ଯଦି ଦୁଃଖରୁ ବଞ୍ଚିବା ପାଇଁ ଚାହୁଁଛନ୍ତି ତେବେ ଆଜି ହିଁ କରନ୍ତୁ ଏହି ଜିନିଷର ତ୍ୟାଗ ! – Chanakya Niti

ଥରେ ଗୋଟେ ଲୋକ ଫାଇନାନ୍ସ କମ୍ପାନୀ ଖୋଲିଲା ଏବଂ ଲୋକଙ୍କୁ ଏହା କହିଲା ଯେ ସେ ତାଙ୍କ ଟଙ୍କା ପ୍ରତି ମାସ ଦୁଇ ଗୁଣ କରି ଫେରେଇବ, ସେ ଲୋକଙ୍କ ଠାରୁ କେବଳ ୧୦୦-୧୦୦ ଟଙ୍କା ଜମା କରେଇଲେ ଏବଂ ଗୋଟେ ମାସ ପରେ ସମସ୍ତଙ୍କୁ ୨୦୦-୨୦୦ ଫେରେଇଲା । ଏହା ପରେ ସେ ଲୋକଙ୍କ ଠାରୁ କେବଳ ୧୦୦୦-୧୦୦୦ ଟଙ୍କା ଜମା କରେଇଲା ଓ ଗୋଟେ ମାସ ପରେ ସମସ୍ତଙ୍କୁ ୨୦୦୦-୨୦୦୦ ଫେରେଇ ଦେଲା ।

ଏହା ଦ୍ଵାରା କମ୍ପାନୀ ଉପରେ ଲୋକଙ୍କୁ ଏତେ ବିଶ୍ଵାସ ହେଲା ଯେ ସେ ବ୍ୟାଗ ଭର୍ତି କରି ଟଙ୍କା ଆଣିବା ଆରମ୍ଭ କଲେ । କିଛି ଦିନ ଭିତରେ କମ୍ପାନୀ ରେ କେତେ ସହ କୋଟି ଟଙ୍କା ଜମା ହୋଇଗଲା ଏବଂ ଏହା ପରେ ଯାହା ହୁଏ ତାହା ହେଲା କମ୍ପାନୀ ବନ୍ଦ ଏବଂ ଫାଇନାନ୍ସର ଗାୟବ ।

ବର୍ତମାନରେ ଆଉ ଗୋଟେ ନିବେଶ କମ୍ପାନୀ ଲୋକଙ୍କ ୩ କୋଟି ଟଙ୍କା ନେଇ ଫେରାର ହୋଇ ଯାଇଛି, କମ୍ପାନୀ ଲୋକଙ୍କୁ ଏହା ବିଶ୍ଵାସ ଦେଇଥିଲା ଯେ ଡେଢ ବର୍ଷ ପରେ ସେ ଲୋକଙ୍କ ଟଙ୍କା ୨୭ରୁ ୧୦୦ ଗୁଣ ଅଧିକ ବଢେଇ ଫେରେଇବ କିନ୍ତୁ କମ୍ପାନୀ ନିର୍ଦେଶକ ଲୋକଙ୍କୁ ଓଲା ବନେଇ ୩ କୋଟି ଟଙ୍କା ଏକତ୍ର କରି ରାତି ରାତି ଫେରାର ହୋଇଯାଇଛନ୍ତି । ଏମିତି ଘଟଣା ବାରମ୍ବାର ହଉଛି, କେବଳ ରୂପ ବଦଳି ଯାଉଛି, କେହି ଗୋଟେ ମାସରେ ଟଙ୍କା ଦୁଇ ଗୁଣ କରିବା ପାଇଁ ବିଶ୍ଵାସ ଦଉଛନ୍ତି ତେବେ କେହି ମାର୍କେଟ ରେଟ ଠାରୁ ଅଧା ଦାମରେ ଜିନିଷ ଦବାକୁ କହୁଛନ୍ତି, କିନ୍ତୁ କଣ ଏହା ସମ୍ଭବ ଅଟେ ?

ଜମା ବି ନୁହ ଏହି ପ୍ରତିଯୋଗୀତା ଜମାନା ରେ କୌଣସି କମ୍ପାନୀ ଏତେ ଲାଭ ପ୍ରାପ୍ତ କରୁ ନାହାନ୍ତି ଯାହା ଦ୍ଵାରା ସେ ଲୋକଙ୍କ ଏହି ଭଳି କାମନା ପୂର୍ଣ କରି ପାରିବେ ସବୁ ମାସ ଦୁଇ ଗୁଣ ଅଧିକ ଟଙ୍କା ଫେରେଇବା ଅସମ୍ଭବ ଅଟେ । ହେଲେ ବି ଏମିତିକା ଘଟଣା ଦ୍ଵାରା ଲୋକ ସବକ ସିଖୁ ନାହାନ୍ତି ଏବଂ ଏହି ଭଳି ଠକ ଲୋକଙ୍କୁ ଭରସା କରି ନିଜ ପରିଶ୍ରମ ଟଙ୍କା ଲୋଭ ପାଇଁ ନିବେଶ କରୁଛନ୍ତି ଯାହା ପରେ ତାଙ୍କୁ ଜୀବନ ସାରା ବଂଶୀ କାନ୍ଦିବାକୁ ପଡିଥାଏ ।

କଣ କେବେ ଆପଣ ଏମିତି ଲୋକଙ୍କ ବିଷୟରେ ଶୁଣିଛନ୍ତି ଯିଏ ଅନ୍ୟ ଲୋକଙ୍କୁ ଲାଭ ଦେଇ ନିଜେ ଅସୁବିଧା ସାମ୍ନା କରିଥାଏ, ଆଜିକା ଯୁଗରେ କେହି କାହା ପାଇଁ ନାହିଁ ନିଜ ଭାଇ ମଧ୍ୟ ଜମି ବାଡି ରେ ଅଧିକ ସମ୍ପତି ପ୍ରାପ୍ତ କରିବା ପାଇଁ ଚେଷ୍ଟା କରନ୍ତି ତେବେ ଏହି ଲୋକ ବାହାର ଜାଗା ର ଅଟନ୍ତି ଆପଣଙ୍କ ସମ୍ପର୍କୀୟ ମଧ୍ୟ ନୁହନ୍ତି ସେଥିପାଇଁ ଜୀବନରେ କୌଣସି କାମ କରିବା ଆଗରୁ ୧୦୦ ଥର ନିଶ୍ଚୟ ଭାବନ୍ତୁ କାହିଁକି ନା କାମ ହେଲା ପରେ କେହି କିଛି କରି ପାରିବ ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *