ଆଗପଛ ହୋଇ ପୁଣି ଆସୁଛନ୍ତି ଆଉ ଦୁଇ ବଡ ଲଘୁଚାପ !

ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରିବା ପାଇଁ ଭଲ ବାତାବରଣ ରହିଛି । ସେଥିଲାଗି ଆସନ୍ତା ୨୪ ଘଣ୍ଟା ଭିତରେ ରାଜ୍ୟରେ କିଛି ଅଞ୍ଚଳରୁ ମୌସମି ବାୟୁ ଫେରିଯିବ । ୨୮  ତାରିଖ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସମୀ ବାୟୁ ଚାଲି ଯାଇପାରେ ଆସନ୍ତା ୨୪ ଘଣ୍ଟା ମଧ୍ୟ ଗୋଟେ ଦୁଇଟା ସ୍ଥାନରେ ବର୍ଷ ହେବାର ଆଶଙ୍କା ରହିଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଣିପାଗ ବହୁତ ଭଲ ରହିବ ।

କିନ୍ତୁ ଅକ୍ଟୋବର ୩୦ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଗୋଟେ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ବିଭିନ୍ନ ଚିତ୍ରାକୁ ଅନୁଶୀଳନ କରି ପାଣି ପାଗ ବିଜ୍ଞାନୀ ମାନେ ଏହିଭଳି ପୂର୍ବାନୁମାନ କରିଛନ୍ତି । ଏହାର କେମିତି ପ୍ରଭାବ ପଡିବ କିଛି ଜଣା ପଡି ନାହିଁ ।

କିନ୍ତୁ ଅକ୍ଟୋବର ମାସରେ ଚତୁର୍ଥ  ଲଘୁଚାପର ପ୍ରଭାବ ନଭେମ୍ବର ପର୍ଯ୍ୟନ୍ତ  ଓଡିଶାରେ ରହିବ । ଆଉ ଗୋଟେ ଗୁରୁତ୍ଵପୂର୍ଣା କଥା ହେଉଛି ପାଣିପାଗ ବିଭାଗ ସଙ୍କେତ ଦେଇଛନ୍ତି ସପ୍ତାହକ ମଧ୍ୟରେ ଆ  ପଛକୁ ଆଉ ଗୋଟେ ଲଘୁଚାପ ସୃଷ୍ଟି ହେବ । ପାଣିପାଗ ବିଜ୍ଞାନୀ ପ୍ରଫେସର ସେରେନ୍ଦ୍ର ନାଥ ପଶୁପାଳ ପୂର୍ବାନୁମାନ କରି କହିଛନ୍ତି ପ୍ରଶାନ୍ତ ମହାସାଗରେରେ ଦୁଇଟି ବାତ୍ୟାର ସମ୍ଭାବନା ରହିଛି । ଗୋଟିଏ ଦୁର୍ବଳ ହୋଇ ୨୯ ତାରିଖ ବେଳକୁ ଭିଏତନାମ ଦେଇ ଉତ୍ତର ଆଣ୍ଡାମାନ ସାଗର ବା ମିଆଂମାର ଉଆପକୂଳରେ ଗୋଟେ ଘୁର୍ନିବଳୟ ସୃଷ୍ଟି ହେବ ।

ଧୀରେ ଏହା ଘନୀଭୂତ ହୋଇ ପୂର୍ବ ବଙ୍ଗୋପସାଗର ଶକ୍ତି ବଢାଇବ ଓ ତାମିଲନାଡୁ ପାଖକୁ ଯାଇ ସେଠାରୁ ଆନ୍ଧ୍ର ଓ ଓଡିଶା ଉପକୂଳରେ ଆଗକୁ ବଢିବ । ବର୍ତମାନ ଯାହା ସୂଚନା ଦେଇଛନ୍ତି, ଏହା ଦୁଇଟିନୀ ବଙ୍ଗୋପସାଗରରେ ରହିବ ଓ ପ୍ରବଳ ବର୍ଷ ହେବ ଓ ଉପକୂଳ ଛୁଇଁବ ବେଳକୁ ପୁରା ଦୁର୍ବଳ ହୋଇବ । ୨ କିମ୍ବା ତିନି ତାରିଖରେ ଏହାର ପ୍ରଭାବ ଓଡିଶା ଉପକୂଳରେ ପଡିବ । କିଛି ଜାଗାରେ ବର୍ଷା ହେବ ଓ ଆକାଶ ମେଘୁଆ ରହିବ ।

ଡକ୍ଟର ପଶୁପାଳକଙ୍କ କହିବ ଅନୁଯାଇ ଏବେଠୁ କହିବା ତାର ରୂପ ଓ ଗତି ସମ୍ପର୍କରେ କଷ୍ଟକର । କାରଣ ଉପର ବାୟୁ ମଣ୍ଡଳର ଯାହା ପରିସ୍ଥିତି ରହିଛି ଏହା ସମୁଦ୍ର ଭିତରେ ହିଁ ବଢିବାର ସମ୍ଭାବନା ରହିଛି । ପବନର ଦିଗ ଓ  ତାପମାତ୍ରାରେ ଭଲ ସ୍ଥିତି ରହିବ ତିନୋଟି ଲଘୁଚାପକୁ ଲକ୍ଷ କରାଯାଇଛି ସେମାନେ ବଙ୍ଗୋପସାଗରରେ ଅଧିକ ସମୟ ପର୍ଯ୍ୟନ୍ତ ରହିଛନ୍ତି । ୩୦ ତାରିଖ ବେଳକୁ ଏହା ବିଷୟରେ ଠିକସେ ଜାଣି ହେବ ଓ ଏହାର ସ୍ଥିତି ଅନୁମାନ କରିହେବ । ଏହାର 6 ଦିନ ପରେ ମାନେ ନଭେମ୍ବରର ଦିତୀୟ ସପ୍ତାହରେ ପୂର୍ବ ଦକ୍ଷିଣ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ବାଭାନା ଧୀରେ ଧୀରେ ବଢିବାରେ ଲାଗିଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *