କାହିଁକି ଶନିବାର ଦିନ ଓସ୍ତ ଗଛ ପୂଜା କରାଯାଏ? ଏହା ପଛରେ ଏହି ବଡ ରହସ୍ୟ- Jyotisha Shastra

ଶନିବାର ଦିନ ଓସ୍ତ ଗଛରେ ପାଣି ଦବା ସହ ଏହାର ପରିକ୍ରମ କରିବାକୁ ମଧ୍ୟ ଶୁଭ ମାନ୍ୟତା ଦିଆ ଯାଇଛି, ମାନ୍ୟତା ଅଟେ ଯେ ଓଷ୍ଠ ଗଛ ପୂଜା କରିବା ଦ୍ଵାରା ଶନିଙ୍କ ମହାଦଶା ପ୍ରଭାବ ପଡିନଥାଏ । ଏହା ସହ ଶନିଙ୍କ ଦୋଷ ମଧ୍ୟ ଦୂର ହୋଇଥାଏ ସେଥିପାଇଁ ଓସ୍ତ ଗଛ ପୂଜା ବହୁତ ମହତ୍ଵ ରଖିଥାଏ ।

କୁହା ଯାଏ ଯେ ଯେଉଁ ବ୍ୟକ୍ତି ଓସ୍ତ ଗଛ ପୂଜା କରିଥାଏ ସେହି ବ୍ୟକ୍ତି ଉପରେ ଶନି ଦେବ ପ୍ରସନ୍ନ ହୋଇଥାନ୍ତି, ଏହା ସହ ଆର୍ଥିକ ଅସୁବିଧା ମଧ୍ୟ ଦୂର ହୋଇଥାଏ । ପଣ୍ଡିତ ନୀରଜ ଶାସ୍ତ୍ରୀ ଗୋଟେ କାହାଣୀ କହିଥିଲେ ଯାହା କିଛି ଏହି ପ୍ରକାର ଅଟେ, ଦେବାସୁର ସଂଗ୍ରାମରେ ଅସୁର ମାନଙ୍କ ନାୟକ ବୃତାସୁର ଆଗରେ ଦେବ ଅସହାୟ ହୋଇ ପଡିଥିଲେ ।

Image Courtesy: Google

ଦେବତା ମାନଙ୍କୁ ଏହା ଜ୍ଞାତ ହେଲା ଯେ ମହର୍ଷି ଦଧିଚିଙ୍କ ଅସ୍ଥି ଦ୍ଵାରା ଯେଉଁ ଶସ୍ତ୍ର ତିଆରି ହବ ତାହା ପ୍ରହାରରୁ ଅସୁରରାଜ ହତ୍ୟା କରା ଯାଇ ପାରିବ । ଏହି ବିକଳ୍ପ ପାଇଁ ନିଜେ ଦେବ ରାଜ ଇନ୍ଦ୍ର ଦଧିଚିଙ୍କ ପାଖକୁ ଏହି ଅନୁରୋଧ ନେଇ ଗଲେ ଯେ ଆପଣ ନିଜ ଦେହଦାନ କରନ୍ତୁ ଯାହା ଦ୍ଵାରା ଅସୁର ରାଜ ହତ୍ୟା କରା ଯାଇ ପାରିବ ଓ ଏହି ଅଧର୍ମରୁ ପୃଥିବୀ ଓ ଦେବଲୋକକୁ ମୁକ୍ତି ପ୍ରାପ୍ତ ହବ । ଯେତେବେଳେ ଇନ୍ଦ୍ର ଦେବ ଦଧିଚିଙ୍କ ଦ୍ଵାରକୁ ପହଞ୍ଚିଲେ ସେତେବେଳେ ତାଙ୍କ ବୟସ କେବଳ ୩୧ ବର୍ଷ ଥିଲା ଓ ତାଙ୍କ ସ୍ତ୍ରୀଙ୍କ ବୟସ ୨୭ ଥିଲା ଓ ତାଙ୍କ ନବଜାତ ଗୋଟେ ଶିଶୁଥିଲା ଯାହା ବୟସ କେବଳ ୩ ବର୍ଷ ଥିଲା ।

