ଓଡିଶାର ସବୁଠାରୁ ବଡ ଧାର୍ମିକ ସ୍ଥାନ ହେଲା ଭଗବାନ ଶ୍ରୀ ଜଗରନ୍ନାଥଙ୍କ ପୁରୀ ଶ୍ରୀ ମନ୍ଦିର ଆଉ ଲୋକଙ୍କ ଆସ୍ଥା ଶ୍ରୀ ମନ୍ଦିର ସହ ବହୁତ ଯୋଡି ହୋଇ ରହିଛି । ତେବେ ଶ୍ରୀ ମନ୍ଦିରରେ କିଛି ଘାତିଳେ ତାହା ଲୋକଙ୍କ ମନ ଭାବ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ମାଳିକା ରେ ଏହା ମଧ୍ୟ ଉଲ୍ଲେଖ କରା ଯାଇଛି ଯେ କଳିଯୁଗ ଅନ୍ତ ବେଳେ ଶ୍ରୀ ମନ୍ଦିର ପାହାଚରେ ମୀନ ଖେଳିବେ ଏହାର ଅର୍ଥ ସମୁଦ୍ର ପାଣି ଶ୍ରୀ ମନ୍ଦିର ଭିତରକୁ ପ୍ରବେଶ କରିବ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବହୁତ କମ ଲୋକେ ଜାଣିଛନ୍ତି ।
ଶ୍ରୀ ମନ୍ଦିର କରୋନା ପର ଠାରୁ ବନ୍ଦ ଥିଲା ଏବେ ଜାନୁଆରୀ ୩ ଠାରୁ ଏହା ଖୋଲା ଯାଇଛି ଆଉ ଭିଡ ହବନି ବୋଲି ସବୁ ବ୍ୟବସ୍ତା ମଧ୍ୟ କରା ଯାଇଛି ତେବେ କଣ ଆପଣ ଜାଣିଛନ୍ତି କରୋନା ବଢିବା ପାଇଁ ଶ୍ରୀ ମନ୍ଦିର ଆଉ ଥରେ ବନ୍ଦ ହବ ବୋଲି ଆଶଙ୍କା କରା ଯାଉଛି । ତେବେ କଣ ଆପଣ ଏହି ଘଟନା ବିଷୟରେ ଜାଣିଛନ୍ତି ଯେ ଶ୍ରୀ ମନ୍ଦିର ପଶ୍ଚିମ ଦ୍ଵାର ସମ୍ମୁଖରେ ଥିବା ନୃସିଙ୍ଘ ମନ୍ଦିରରୁ ଖସିଛି ଯାହା ଲୋକଙ୍କ ମାନଙ୍କ ମନରେ ଅଲଗା ଡର ଉତପନ କରିଛି ଲୋକଙ୍କ ମନରେ ଏହା ଡର ରହିଛି ଯେ କିଛି ଅଶୁଭ ସଂକେତ ନୁହଁ ତ ।
କିନ୍ତୁ ପଣ୍ଡା ମାନେ ଏହି ବିଷୟରେ ଜାଣିବା ପାଇଁ ଚେସ୍ଥା କରୁଛନ୍ତି । ତେବେ ଏହି ଘଟଣାରେ ଜେନ ଯୁବ ସେବାୟତ ଆହାତ ହୋଇଛନ୍ତି, ଯାହା ପରେ ତାଙ୍କୁ ହସ୍ପିଟଲ ନିଆ ଗଲା ଓ ଏକ୍ସରେ କରିବା ପରେ ତାଙ୍କୁ ଭୁବନେଶ୍ବର ହସ୍ପିଟଲକୁ ଟ୍ରାନ୍ସଫର କରା ଯାଇଛି । ସୂଚନା ଅନୁଯାଇ ପଶ୍ଚିମ ଦ୍ଵାରରେ ଥିବା ଉଗ୍ର ନୃଶିଙ୍ଘାଙ୍କ କୋଳରେ ସୋଭା ପାଉଥିବା ରାକ୍ଷାଶ ହିରଣକଶ୍ୟପଙ୍କ ମୂର୍ତ୍ତି ଖସି ପଡିଛି ଓ ତା ତଳେ ଠିଆ ହୋଇଥିବା ଯୁବ ସେବାୟତ ଗୋଡରେ ଜୋର ଆଘାତ ଲାଗିଛି ।
ଯାହା ପରେ ସମସ୍ତ ଘର ଲୋକ ବହୁତ କନ୍ଦା କଟା ମଧ୍ୟ କରୁଛନ୍ତି । ମନ୍ଦିର ମୁଖ୍ୟ ସଞ୍ଚାଳକ ମନ୍ଦିର ନିରୀକ୍ଷଣ ପାଇଁ ଆଇସଥିଲେ ଓ ମନ୍ଦିର ବୁଲି ଦେଖିବା ପରେ ଆଘାତ ହୋଇଥିବା ଯୁବକଙ୍କ ଘରକୁ ମଧ୍ୟ ଯାଇଥିଲେ ଓ ତାଙ୍କ ଘର ଲୋକଙ୍କୁ ଆଶ୍ଵାସନ ଦେଇଛନ୍ତି ଯେ ଯୁବକଙ୍କ ଚିକିତ୍ସା ପାଇଁ ଯେତେ ଖର୍ଚ ହବ ତାହା ମନ୍ଦିର ପ୍ରଶାସନ ଦବ ।