ATM କାର୍ଡରେ ଫ୍ରୀ Insurance, ଯାହା Facility ଅଛି ଜାଣି ବିଶ୍ଵାସ ହେବନି

ବନ୍ଧୁଗଣ ଆଜିର ଦିନରେ ସମସ୍ତଙ୍କ ହାତରେ ରହିଛି ଏଟିଏମ କାର୍ଡ । ତାଙ୍କ ଉଠାଇବା ଠାରୁ ଆରମ୍ଭ କରି ଡିପୋଜିଟ ଯାଏଁ ସବୁ କ୍ଷେତ୍ରରେ ଏବେ ଏଟିଏମ କାର୍ଡ ବ୍ୟବହାର ହେଉଛି । ହେଲେ ଆପଣ ଜାଣିଛନ୍ତି କି ଆପଣଙ୍କ ଏଟିଏମ କାର୍ଡରେ ଆପଣଙ୍କ ପାଇଁ ରହିଛି ବୀମା ସୁରକ୍ଷା ଯାହା ଦୁର୍ଘଟଣା ଜନିତ ମୃ-ତ୍ୟୁରେ ହିତାଧିକାରୀଙ୍କ ପରିବାରକୁ ଦେଇଥାଏ ଅନେକ ସୁବିଧା ଆଉ ଅନେକ ଲାଭ ମଧ୍ୟ । ଏଟିଏମ କାର୍ଡକୁ ଲୋକମାନେ କେବଳ ଟଙ୍କା ଉଠାଇବା କାମରେ ବ୍ୟବହାର କରିଥାନ୍ତି ।

ହେଲେ ଏହି ଏଟିଏମ କାର୍ଡରେ ଗ୍ରାହକଙ୍କୁ ଦୁର୍ଘଟଣା ଜନିତ ବୀମା ସୁରକ୍ଷା ମଧ୍ୟ ମିଳିଥାଏ ବୋଲି ଆଜି ବି ଅନେକ ଲୋକଙ୍କୁ ଅଜଣା ରହିଛି । ଖାଲି ସେତିକି ନୁହେଁ ଏଟିଏମ କାର୍ଡ ଦେବା ସମୟରେ ବ୍ଯାଙ୍କ ଗ୍ରାହକଙ୍କୁ ସୂଚନା ଦେଉ ନ ଥିବାରୁ ଅନେକ ଲୋକ ଆଜି ବି ଏମିତି କିଛି ନିୟମ ଅଛି ବିଲକୁଲ ଜାଣି ନାହାନ୍ତି । ଦୁର୍ଘଟଣା କି ଅସ୍ବାଭାବିକ ମୃ-ତ୍ୟୁ ହେଲେ ଲୋକମାନେ ଏଟିଏମ କାର୍ଡର ଇଂସୁରାନ୍ସ ଉପରେ କୌଣସି କ୍ଳେମ କରନ୍ତି ନାହି । ଆଉ ଏହାର ଲାଭ ଉଠାଇପାରନ୍ତି ନାହି ।

ଯଦି ଆପଣ କୌଣସି ଜାତୀୟ ସ୍ତର ର ବ୍ୟାଙ୍କର ଏଟିଏମ ଏଟି କାମରେ ୪୫ ଦିନ ଯାଏଁ ବ୍ୟବହାର କରିଛନ୍ତି ତେବେ ଆପଣଙ୍କୁ ଏହି ଇଂସୁରାନ୍ସର ସୁବିଧା ସୁଯୋଗ ମିଳିପାରିବ । କୌଣସି ପ୍ରକାରର ଅସ୍ଵାଭାବିକ ମୃ-ତ୍ୟୁ କ୍ଷେତ୍ରରେ ଆପଣଙ୍କ ପରିବାର କ୍ଳେମ କରିଲେ ଏଟିଏମ କାର୍ଡ ଉପରେ ଥିବା ବୀମା ରାଶି ଅତି ସହଜରେ ମିଳିପାରିବ ବୋଲି ନିୟମ ରହିଛି । ତେବେ ଇଂସୁରାନ୍ସ ରାଶିର ପରିମାଣ କେତେ ରହିବ ଆଉ କେତେ ଦିନ ଭିତରେ ଏହା ମିଳିବ ତାହା ବ୍ଯାଙ୍କ ଓ ଆପଣ କେଉଁ ପ୍ରକାରର ଏଟିଏମ କାର୍ଡ ବ୍ୟବହାର କରୁଛନ୍ତି ତାହା ଉପରେ ନିର୍ଭର କରେ ।

ଏଟିଏମ କାର୍ଡର ଡାଟା ହିସାବରେ ଜଣେ ବ୍ୟକ୍ତିଙ୍କୁ ଇଂସୁରାନ୍ସ ମିଳିଥାଏ । ଯଦି ଜଣେ ୟୁଜର୍ସ କ୍ଲାସିକ କାର୍ଡ ବ୍ୟବହାର କରୁଛନ୍ତି ତେବେ ତାଙ୍କୁ ୧ଲକ୍ଷ ଟଙ୍କାର ବୀମା ରାସୀ ମିଳିଥାଏ । ସେହିପରି ପ୍ଲାଟିନମ କାର୍ଡ ବ୍ୟବହାର କରୁଥିଲେ ଜଣେ ବ୍ୟକ୍ତିଙ୍କ ମୃ-ତ୍ୟୁ ପାଇଁ ତାଙ୍କ ପରିବାରକୁ ୨ଲକ୍ଷ ଟଙ୍କା କ୍ଷତିପୂରଣ ମିଳେ । ସାମାନ୍ଯ ମାଷ୍ଟରକାର୍ଡ କ୍ଷେତ୍ରରେ ଏହି ବୀମା ରାଶିର ପରିମାଣ ୫୦ହଜାର ଥିବା ବେଳେ ପ୍ଲାଟିନମ ମାଷ୍ଟର କାର୍ଡ କ୍ଷେତ୍ରରେ ୫ଲକ୍ଷ ଟଙ୍କା ଯାଏଁ ବିମା ରାଶି ମିଳିଥାଏ ।

ସେହିପରି ବୀଜା କାର୍ଡ ଦେଢ ଲକ୍ଷରୁ ଦୁଇ ଲକ୍ଷ ଟଙ୍କା ଯାଏଁ ଇଂସୁରାନ୍ସ କଭରେଜ ମିଳିଥାଏ । ଯଦି କୌଣସି ଏଟିଏମ କାର୍ଡଧାରୀଙ୍କ ଦୁର୍ଘଟଣା ଘଟୁଛି ଓ ସେହି ଦୁର୍ଘଟଣାନରେ ଦିବ୍ୟାଙ୍କ ହୋଇଯାଉଛି ତେବେ ମଧ୍ୟ ଏଥିରେ ଇଂସୁରାନ୍ସ କଭରେଜ ମିଳି ପାରିବ । ଦୁର୍ଘଟଣାରେ ମୃ-ତ୍ୟୁ ହେଲେ ଜଣେ କାର୍ଡଧାରୀଙ୍କୁ ଏକ ଲକ୍ଷ ରୁ ୫ ଲକ୍ଷ ଟଙ୍କା ଯାଏଁ କଭରେଜ ମିଳି ପାରିବ । ଏଟିଏମ କାର୍ଡ ସହ ମିଳୁଥିବା ଇନସୁରାନ୍ସକୁ କ୍ଳେମ କରିବା ଅପରେ ଯାଇ ଟଙ୍କା ମିଳିଥାଏ । ଯେଉଁଥିରେ କାର୍ଡ ହୋଲଡରଙ୍କ ନୋମିନୀ ବ୍ଯାଙ୍କକୁ ଯାଇ ଆବେଦନ କରିବାକୁ ପଡେ । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *