କ୍ୟାମେରାରେ ଧରା ପଡିଲା Dancing ଚୋର, ଗାଡି ଦେଖି ପାଗଳ ପରି ନାଚୁଥିଲା ଆଉ ତା’ ପରେ…ଦେଖନ୍ତୁ ଏହି Video

ଦିନକୁ ଦିନ ଚୋରମାନଙ୍କର ସଂଖ୍ୟା ବଢିବାରେ ଲାଗିଛି । କିନ୍ତୁ କେତେକ ଚୋର ପୋଲିସ ହାତରେ ଧରା ପଡ଼ୁଛନ୍ତି ତ ଆଉ କେତେକ ଚୋର ଖସି ଯିବାରେ ସଫଳ ହେଉଛନ୍ତି । କହିବାକୁ ଗଲେ ସାଲେପୁର ନିଶ୍ଚିତ କୋଇଲିରେ ଏକ ଚୋରର ଚୋରୀ ସିସିଟିଭି ଫୁଟେଜରେ କଏଦ ହୋଇଛି । ଶେଷରେ ସ୍ଥାନୀୟ ବାସିନ୍ଦାମାନେ ଚୋରକୁ ଧରି ପୋଲିସକୁ ଦେଇଛନ୍ତି । CCTV ଫୁଟେଜରେ କଏଦ ହୋଇଥିବା ଦୃଶ୍ୟକୁ ଦେଖିଲେ ଜାଣି ପାରିବେ କି ପ୍ରଥମେ ଚୋରଟି ଗୋଟିଏ ବୋଲେର ଗାଡି ପାଖକୁ ଆସୁଛି ।

ସେହି ଗାଡି ଉପରେ ନଡିଆ ବାହୁଙ୍ଗା ପକାଇ ଦେଉଛି । ସେ ଗାଡିର ଡୋରକୁ ଖୋଲିବାକୁ ଚେଷ୍ଟା କରୁଛି । ସେ ଗାଡିରେ ସେନ୍ସର ଲାଗିଛି କି ନାହିଁ ଏହା ଜାଣିବା ପାଇଁ ଚେଷ୍ଟା କରୁଛି ଓ ବାରମ୍ବାର ଚାରି ଆଡକୁ ଦେଖୁଛି ।

କିନ୍ତୁ ସବୁଠୁ ଅଜବ କଥା ହେଉଛି ଚୋରଟି ଗୋଟିଏ ଗୋଡରେ ଛିଡା ହୋଇ ନାଚି ନାଚି ଗାଡିକୁ ଚୋରୀ କରିବାକୁ ଚେଷ୍ଟା କରୁଛି । କିନ୍ତୁ ସବୁଠୁ ବଡ ଆଶ୍ଚର୍ଯ୍ୟ କଥା ହେଉଛି କି ଚୋରକୁ ସିସିଟିଭି ଦେଖା ଯାଉ ନାହିଁ । କିନ୍ତୁ ସିସିଟିଭିରେ ଚୋରର ସମସ୍ତ ଦୃଶ୍ୟ କଏଦ ହୋଇ ଚାଲିଛି । ସେ ଗାଡିର କାଚକୁ ବି ଭାଙ୍ଗିବାକୁ ଚେଷ୍ଟା କରୁଛି । ଏତିକି ନୁହେଁ ଅନ୍ୟ ଏକ ଗାଡିର ଡୋର ଖୋଲି ସେ ଭିତରେ ବସି କଣ ସବୁ କରୁଥିଲା । ଯାହାକି ଜଣା ପଡୁ ନାହିଁ ।

ଶେଷରେ ସ୍ଥାନୀୟ ଲୋକମାନେ ଚୋରକୁ ଧରି ନଙ୍ଗଳା କରି ତାକୁ ମାରି ପୋଲିସ ହାତରେ ଦେଇଛନ୍ତି । କହିଦେଉଛୁ କି ଚୋରର କହିବା ଅନୁସାରେ ଚୋରର ନାଁ ରବି ନାରାୟଣ ଓ ସେ ଡେମାନଣ୍ଡୁଆ ଅଞ୍ଚଳରେ ରୁହେ । କହିଦେଉଛୁ କି ଏହି ଘଟଣା ୨୭ ତାରିଖ ଦିନ ରାତି ୧୨ .୦୫ରେ ଘଟିଥିଲା । ଗାଡିର ମାଳିକାର କହିବା ଅଟେ କି ମୋର ୩ ଟି ଗାଡି ବାହାରେ ରୁହେ । ଚୋର ଗୋଟିଏର ଗାଡିର ସବୁ ଭାଙ୍ଗି ଦେଇଛି ।

ଆଉ ଗୋଟିଏ ନୂଆ ଗାଡିର କାଚ ଉପରେ ଇଟା ଫୋପାଡିଛି । ଆଉ ଗୋଟିଏ ମୋର ପୁରୁଣା ଗାଡିର ଡୋର ଖୋଲି ସେଥିରେ କଣ ସବୁ ମେସିନ ପୁରେଇ ଷ୍ଟାର୍ଟ ମାରିଛି । ଷ୍ଟାର୍ଟ ହେବା ପରେ ମୋର ସଙ୍ଗେ ସଙ୍ଗେ ନିଦ ଭାଙ୍ଗି ଗଲା ଓ ମୁଁ ବାହାରକୁ ଆସିଲି ।

କିନ୍ତୁ ଯେମିତି ହିଁ ସେ ମୋତେ ଦେଖିଲା ତେବେ ସଙ୍ଗେ ସଙ୍ଗେ ଦୌଡିଲା । ମୁଁ ପଛରେ ଦୌଡିଲି । କିନ୍ତୁ ମୁଁ ତାକୁ ପାଇଲି ନାହିଁ । ମୁଁ ଯେତେବେଳେ ବାଇକ ନେଇ ବାହାରକୁ ଖୋଜିବାକୁ ବାହାରିଲି ତେବେ ସେହି ସମୟରେ ସେ ମୋତେ ଦେଖି ବିଲ ଭିତରକୁ ପଶି ଯାଇଛି । ମୁଁ କିଛି ସ୍ଥାନୀୟ ଲୋକମାନଙ୍କୁ ଧରି ଏହି ଚୋରକୁ ଧରିଛି ।

Leave a Reply

Your email address will not be published. Required fields are marked *