Breaking News: ଆସିଲା August ଗାଇଡଲାଇନ… ଦେଖନ୍ତୁ କଣ ଖୋଲା ଓ କଣ ବନ୍ଦ

କୋଭିଡ ଅଗଷ୍ଟର ଗାଇଡଲାଇନ ଆସିଯାଇଛି । ରାଜ୍ୟ ସରକାର ଅନଲାକ ପ୍ରକ୍ରିୟାକୁ ଆଡପ୍ଟ କରିଛନ୍ତି । ଆମକୁ ସରକାରଙ୍କ ନିୟମ ମାନି ଚଳିବାକୁ ହେବ ଏହା ର ତିନୋଟି ମୂଳ ମନ୍ତ୍ର ହେଉଛି ଆମକୁ ପରସ୍ପର ଭିତରେ ସାମାଜିକ ଦୁରତ୍ଵ ରଖିବାକୁ ପଡିବ ।

ଆଉ ସବୁବେଳେ ମାସ୍କ ପରିଧାନ କରିବା, ଘର ଭିତରେ ମଧ୍ୟ ଯେତେବେଳେ ଅଧିକ ଲୋକ ରହିଛନ୍ତି ସେତେବେଳେ ମଧ୍ୟ ମାସ୍କ ପରିଧାନ କରିବା । ଆଉ ତୃତୀୟ କଥା ହେଉଛି ଆମ ହାତକୁ ୨୦ ସେକେଣ୍ଡ ପର୍ଯ୍ୟନ୍ତ ଧୋଇବା । ଆଉ ସନିଟାଇଜରରେ ଆମର ହାତକୁ ସାନିଟାଇଜ କରିବା । କୋଭିଡ ୩ ଟି ସୂତ୍ର ଯଦି କାମରେ ଲଗାଇବା ତେବେ କୋଭିଡ ଯୁଧ୍ୟରେ ଜିତିବାକୁ ଆମକୁ ସହଜ ହେବ ।

ତା ସହିତ ରାଜ୍ୟ ସରକାର ମଧ୍ୟ ଟୀକା କାରଣ ବ୍ୟବସ୍ଥା କରିଛନ୍ତି ଓ ଟିକରା ଆଭେଲେବିଲିଟି ଅନୁସାରେ ଟୀକା କାରଣ ପ୍ରକ୍ରିୟା ଆଗେଇ ଚାଲିଛି । ଏବେ ରାଜ୍ୟରେ ଦେଢ କୋଟିରୁ ଅଧିକ ଲୋକଙ୍କୁ ଟୀକା ଦିଆ ସରିଲାଣି । ପ୍ରଥମ ଓ ଦିତୀୟ ଡୋଜ ମିଶାଇକି, ତା ପାଇଁ ରାଜ୍ୟ ସରକାର ଯଥୋଚିତ ପଦକ୍ଷେପ ମଧ୍ୟ ନେଉଛନ୍ତି । ଆଉ ଆମର ଯେଉଁ ଲକ ଡାଉନ ମଯ ୫ ରୁ ଆରମ୍ଭ କରଯାଇଥିଲା କରୋନା ପାଇଁ ଆଜି ବହୁତ ନିୟତ୍ରଣ ହୋଇଛି । ଆଉ ଗତ ଦୁଇ ସପ୍ତାହରେ ଧୀରେ ଧୀରେ ସଂକ୍ରମଣର ହାର ଧୀରେ ଧୀରେ କମୁଛି । ସରକାରଙ୍କ ନିର୍ଦେଶର ପାଳନ ଆଉ ଜନସାଧାରଣଙ୍କ ସହଯୋଗ ଦ୍ଵାରା ଆମେ ବହୁତ ସଫଳତା ପାଇଛେ ।

