ରାଜସ୍ଥାନ ସ୍ଥିତ ଜଯପୁରର ଭଗବାନ ମହାବୀର କର୍କଟ ଚିକିଶ୍ଚାଳୟ ଏବଂ ଅନୁସନ୍ଧାନ କେନ୍ଦ୍ରର ସର୍ଜନ ଡ଼ ପ୍ରବୀଣ ଗୁପ୍ତା କହିଛନ୍ତି ଯେ ଅସ୍ଥି କର୍କଟର ଉପଚାର ପାଇଁ ହଟ ଡଗ ପ୍ରଣାଳୀ ବରଦାନ ପାଲଟିଛି । ଡ଼ ଗୁପ୍ତା କହିଛନ୍ତି ଯେ ଏହି ପ୍ରଣାଳୀରେ କର୍କଟ ଆକ୍ରାନ୍ତ ଥିବା ଅସ୍ଥିକୁ ବାହାର କରି କୃତ୍ରିମ ଅସ୍ଥି ଲଗାଇବା କୌଣସି ଆବଶ୍ୟକ ନଥାଏ ।
ଏହି ପ୍ରଣାଳୀରେ କର୍କଟ ଆକ୍ରାନ୍ତ ଅସ୍ଥିକୁ ବାହାରକରି ରେଡିଓ ଥେରାପି ଓ ତରଳ ରୂପରେ ନାଇଟ୍ରୋଜେନ କୁ ବ୍ୟବହାର କରି ଏହାକୁ କର୍କଟ ମୁକ୍ତ କରାଯାଏ । ଏହା ପରେ ପୁଣିଥରେ ଏହି ଅସ୍ଥିକୁ ମୂଳ ସ୍ଥାନରେ ଯୋଡି ଦିଆଯାଏ । ଏହି ଅସ୍ଥି ୩-୪ ମାସ ମଧ୍ୟରେ ଯୋଡିହେଇ ସାମାନ୍ଯ ସ୍ଥିତିକୁ ଆସିଯାଏ ।
ଡ଼ ଗୁପ୍ତା କହିଛନ୍ତି ଯେ ନିକଟ ଅତୀତରେ ଗୋଟେ ୧୩ ବର୍ଷର ବାଳକର କର୍କଟ ଗ୍ରସ୍ତ ଅସ୍ଥିକୁ ଏହି ପଦ୍ଧତିରେ କର୍କଟ ମୁକ୍ତ କରାଯାଇଛି ଏବଂ ପ୍ଲାଷ୍ଟିକ ସର୍ଜରୀ ଦ୍ଵାରା ସେଥିରେ ରକ୍ତ ପ୍ରବାହ କରିବାରେ ସଫଳତା ମିଳି ସାରିଛି । ସେ କହିଲେ ଯେ କର୍କଟ ମୁକ୍ତ ହେଇଥିବା ଅସ୍ଥିରେ ରକ୍ତ ପ୍ରବାହ କରିବା ପାଇଁ ଅନ୍ୟ ଗୋଡର ଅସ୍ଥିର ଛୋଟ ଅଂସ ବାହାର କରାଗଲା, ଯାହାକୁ କର୍କଟ ମୁକ୍ତ ଅସ୍ଥି ସହ ସମଯୋଜିତ କରି ରକ୍ତ ପ୍ରବାହ କରାଗଲା । ଏହା ପରେ ରୋଗୀ ସାମାନ୍ଯ ଗତିବିଧି କରିପାରିବ ।
ଏହି ଚିକୀସ୍ଛା ପଦ୍ଧତିକୁ ପ୍ରୟୋଗ କରିବା ଦ୍ଵାରା ବାଳକର ଉଛାତା ବଢିବାରେ କୌଣସି ଅସୁବିଧା ଉପୁଜିବ ନାହିଁ, କିନ୍ତୁ କୃତ୍ରିମ ଅସ୍ଥି ଲଗାଇବା ଦ୍ଵାରା ବାଳକର ଉଚତାରେ ବୃଦ୍ଧି ହେବାରେ ଅସୁବିଧା ହେବ । ଏହି ପଦ୍ଧତିରେ ସଫଳତା ମିଳିବା ପରେ ଅନ୍ୟ ରୋଗୀଙ୍କୁ ମଧ୍ୟ ଏହି ପ୍ରଣାଳୀରେ ଚିକିସ୍ଛା କରାଯାଉଛି ।
ସେ କହିଲେ ଯେ କର୍କଟ ଛୋଟପିଲାଙ୍କ ମଧ୍ୟରେ ଦ୍ରୁତ ଗତିରେ ବଢିବାକୁ ଲାଗିଛି । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ପ୍ରତି ବର୍ଷ ପାଖାପାଖି ୩ ଲକ୍ଷ ଶିଶୁ କର୍କଟ ରୋଗର ଶିକାର ହେଉଛନ୍ତି । ସେଥିମଧ୍ୟରୁ ୭୮ ହଜାରରୁ ଅଧିକ ଭାରତରେ ଆକ୍ରାନ୍ତ ହେଉଛନ୍ତି । ଆମ ଦେଶରେ ପ୍ରତିବର୍ଷ ପାଖାପାଖି ୪୦୦ ଶିଶୁଙ୍କ ଠାରେ ଅସ୍ଥି କର୍କଟ ଦେଖାଯାଉଛି । ଭଗବାନ ମହାବୀର କର୍କଟ ଚିକିଶ୍ଚାଳୟ ଏବଂ ଅନୁସନ୍ଧାନ କେନ୍ଦ୍ରରେ ପ୍ରତିବର୍ଷ ପାଖାପାଖି ୨୫ ଶିଶୁଙ୍କ ଉପଚାର କରା ଯାଉଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।