OTVର ଚିଫ ରିପୋର୍ଟର Arindam Dasଙ୍କ ଶେଷ ଇଚ୍ଛା କଣ ଥିଲା ଜାଣି ଆପଣଙ୍କ ଆଖିରେ ବି ଆସିଯିବ ଲୁହ

ଆଜି ଆମେ ଆପଣଙ୍କୁ ଅରିନ୍ଦମ ଦାସଙ୍କ ଶେଷ ଇଚ୍ଛା ବିଷୟରେ କହିବୁ । ପାଣିରେ ବୋର୍ଟ ଓଲଟିବା କାରଣରୁ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ପରେ ପୁରା ଓଡିଶା ସ୍ତପ୍ଦ ହୋଇ ଯାଇଛି । କଟକ ମୁଣ୍ଡୁଳି ବ୍ରିଜରେ ହାତୀକୁ ଉଦ୍ଧାର କରିବା ସମୟରେ ବୋର୍ଟ ଓଲଟି ଯାଇ ଥିଲା ଓ ଦୁର୍ଭାଗ୍ୟ ବଶତଃ ସେଥିରେ ଅରିନ୍ଦମ ଦାସ ଓ ସୀତାରାମ ମୁର୍ମୁଙ୍କ ଜୀବନ ଚାଲି ଯାଇ ଥିଲା । ଅରିନ୍ଦମ ଦାସଙ୍କୁ ନେଇ ACBର ଜରୁରୀ କାଳୀନ ଅଧିକାରୀ ଭୁବନନନ୍ଦ ମହାରଣା ତାଙ୍କର ମୃ-ତ୍ୟୁ ବିଷୟରେ ଘୋଷଣା କରିଥିଲେ ।

ସୂଚନା ନୁସାରେ କୁହାଯାଉଛି କି ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ହିଁ ତାଙ୍କର ମୃ-ତ୍ୟୁ ହୋଇ ସାରିଥିଲା । କଟକ ମୁଣ୍ଡୁଳି ବ୍ରିଜ ନିକଟରେ ଫସି ଯାଇ ଥିବା ହାତୀକୁ ବଞ୍ଚାଇବା ପାଇଁ ଏକ ଅପରେସନ ଆରମ୍ଭ ହୋଇଥିଲା ।

ଏହି ଅପରେସନରେ ୫ ଜଣ ODRF ଟିମର ସଦସ୍ୟଙ୍କ ସହିତ ଜଣେ ରିପୋର୍ଟର ଓ କ୍ୟାମେରାମ୍ୟାନ ଯାଇ ଥିଲେ । ଏହି ଅପରେସନକୁ କଭରେଜ କରିବା ସମୟରେ ଅରିନ୍ଦମ ଦାସ ଓ କ୍ୟାମେରାମ୍ୟାନ ଦୁର୍ଘଟଣାର ଶିକାର ହୋଇଥିଲେ । ପାଣିର ସ୍ରୋତ ଅଧିକ ଥିବା କାରଣରୁ ବୋର୍ଟଟି ଓଲଟି ପଡିଥିଲା । ସମସ୍ତେ ବ୍ରିଜରୁ ଦୌଡି ପକାଇ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । କେହି ବି ଅରିନ୍ଦମ ଦାସଙ୍କୁ ବଞ୍ଚାଇ ପାରିଲେ ନାହିଁ ।

ଅରିନ୍ଦମ ଦାସ ନିଜର କ୍ୟାରିୟର କ୍ରାଇମ ରିପୋର୍ଟର ରୂପରେ ଆରମ୍ଭ କରିଥିଲେ । ସେ ସାହାସିକତାର ଜ୍ଵଳନ୍ତ ଉଦାହରଣ ବି ଥିଲେ । ସେ ବାତ୍ୟା ଓ ବନ୍ୟା ସ୍ଥାନକୁ ଯାଇ ସେହି ସ୍ଥାନର କଭରେଜ ଶୁଟିଙ୍ଗ କରିବାରେ ଜଣେ ଆଗଧାଡିର ସାମ୍ବାଦିକ ଥିଲେ । ସେ ବାତ୍ୟା ଓ ବନ୍ୟା ଭଳି ସ୍ଥିତି ରିପୋରଟିଙ୍ଗ କରିବାରେ ମାହିର ଥିଲେ ଓ ଏଥିପାଇଁ ସେ ବହୁତ ପରିଚିତ ମଧ୍ୟ ଥିଲେ । ବନ୍ୟା ଓ ବାତ୍ୟା ସମୟରେ ତାଙ୍କୁ ଗ୍ରାଉଣ୍ଡ ଜିରୋରେ ଦେଖିବାକୁ ମିଳୁଥିଲା ।

ସେ ଜଣେ ଦୁଃସାହାସିକ ସାମ୍ବାଦିକ ରୂପରେ ଘରେ ଘରେ ପରିଚିତ ଥିଲେ । ରିସ୍କ ନେବାରେ ସେ ସବୁବେଳେ ଆଗରେ ରହୁଥିଲେ । ବନ୍ୟା ପ୍ରାଣୀ ସମ୍ପର୍କିତ ଖବରକୁ ଦେଖାଇବା ପାଇଁ ବି ସେ ଆଗରେ ଥିଲେ । ସେ କେବେ ବି ନିଜର ଚିନ୍ତା କରୁ ନ ଥିଲେ । ଅନ୍ୟମାନେ କେମିତି ଉଦ୍ଧାର ହେବେ ସେ ଅଧିକ ଗୁରୁତ୍ଵ ଦେଉ ଥିଲେ ଓ ଶେଷରେ ସେ ନିଜର ଜୀବନ ହାରି ଦେଲେ ।

ସମସ୍ତଙ୍କୁ ପ୍ରଥମେ ଦୌଡିରେ ଯିବାକୁ ଦେଇ ଶେଷରେ ସେ ପାଣିରେ ବୁଡି ଗଲେ । ଅରିନ୍ଦମ ଦାସଙ୍କ ସବୁଠୁ ବଡ ସ୍ଵପ୍ନ ଥିଲା କି ସେ ଆର୍ମୀରେ ଜୟେନ କରିବେ । ସେ ସବୁବେଳେ କୁହନ୍ତି କି ମୋତେ ଯଦି ଚାନ୍ସ ମିଳିଥାନ୍ତା ତେବେ ମୁଁ ଦେଶ ପାଇଁ ସହିଦ ହେବା ପାଇଁ ଡରି ନାହାନ୍ତି ।

Leave a Reply

Your email address will not be published. Required fields are marked *