Image Courtesy: Google

ତଥାପି ଦେବ ଲୋକ ଓ ପ୍ପୃଥିବୀ ରକ୍ଷା ପାଇଁ ମହର୍ଷି ନିଜ ଦେହ ତ୍ୟାଗ କରିବା ପାଇଁ ମାନି ଗଲେ ଓ ନିଜେ ନିଜ ଦେହ ତ୍ୟାଗ କରିଥିଲେ । ଦେବତା ଗଣ ମହର୍ଷିଙ୍କ ଅସ୍ଥି ପ୍ରାପ୍ତ କରି ତାଙ୍କ ମାଂସପିଣ୍ଡ ତାଙ୍କ ସ୍ତ୍ରୀକୁ ଦେଇ ଦେଲେ ଯାହା ଦ୍ଵାରା ସେ ତାଙ୍କ ପିଣ୍ଡ ଦାନ କରେଇ ପାରିବେ । ତେବେ ସ୍ଵାମୀଙ୍କ ଦାହ ସଂସ୍କାର ସାହି ନ ପାରି ତାଙ୍କ ସ୍ତ୍ରୀ ମଧ୍ୟ ତାଙ୍କ ସହ ସତୀ ହୋଇଯାଇକ୍ଥିଲେ କିନ୍ତୁ ସତୀ ହବା ଆଗରୁ ନିଜ ଛୁଆକୁ ଓସ୍ତ ଗଛ ମୂଳରେ ଶୁଆଇ ଯାଇଥିଲେ ଯାହା ପରେ ଭୋକରେ ଛୁଆ ଚିଲେଇଲା ଓ ଓସ୍ତ ଫଳ ଖାଇ ସୁରକ୍ଷିତ ରହିଲା ।

Image Courtesy: Google

ଗୋଟେ ଦିନ ମହର୍ଷି ନାରଦ ସେହି ବାଟ ଦେଇ ଯାଉଥିଲେ ଓ ଛୁଆକୁ ତା ପରିଚୟ ପଚାରିଲେ ଯାହା ପରେ ବାଳକ ନିଜ ପିତାଙ୍କ ଅକାଳ ମୃତ୍ୟୁ କଥା କହିଲା ଏହା ପରେ ମହର୍ଷି ନାରଦ କହିଲେ ତମ ପିତାଙ୍କ ଉପରେ ଶନିଙ୍କ ମହାଦଶା ଚାଲୁଥିଲା । ଏହି କଥା ସୂନୀ ସେହି ବାଳକ ଯାହା ନାମ ନାରଦ ରଖିଲେ ପିପଲାଦ ସେହି ବାଳକ ବ୍ରହ୍ମାଙ୍କ ଆବାହନ କଲା ଯାହା ପରେ ବ୍ରହ୍ମା ପ୍ରସନ୍ନ ହୋଇ ବର ମାଗିବାକୁ କହିଲେ ପିପଲାଦ କହିଲା ମୁଁ ଯାହାକୁ କ୍ରୋଧରେ ଦେଖିବୀ ସେ ଧ୍ଵଂସ ହୋଇଯିବ ।

Image Courtesy: Google

ଏହି ବର ପ୍ରାପ୍ତ କଲା ପରେ ପିପଲାଦ ଶୀନଙ୍କୁ ଆବାହନ କଲେ ଓ ତାଙ୍କ ପ୍ରସ୍ତୁତ ହବା ପରେ ନିଜ ଆଖି କ୍ରୋଧରେ ଖୋଲିଲେ ଯାହା ପରେ ଶନିଦେବ ଭସ୍ମ ହବାକୁ ଲାଗିଲେ ଓ ତାଙ୍କୁ ବଞ୍ଚାଇବା ପାଇଁ ବ୍ରହ୍ମା ଦୁଇଟି ବର ଆଉ ମାଗିବା ପାଇଁ କହିଲେ ଓ ତା ବଦଳରେ ଶନିଦେବଙ୍କୁ ଛାଡିବାକୁ କହିଲେ ।

ପ୍ରଥମ ବର ଥିଲା – ଜନ୍ମରୁ ୫ ବର୍ଷ ପ୍ପରଜ୍ଯନ୍ତ କୌଣସି ଛୁଆ ଜାତକରେ ଶନିଙ୍କ ସାଥାନ ରହିବ ନାହିଁ ଯାହା ଦ୍ଵାରା ସେ ଅନାଥ ହେଉ ।

ଦ୍ଵିତୀୟ – ମୋ ଭଳି ଅନାଥକୁ ଏହି ଓସ୍ତ ଗଛ ଶରଣ ଦେଇଛି ଯେଉଁ ବ୍ୟକ୍ତି ସୂର୍ଯ୍ୟ ଆଗରୁ ଓସ୍ତ ଗଛରେ ପାଣି ଦବ ତା ଉପରେ କେବେ ଶନିଙ୍କ ମହାଦଶା ପ୍ରଭାବ ପଡିବ ନାହିଁ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *