ଆଜିକା ସମୟରେ ଲୋକ ଯାହା କରୁଛନ୍ତି କେବଳ ସ୍ଵାର୍ଥ ଆଉ ଧନ ପାଇ କରୁଛନ୍ତି କିନ୍ତୁ କେତେ ଲୋକ ଆଜୀବି ଧନ ପାଇଁ ନୁହଁ ନିଜ କର୍ମ ଉପରେ ଭରସା କରୁଛନ୍ତି ଆଉ ଅନ୍ୟ ମାନଙ୍କ ଧନ ଉପରେ କେବେ ନଜର ପକାଇ ନଥାନ୍ତି । ସବୁ ଜିନିଷ ଧନ ଦ୍ଵାରା ପାଇ ହବ କିନ୍ତୁ ସମ୍ମାନ କେବେ ଧନ ଦ୍ଵାରା ପାଇ ହବ ନାହିଁ । ସେଥିପାଇଁ ମଣିଷକୁ ସ୍କୁଲରେ ଶିକ୍ଷା ହୁଏ ଯେ ଗରିବ ହେଲେ ମଧ୍ୟ କେବେ ଲୋଭ କରିବ ନାହିଁ ଦିନେ ନା ଦିନେ ତମକୁ ତମ ସତ୍ୟତା ର ଫଳ ଅବଶ୍ୟ ମିଳିବ ।
ଆଜି ଆମେ ଆପଣଙ୍କୁ ଚେନେଇ ଗୋଟେ ଅଟୋ ଡ୍ରାଇଭର ବିଷୟରେ କହିବାକୁ ଯାଉଛୁ ଯିଏ ଗରିବ ହୋଇ ମଧ୍ୟ ୨୦ ଲକ୍ଷ୍ୟ ଟଙ୍କା ଗହଣା ଉପରେ ଲୋଭ ନକରି ଧନ ମାଲିକକୁ ଫେରାଇ ଦେଲା । ଚେନେଇ କେତେ ଭିଡ ସହର ଏହା ଆପଣ ମାନେ ସମସ୍ତେ ବେସ ଭଲ ଭାବରେ ଜାଣିଥିବେ କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ଆଜିକା ସମୟରେ କେହି କାହା ଉପରେ ଭରସା କରି ପାରୁ ନାହାନ୍ତି କାହିଁକିନା ମଣିଷ ବହୁତ ଲୋଭୀ ସ୍ଵଭାବର ହୋଇ ଯାଇଛି କିନ୍ତୁ ଆଜିକା ସମୟରେ ମଧ୍ୟ ଭଲ ଆଉ ସତ ଲୋକ ଅଛନ୍ତି ।
ଶ୍ରବଣ ନାମକ ଗୋଟେ ଅଟୋ ଡ୍ରାଇଭର ସବୁ ଦିନ ଲୋକଙ୍କୁ ନେଇ ଗୋଟେ ସ୍ଥାନରୁ ଅଲଗା ସ୍ଥାନକୁ ଯାଇଥାଏ ଦିନେ ତା ଅଟୋରେ ଜଣେ ବ୍ୟକ୍ତି ବସିଲେ ତାଙ୍କ ପାଖରେ ବହୁତ ବ୍ୟାଗ ଥିଲା ଆଉ ଓଲ୍ହେଇବା ବେଳେ ସେ ଗୋଟେ ବ୍ୟାଗ ଭୁଲି ଗଲେ ଯାହା ପରେ ଶ୍ରବଣ ଦେଖିବାକୁ ପାଇଲେ ଆଉ ବ୍ୟାଗ ଭିତରେ ୨୦ ଲକ୍ଷ୍ୟ ଟଙ୍କାର ଗହଣା ଥିଲା ଯାହା ଦେଖି ଅଟୋ ଡ୍ରାଇଭର ଶ୍ରବଣଙ୍କୁ ଜମା ବି ଲୋଭ ଲାଗିଲା ନାହିଁ ଆଉ ସେ ତୁରନ୍ତ ପାଖ ପୋଲିସ ଷ୍ଟେସନରେ ଜମା କରିଥିଲେ । ଏହି ବ୍ୟାଗ ପାଲ ବ୍ରାଇଟ ନାମକ ଜଣେ ବ୍ୟକ୍ତିଙ୍କର ଥିଲା ଯିଏ ନିଜ ଭାଇ କୁଟୁମ୍ବଙ୍କ ବିବାହରେ ଯାଉଥିଲେ ।
ତାଙ୍କ ପାଖରେ ବହୁତ ବ୍ୟାଗ ଥିଲା ଯାହା ସହ ଏହି ଗହଣା ବ୍ୟାଗ ମଧ୍ୟ ଥିଲା ଯାହା ସେ ଅଟୋରେ ଭୁଲି ଯାଇଥିଲେ ପରେ ଯେତେବେଳେ ତାଙ୍କୁ ମନେ ପଡିଲା ସେ ବହୁତ ଡଋ ଗଲେ ଆଉ ପୋଲିସ କମ୍ପ୍ଲେନ କଲେ ଯାହା ପରେ ପୋଲିସ ତୁରନ୍ତ କାମ ଆରମ୍ଭ କଲା କିନ୍ତୁ ତାଙ୍କୁ କିଛି କଷ୍ଟ କରିବାକୁ ପଡିଲା ନାହିଁ କାହିଁକିନା ଅଟୋ ଡ୍ରାଇଭର ବହୁତ ଆଗରୁ ଗହଣା ଜମା କରି ଦେଇଥିଲେ । ପାଲ ବ୍ରାଇଟ ନିଜ ଗହଣା ପାଇ ବହୁତ ଖୁସି ହେଲେ ଓ ପୋଲିସ ସହ ଶ୍ରବଣକୁ ମଧ୍ୟ ଧନ୍ୟବାଦ ଜଣାଇଲେ ।