ଏବେ ATMରୁ ଟଙ୍କା ବାହାର କରିବା ହେବ ମହଙ୍ଗା, RBI ଜାରି କଲା ନୂଆ ନିୟମ… ଜାଣନ୍ତୁ କଣ

ଏହି ଲକଡାଉନ ମଧ୍ୟରେ କେତେକ ବ୍ୟାଙ୍କ ନିଜର ଗ୍ରାହକମାନଙ୍କର ସୁବିଧା ପାଇଁ କିଛି ଅନ୍ଲାଇନ ସେବା ଆରମ୍ଭ କରିଦେଇଛନ୍ତି । ଏହା ଦ୍ଵାରା ବର୍ତ୍ତମାନ କିଛି ଗ୍ରାହକମାନେ ଘରେ ବସି ଅନ୍ଲାଇନ ମାଧ୍ୟମରେ ନିଜର ସମସ୍ତ କାମ କରି ପାରିବେ ଓ ତାଙ୍କୁ ଏଥିପାଇଁ ବ୍ୟାଙ୍କ ବି ଯିବାକୁ ପଡିବ ନାହିଁ । ବ୍ୟାଙ୍କ କିମ୍ବା RBI ବ୍ୟାଙ୍କ ସହ ଜଡିତ କେତେକ ନିୟମ ଗୁଡିକରେ ପରିବର୍ତ୍ତନ ମଧ୍ୟ କରିଛନ୍ତି ।

ଏହି ନିୟମ ପରିବର୍ତ୍ତନ ଦ୍ଵାରା ଗ୍ରାହକମାନଙ୍କୁ ସୁବିଧା ମିଳିଥାଏ । କିନ୍ତୁ ଏମିତି କିଛି ନିୟମ ଅଛି ଯାହାର ପରିବର୍ତ୍ତନ ଦ୍ଵାରା ଗ୍ରାହକମାନଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।  ପୁଣି ଥରେ ଆରବିଆଇ ଏକ ନିୟମରେ ପରିବର୍ତ୍ତନ କରିଛନ୍ତି । ଯେଉଁ କାରଣରୁ ଆପଣଙ୍କ କଷ୍ଟ ଅଳ୍ପ ବଢିପାରେ ।

ସମସ୍ତଙ୍କ ପାଇଁ ଏହା ବହୁତ ବଡ ଖବର ଅଟେ ।  ଆପଣଙ୍କୁ ବର୍ତ୍ତମାନ ଏଟିଏମରୁ ଟଙ୍କା ଉଠିବା ପାଇଁ ଅଧିକ ଚାର୍ଜ ଦେବାକୁ ପଡିପାରେ । ଆରବିଆଇର ନୂଆ ନିୟମ ଅନୁସାରେ ଯଦି ଆପଣ ନିଜର ବ୍ୟାଙ୍କ ବ୍ୟତିତ ଅନ୍ୟ କୌଣସି ବ୍ୟାଙ୍କର ଏଟିଏମରୁ ଟଙ୍କା ଉଠାଉଛନ୍ତି ତେବେ ଆପଣଙ୍କୁ ଅଧିକ ଚାର୍ଜ ଦେବାକୁ ପଡିବ । ଏମିତିରେ ଆଜି ଠାରୁ ହିଁ ସାବଧାନ ହୋଇ ଯାଆନ୍ତୁ ଓ ନିଜ ବ୍ୟାଙ୍କ ଛଡା ଅନ୍ୟ କୌଣସି ବ୍ୟାଙ୍କର ଏଟିଏମରୁ ଟଙ୍କା ଉଠାନ୍ତୁ ନାହିଁ ଓ ଯଦି ଟଙ୍କା ଉଠାଉଛନ୍ତି ତେବେ ଲିମିଟରେ ଉଠାନ୍ତୁ ।

ଭାରତୀୟ ରିଜର୍ବ ବ୍ୟାଙ୍କ ବର୍ତ୍ତମାନ ଗ୍ରାହକମାନଙ୍କ ଠାରୁ ନେଉଥିବା କସ୍ଟମର ଚାର୍ଜକୁ ବୁଦ୍ଧି କରି ଦେଇଛି । ଏହି କାରଣରୁ ଯଦି ଆପଣ ନିଜ ବ୍ୟାଙ୍କ ଛଡା ଅନ୍ୟ କୌଣସି ବ୍ୟାଙ୍କର ଏଟିଏମରୁ ଲିମିଟରୁ ଅଧିକ ଥର ଟଙ୍କା ଉଠାଉଛନ୍ତି ତେବେ ଆପଣଙ୍କୁ ଅଧିକ ଟଙ୍କା ଚାର୍ଜ ଲାଗିବ । ଏହି ନିୟମ ୧ ଅଗଷ୍ଟ ୨୦୨୧ରୁ ଲାଗୁ ହେବ ।  ଲିମିଟରୁ ଅଧିକ ଟଙ୍କା ଉଠାଇଲେ ୨୦ ଟଙ୍କା କଟୁଥିଲା । କିନ୍ତୁ ଏହି ନିୟମ ଲାଗୁ ହେବା ପରେ ବର୍ତ୍ତମାନ ଆପଣଙ୍କୁ ୨୧ ଟଙ୍କା ଦେବାକୁ ପଡିବ ।

ଏହି ନିୟମ ରିସାଇକେଲ ମେସିନ ଉପରେ ବି ଲାଗୁ ହେବ । କିନ୍ତୁ ଏହି ନିୟମ ୧ ଜାନୁୟାରୀ ୨୦୨୨ରେ ଲାଗୁ ହେବ ବୋଲି ଆରବିଆଇ ଦ୍ଵାରା କୁହାଯାଇଛି । ମେଟ୍ରୋ ସହରର ଗ୍ରାହକମାନେ ସବୁ ମାସରେ ତିନ ଥର ଠାରୁ ଅଧିକ ଥର ଟଙ୍କା ଉଠାଇଲେ ଅଧିକ ଚାର୍ଜ ଦେବାକୁ ପଡିଥାଏ । କିନ୍ତୁ ଅନ୍ୟ ସହରର ଗ୍ରାହକମାନଙ୍କ ଠାରୁ ୫ ଥରରୁ ଅଧିକ ଥର ଟଙ୍କା ଉଠାଇଲେ ଅଧିକ ଟଙ୍କା କଟିଥାଏ ।

ଏଟିଏମରୁ ଟଙ୍କା ଉଠାଇବା ପାଇଁ ଲାଗୁଥିବା ଚାର୍ଜକୁ ଏହା ପୂର୍ବରୁ ୨୦୧୨ରେ ପରିବର୍ତ୍ତନ କରାଯାଇଥିଲା ।  ଗ୍ରାହକମାନଙ୍କ ଠାରୁ ନିଆଯାଉଥିବା ଚାର୍ଜ ୨୦୧୪ରେ ପରିବର୍ତ୍ତନ ହୋଇଥିଲା ।  ବ୍ୟାଙ୍କ ଗୋଟିଏ ନିର୍ଦିଷ୍ଟ ସମୟ ସୀମା ପର୍ଯ୍ୟନ୍ତ ନିଜର ଗ୍ରାହକମାନଙ୍କୁ ସୁବିଧା ଯୋଗାଇ ଦେଇଥାଏ । ଏହା ଠାରୁ ଅଧିକ ହେଲେ ବ୍ୟାଙ୍କ ଗ୍ରାହାକମାନଙ୍କ ଠାରୁ ଅଧିକ ଟଙ୍କା ଚାର୍ଜ କରିଥାଏ ।

ସଚେତନତା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *