ଅତି ପାଠୁଆ ଚୋର, 10 ଟଙ୍କା ଦେଇ ଏମିତି କରୁଥିଲେ ଲକ୍ଷ କହି ଟଙ୍କାର ଚୋରୀ

୧୦ ଟଙ୍କା ଦେଇ ୧ ଲକ୍ଷ ଟଙ୍କାର ସୁନା ଓ ଚାନ୍ଦିର ଗହଣା ଲୁଟି ନେଲେ । ନିଜକୁ ଏକ ଭଲ ଘରର ପୁଅ କହି ଓ ଦେଖାଇ ଜୁୟେଲରି ଦୋକାନୀଙ୍କ ସହ ସରଲ କଥାବାର୍ତ୍ତା କରି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉ ଥିଲା ଏହି MBA ଛାତ୍ର ଜଣକ । ଲୁଟି ନେଇ ଥିବା ଟଙ୍କାକୁ ନେଇ ଏରୋପ୍ଳେନରେ ରାଜ୍ୟ ରାଜ୍ୟ ବୁଲି ବଡ ବଡ ହୋଟେଲରେ ରହି ଫିଲ୍ମ ଷ୍ଟାରଙ୍କ ଭଳି ଜୀବନ କାଟୁଥିଲେ । ବର୍ତ୍ତମାନ ଏହି ଚୋରର କାହାଣୀ ସମାପ୍ତ ହୋଇ ଯାଇଛି । ଶେଷରେ ତାଙ୍କୁ ପୋଲିସ ମାମୁଁଙ୍କ ଘରକୁ ଯିବାକୁ ପଡିଲା ।

ପୁରା ଘଟଣା ବିଷୟରେ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ପୋଲିସଙ୍କ ଅନୁସାରେ ସେପ୍ଟେମ୍ବର ୧୫ ତାରିଖ ଦିନ ପ୍ରାୟତଃ ୧୨.୩୦ରେ ୩୭ ବର୍ଷର ଅଭିଯୁକ୍ତ ଯୁବକ ଭୁବନେଶ୍ଵରର ବହୁତ ବଡ ମଳରେ ଏକ ବଡ ଜୁୟେଲରି ଦୋକାନକୁ ଯାଇ ଥିଲା ।

ସେ ପାଖାପାଖି ସେହି ଦୋକାନରୁ ୧ ଲକ୍ଷ ଟଙ୍କାର ଗହଣା କିଣିଲେ । ଅଭିଯୁକ କହିଲା କି ମୁଁ ଅନ୍ଲାଇନ ପେମେଣ୍ଟ କରିବି । ପ୍ରଥମେ ସେ ନିଜର UPI ମାଧ୍ୟମରେ ଦୋକାନର ସେଲ୍ସମ୍ୟାନକୁ ୧୦ ଟଙ୍କା ଟ୍ରାନ୍ସଫର କରିଲେ । ଯୁବକ ଜଣକ କହିଲା କି ମୁଁ ବାକି ଟଙ୍କା ଟ୍ରାନ୍ସଫର କରି ଦେଉଛି । ବାକି ଟଙ୍କା ସେ ନ ପଠାଇ ନିଜ ମୋବାଇଲରେ ପୂର୍ବରୁ ଏକ ସ୍କ୍ରିନ ସଟ ରଖିଥିଲେ ଯାହାକୁ ସେ ସେହି ଦୋକାନୀକୁ ଦେଖାଇଲେ ।

ଟଙ୍କା ପଠାଇବା ପରେ ଯେମିତି ପେମେଣ୍ଟ ସଫଳ ହେଲା ବୋଲି ଦେଖାଏ ତାଙ୍କର ସ୍କ୍ରିନ ସଟ ଟି ସେହିଭଳି ପୁରା ଦେଖା ଯାଉ ଥିଲା । କିନ୍ତୁ ସେହି ଦୋକାନୀର ଫୋନକୁ ପେମେଣ୍ଟ ଆସି ନ ଥିଲା । ଅଭିଯୁକ୍ତ ଦୋକାନୀକୁ ସରଲ ସରଲ କଥା କହି ପେମେଣ୍ଟ ଚାଲିଯିବ ବୋଲି କହି ଦୋକାନ ଠାରୁ ଜିନିଷ ନେଇ ସେଠୁ ଚାଲି ଗଲେ । ଯେତେବେଳେ ଟଙ୍କା ଆସିଲା ନାହିଁ ତେବେ ଦୋକାନୀ ଥାନାରେ ଅଭିଯୋଗ କରିଲେ ।

ପୋଲିସ ଅଧିକାରୀ ଆଗକୁ କହିଲେ କି ଆମେ କେସକୁ ବହୁତ ସମୟ ଧରି ଯାଞ୍ଚ କରିବା ପରେ ଜଣା ପଡିଲା କି ସେ କଲିକତା ଚାଲି ଯାଇଛି । ଆମର ଏକ ସ୍ପେଶାଲ ଟିମ କଲିକତା ଯାଇ ତାଙ୍କୁ କଲିକତାରୁ ଧରି ଭୁବନେଶ୍ବର ଆସିଲେ । ତଦନ୍ତ ସମୟରେ ଜଣା ପଡିଲା କି ଅଭିଯୁକ୍ତ ଯୁବକ ଭୁବନେଶ୍ବରରେ କ୍ରାଇମ କରିବା ପରେ ସେହି ଦିନ ହିଁ ସେ ପୁରୀରେ ଏହିଭଳି ଅନ୍ୟ ଏକ କ୍ରାଇମ କରିଛି । କ୍ରାଇମ ପରେ ସେ ଦିଲ୍ଲୀ ଗଲା, ଦିଲ୍ଲୀରୁ ଇନଫାଳ ଯାଇ ଥିଲା ଓ ଇନଫାଳରୁ କଲିକତା ଆସିଥିଲା ।

ଦେଶର ବିଭିନ୍ନ ସ୍ଥାନ ବୁଲି ବୁଲି ଏରୋପ୍ଳେନରେ ବୁଲି ବୁଲି ବଡ ବଡ ଷ୍ଟାର ହୋଟେଲ ରହି ଏକ ଭଲ ଲାଇଫ ଷ୍ଟାଇଲରେ ରହୁ ଥିଲେ ଅଭିଯୁକ୍ତ । ସେ ଯେତେବେଳେ କୌଣସି ବି ଗୋଟିଏ ବଡ ଦୋକାନକୁ ଯାଉ ଥିଲେ ସେହି ସମୟରେ ସେ ଭଲ ଦାମୀ ଗାଡି ଭଡା କରି ଯାଉ ଥିଲା ଓ ସେହି ସମୟରେ ନିଜକୁ ଭଲ ପରିବାରର ବୋଲି କହି ନିଜର କରି ଭଲ ଭଲ ଦୋକାନରୁ ଅତି ସହଜରେ ଠାକୁ ଥିଲେ । କୁହାଯାଉଛି କି ଯୁବକ ଜଣକ ମୁମ୍ବାଇ ବାସିନ୍ଦା ଅଟେ ।

Leave a Reply

Your email address will not be published. Required fields are marked *