ଆଉ କେତୋଟି ରାଜ୍ୟର କେତୋଟି ଜିଲାରେ ସଂକ୍ରମଣ ରହିଛି ତାହା ଉଦ୍ବେଗ ଜନକ ନହେଲେ ମଧ୍ୟ କିଛି ଅଞ୍ଚଳରେ ଆହୁରି ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡିବ । ରୋଗ ପ୍ରତିରୋଧକ କମ କରିବା ପାଇଁ ଓ ଜୀବନ ଜୀବିକା ଉଜୀବିତ କରିବା ପାଇଁ ରାଜ୍ୟ ସରକାର ଇତି ମଧ୍ୟରେ ଅଗଷ୍ଟ ମାସ ପାଇଁ ନିର୍ଦେସା ବଳି ଜାରି କରିଛନ୍ତି । ଏହି ନିର୍ଦେସାବଳୀ ଅଗଷ୍ଟ ୧ ସମୟ ସକାଳ ୬ ଘଟିକାରୁ ସେପ୍ଟେମ୍ବର ୧ ତାରିଖ ସକଳ ୬ ଘଟିକା ପର୍ଯ୍ୟନ୍ତ ବଳ ବତର ରହିବ । ଅଗଷ୍ଟ ମାସରେ ସାରା ରାଜ୍ୟରେ ଅନଲାକ ପ୍ରକ୍ରିୟା ଜାରି ରହିବ । ଏହି ମାସରେ ପ୍ରତେକ ଦିନ ରାତି ୮ ଟାରୁ ସକାଳ ୬ ଘଣ୍ଟା ପର୍ଯ୍ୟନ୍ତ ରାତ୍ରି କାଳୀନ କରଫ୍ଯୁ ବଳବତ୍ର ରହିବ ।

ଏଥର ଭୁବେନଶ୍ବର, ପୁରୀ, କଟକ ସାପ୍ତାହିକ ଷଟଡାଉନ ବଳ ବାତ୍ର ରହିବ । ଆଉ ସାପ୍ତାହିକ ଷଟଡାଉନରେ ଯାହା ଇମରଜେନଶୀ କାମ ରହିଛି ତାହା ସବୁ କରିହେବ । ସାରା ରାଜ୍ୟରେ ଦୋକାନ ବଜାର ମଲ ସକଳ ୬ ରୁ ରାତି ୮ ମଧ୍ୟରେ ଖୋଲା ରହିବ । କିନ୍ତୁ ଭୁବନେଶ୍ବର କଟକ ଓ ପୁରୀ ସହରରେ ସମସ୍ତ ପ୍ରତିଷ୍ଠାନ ସାପ୍ତାହିକ ଷଟ ଡାଉନ ଶନିବାର ଓ ରବିବାର ବନ୍ଦ ରହିବ । ଏହି ଷଟ ଡାଉନ ବେଳେ ଆମର ଯେଉଁ କଟକଣା ରହିଛି ସମ୍ପୂର୍ଣ ସମସ୍ତଙ୍କୁ ମାନିବାକୁ ଅନୁରୋଧ କରାଯାଉଛି । ଏଇ ଅଗଷ୍ଟ ମାସରେ ସମସ୍ତ ଧାର୍ମିକ, ସାଂସ୍କୃତିକ , ରାଜନୈତିକ ସ୍ଥାନ ଗୁଡିକରେ କୌଣସି ପ୍ରକାର ଜନ ସମାବେଶ ହେବ ନହିଁ ।

ଏଥିରେ କଟକଣା ରହିବ । ମେଳା ମହୋଶ୍ଚବ ମଧ୍ୟ ବାରଣ କରାଯାଇଛି । ଗତ ମାସରେ ସମୁଦ୍ର କୁଳ ଓ ପାର୍କ ବନ୍ଦ କରଯାଇଥିଲା କିନ୍ତୁ ଏହି ମାସରେ ଅଳ୍ପ କୋହଳ କରାଯାଇଛି । ଆଉ ସେଇ ସବୁ ଖୋଲା କରାଯିବ । ଆଉ ସେଠାକୁ ଯେଉଁ ମାନେ ଭ୍ରମଣ କରିବାକୁ ଯିବେ ସେମାନେ ସାମାଜିକତା ଦୁରତ୍ଵ ବଜାଏ ରଖିବେ ତା ସହିତ ମାସ୍କ ପିନ୍ଧିବେ । ରାଜ୍ୟର ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ । ସେଠାରେ କୋଭିଡ ନିୟମ ମଧ୍ୟ ପରିପାଳନ କରାଯିବ । ସମସ୍ତ ମଲ ମଧ୍ୟ ଖୋଲାଯିବ ଆଉ ମଲ କର୍ତ୍ୟୁ ପକ୍ଷ ସେଠାରେ ଲୋକ ଯେଉଁ ମଲ ଭିତରକୁ ଯିବେ ସେଠାରେ ସମ୍ପୂର୍ଣ ଭାବରେ କୋଭିଡ ନିୟମକୁ ମଧ୍ୟ ପାଳନ କରିବେ ।

ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ମଲ ଖୋଲା ରହି ପାରିବ । ଆଉ ରେଷ୍ଟୁରାଣ୍ଟ, ବାର, ଢାବା ଯାହା ସବୁ ରହିଛି ସେଠାରେ ପଚାଶ ପ୍ରତିଶତ କୋଭିଡ ଗାଇଡ ଲାଇନ ଭିତରେ ଖୋଲା ଯାଇପାରିବ । ରାଜ୍ୟରେ ସିନେମା ହଲ, ଥିଏଟର, ନାଟ୍ୟଶାଳା ,ପ୍ରେକ୍ଷାଳୟ ଏବଂ ସାମିଲନ୍ନୀ କକ୍ଷ ଗୁଡିକ ସେମିତି ପଚାଶ ପ୍ରତିଶତ କ୍ଷମତାରେ କୋଭିଡ ଗାଇଡ ଲାଇନ ଅନୁସାରେ ଖୋଲା ଯାଇପାରିବ । ଏହି ସବୁର ସମ୍ପୂର୍ଣ ଦାୟିତ୍ଵ ହେଉଛି ସେଇ ମାଲିକ ମାନଙ୍କର, ସେମାନେ ପୁରା କୋଭିଗ ଗାଇଡ ଲାଇନ ଅନୁସାରେ ତାଙ୍କୁ ଚଳାଇବାକୁ ପଡିବ ।

କେବଳ ଭୁବନେଶ୍ବର ପୁରୀ ଆଉ କଟକ ସହରରେ ରେଷ୍ଟୁରାଣ୍ଟ,ବାର ମଲ ଆଉ ଢାବା, ସିନେମା ହଲ ରହିଲା ସେଠାକୁ ଯେଉଁ ମାନେ ଯିବାକୁ ଚାହିଁବେ ମାନେ ପ୍ରାପ୍ତ ବୟସ୍କ ଲୋକ ଦୁଇ ଡୋଜ ନେଇଥିବା ଟିକରା ପ୍ରମାଣ ପତ୍ର ବାଧ୍ୟତା ମୂଳକ ସେଇ ମାନଙ୍କ ପାଇଁ । ପ୍ରମାଣ ପତ୍ର ବିନା କୌଣସି ବୟସ୍କ ବ୍ୟକ୍ତି ତା ଭିତରକୁ ପ୍ରବେଶ କରି ପାରିବେ ନହିଁ । ଏହାର ସମ୍ପୂର୍ଣ ଦାୟିତ୍ଵ ହେଉଛି ସେଇ ମାଲିକ ମାନଙ୍କର । ରାସ୍ତାରେ ମଧ୍ୟ ଯେଉଁ ଦୋକାନ ଗୁଡିକ ଥିଲା ଲୋକ ସେଠାରେ କୋଭିଡ ନିୟମ ମାନି ଖାଇ ପାରିବେ । ନୀତି ଦିନ ହାଟ ଓ ସାପ୍ତାହିକ ହାଟ ମଧ୍ୟ ଖୋଲା ରହିବ । ସେଠାରେ ମଧ୍ୟ କୋଭିଡର ନିୟମର ପାଳନ କରାଯିବ ।

Leave a Reply

Your email address will not be published. Required fields are marked *