8 ବର୍ଷ ବୟସରେ ଥିଲେ Paralyzed କିନ୍ତୁ ଆଜି ଦୁନିଆର ବଡ ଯୋଗ ଗୁରୁ! ଜାଣନ୍ତୁ କେମିତି ?- Swami Ramdev

ଯୋଗ ଗୁରୁ ପତଞ୍ଜଳି ଯୋଗ ପୀଠର ସଂସ୍ଥାପକ ବାବା ରାମଦେବ ଆଜି ତାଙ୍କୁ ସମସ୍ତ ଜାଣନ୍ତି । ପୁରା ବିଶ୍ଵରେ ପ୍ରସିଦ୍ଧ ଓ ଲୋକପ୍ରିୟତା ଦେବାରେ ରମାଦେବଙ୍କ ବହୁତ ବଡ ଭୂମିକା ରହିଛି । ହରିୟଣାର ମହିନ୍ଦର ଗଡ ଜିଲ୍ଲାର ଗୋଟେ ଛୋଟ ଗାଁରୁ ବାବ ରାମଦେବ ତାଙ୍କର ପଢାର  ଆରମ୍ଭ ସରକାରୀ ସ୍କୁଲରୁ କରିଥିଲେ ।

ସେ ଗୁରୁକୁଳରେ ଯାଇ ସଂସ୍କୃତ ଓ ଯୋଗା ଶିକ୍ଷା ପ୍ରାପ୍ତ କରିଥିଲେ । ବାବା ରାମଦେବ ଯେତେବେଳେ ସରକାରୀ ସ୍କୁଲରେ ପଢୁଥିଲେ ତାଙ୍କର ବାମ ପଟ ପାରାଲେସିସ ହୋଇଯାଇଥିଲା । ଏହି କଥାକୁ ସେ କହିଥିଲେ । ଆସନ୍ତୁ ଜାଣିବା ପୁରା କଥା ।

ରାମଦେବ ସେତେବେଳେ ୮ ବର୍ଷର ଥିଲେ । ସେ ପାଖ ଗାଁରୁ ପାଠ ପଢି ତାଙ୍କ ସାଙ୍ଗ ସହିତ ଘରକୁ ଫେରୁଥିଲେ । ସେ ରାସ୍ତାରେ ଆସୁଥିଲା ବେଳେ ହଠାତ ତାକୁ କିଛି ହୋଇଥିଲା ଓ ସେ ତଳେ ପଡିଯାଇଥିଲେ । ତାଙ୍କୁ ଛଟପଟ ହେଉଥିବା ଦେଖି ତାଙ୍କ ସାଙ୍ଗ ମାନେ ଡରିଗଲେ ଓ ଯାଇ ତାଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ । ଘରଲୋକ ରାମଦେବଙ୍କୁ ପାଖରେ ଥିବା ସରକାରୀ ହସ୍ପିଟାଲକୁ ନେଇଗଲେ ସେଥି ଡାକ୍ତର କହିଲେ ରାମଦେବଙ୍କ ଶରୀରର ବାମ ପଟ ଭାଗ ପାରଲେସିସ ହୋଇଛି । ସେ ଭବିଷ୍ୟତରେ ତାଙ୍କ ବାମ ଭାଗ ବ୍ୟବହାର କରିପାରିବେ ନହିଁ  ।

କିନ୍ତୁ ରାମଦେବ ବି ହାର ମାନିବାକୁ ପ୍ରସ୍ତୁତ ନଥିଲେ । ହୋଇପାରେ ଏହି ପକ୍ଷାଘାତ ତାଙ୍କ ସାଙ୍ଗମାନଙ୍କ ଠୁ ଓ ଖେଳପଡିଆରୁ ଦୂର କରିଦେଲା । କିନ୍ତୁ ବହିକୁ ନିଜର ନୂଆ ବନ୍ଧୁ ବନେଇଦେଲେ । ଗୋଟେ ଥର ତାଙ୍କୁ ଯୋଗାଡ଼ ବହି ମିଳିଥିଲା ଯେଉଁଥିରେ ଲେଖଥିଲା ଶରୀର ଓ ଆତ୍ମାକୁ ନିଜ ଅଧୀନରେ କରିପାରିବେ । ତାପରେ ରାମଦେବଙ୍କ ଯୋଗ ପ୍ରତି ଆକର୍ଷଣ ବଢିବାକୁ ଲାଗିଲା । ସେ ଯୋଗକୁ ନିଜ ଜୀବନରେ ସାମିଲ କରିଦେଲେ ଓ ଆଶ୍ଚର୍ଯ୍ୟକର କଥା ଏହାବି ଥିଲା ତାଙ୍କର ପକ୍ଷାଘାତ ଧୀରେ ଧୀରେ ଠିକ ହେବାକୁ ଲାଗିଲା ।

ଆଜି ବାବ ରାମଦେବଙ୍କ ଶରୀର ବାମ ଭାଗ  ପୁରା ସୁସ୍ଥ ଅଛି ଖାଲି ତାଙ୍କୁ ବାମ ଆଖିରେ ଦେଖିବା ପାଇଁ ଅସୁବିଧା ଅଛି । କହିବାକୁ ଚାହିଁବୁକି ପକ୍ଷାଘାତର ସବୁଠୁ ବେସୀହିଁ ପ୍ରଭାବ  ତାଙ୍କର ବାମ ଆଖିରେ ହିଁ ପଡିଥିଲା । ସେହି କାରଣରୁ ତାଙ୍କୁ ଦେଖିବା ବନ୍ଦ ହୋଇଯାଇଥିଲା । ସେହିକାରଣରୁ ବାବା ଛୋଟବେଳରୁ ହୋଇଥିବା ଘଟଣା କାରଣରୁ ଯୋଗକୁ ଆପଣେଇଥିଲେ । ଆଜି ତାହା ହିଁ ତାଙ୍କୁ ବିଶ୍ଵରେ ଖ୍ୟାତି ଦେଇଛି । ସେ ଭାରତ ଓ ଭାରତ ବାହାରେ ଯୋଗ ମାଧ୍ୟମରେ ଲୋକଙ୍କୁ ରୋଗରୁ ମୁକ୍ତି ଦେଉଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *