୍ୟ ହୋଇଥାଏ । ଭାରତରେ ବି ଏହିଭଳି ବହୁତ ବ୍ୟକ୍ତି ଅଛନ୍ତି ଯେଉଁମାନେ ପପୁଲାର ହେବା ଚକ୍କରରେ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି ।

ଆଜି ଆମେ ଆପଣଙ୍କ ପାଇଁ ଯେଉଁ ଭିଡିଓ ନେଇ ଆସିଛୁ ତାହା ବି କିଛି ଏହିଭଳି ଅଟେ । ଏହିଭଳି ଭିଡିଓ ଆପଣ ଆଗରୁ କେବେ ବି ଦେଖି ଣ ଥିବେ । ଗଣେଶ ପୂଜା କରୁଥିବାର ଗୋଟିଏ ନନାର ଭିଡିଓ ବର୍ତ୍ତମାନ ସମୟରେ ବହୁତ ଭାଇରାଲ ହେଉଛି । ଯେଉଁଥିରେ ନନା ଜଣକ ନାଚି ନାଚି ଭଗବାନ ଗଣେଶଙ୍କ ପୂଜା ଅର୍ଚନା କରୁଛନ୍ତି । ଏହା ପ୍ରଥମ ଥର ଅଟେ ଯେତେବେଳେ କୌଣସି ନନା ଏହିଭଳି ଭାବରେ ଭଗବାନଙ୍କ ପୂଜା କରୁଛି ।

ନାନା ଜଣକ ବସି ବସି ପ୍ରଥମେ ସଂସ୍କୃତରେ ମନ୍ତ୍ର ପଢୀ ବିଭିନ୍ନ ପୋଜରେ ନାଚୁଛନ୍ତି । ଏତିକି ନୁହେଁ ସେ ମନ୍ତ୍ର ପଢିବା ସହ ମର୍ଡେନ ଡାନ୍ସ କରୁଛନ୍ତି । ତାଙ୍କର ଷ୍ଟାଇଲ ଦେଖିଲେ ଆପଣ ବି ଆପଣଙ୍କ ହସ ଅଟକାଇ ପାରିବେ ନାହିଁ । କେତେବେଳେ ହାତ ଉପରକୁ ନେଇ ତ କେତେବେଳେ ହାତ ତଳକୁ ନେଇ ପୂଜା କରୁଛନ୍ତି । ଶେଷରେ ନନା ଜଣକ ଛିଡା ହୋଇ ଓ ବୁଲି ବୁଲି ମନ୍ତ୍ର ପଢି ପୂଜା କରିଲେ । କୌଣସି ଟିଉସନରେ ଗଣେଶ ପୂଜା ହେଉଥିଲା । ସେଠି ଉପସ୍ଥିତ ଥିବା ସମସ୍ତେ ନାନାଙ୍କ ପୂଜା ଦେଖି ହସୁଛନ୍ତି ।

Leave a Reply

Your email address will not be published. Required fields are marked *