ପେଟ୍ରୋଲ୍ ପମ୍ପରେ ଗ୍ରାହକଙ୍କୁ ସର୍ଭିସ୍ ଦେଉଛନ୍ତି ଏହିି ୩ ମହିଳା, କହୁଛନ୍ତି ରୋଜଗାର କରିବାକୁ ଲାଜ କଣ ?

ଆଜି ପର୍ଯ୍ୟନ୍ତ ସମସ୍ତେ କହୁଥିଲେ ଯେ ମହିଳାଙ୍କୁ ଶକ୍ତିଶାଳୀ କରିବା ଆବଶ୍ୟକ କିନ୍ତୁ ମହିଳାଙ୍କୁ ସେହି ଭଳି ସୁଯୋଗ ମିଳୁ ନଥିଲା । ପ୍ରଧାନ ମନ୍ତ୍ରୀ ଶ୍ରୀ ମୋଦୀ ଏହି ବାବଦରେ ବହୁତ ଥର କହିଛନ୍ତି ଯେ ମହିଳାଙ୍କୁ ନିଜ ପାଇଁ ନିଜେ ଶକ୍ତିଶାଳୀ ହବାକୁ ହବ କାହିଁକିନା ଯେଉଁ ମହିଳା ନିଜେ କିଛି କରନ୍ତି ନାହିଁ ତାଙ୍କୁ ଅନ୍ୟ ମାନେ ଡରାଇକି କାମ କରନ୍ତି ଯାହା ବହୁତ ମହିଳାଙ୍କ ସହ ହୋଇଥାଏ । ଯେତେବେଳେ ଆପଣ ନିଜେ ରୋଜଗାର କରିବେ ଦେଖିବେ ଯେ ଅନ୍ୟ ମାନେ ଆପଣଙ୍କୁ ସମ୍ମାନ ଦବା ଆରମ୍ଭ କରିଥାନ୍ତି । ଯଦି ଆପଣଙ୍କ ଘରେ ମଧ୍ୟ ମହିଳା ଅଛନ୍ତି ତେବେ ତାଙ୍କୁ ନିଜ ଗୋଡରେ ଠିଆ ହବା ପାଇଁ ପ୍ରୋତ୍ସାହିତ କରନ୍ତୁ ।

ଆଜିକା ସମୟରେ ମହିଳା ଓ ପୁରୁଷ ଦୁହିଙ୍କୁ ସମ୍ମାନ ଭାବରେ ଦେଖିବା ଉଚିତ କାହିଁକିନା ଏମିତି କିଛି କାମ ନାହିଁ ଯାହା ସ୍ତ୍ରୀ ମାନେ କରି ପାରିବେ ନାହିଁ ଆଉ ପୁରୁଷ କରି ପାରିବେ । ତେବେ କିଛି ମହିଳାଙ୍କୁ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଦବାର ଦେଖି ଲୋକେ ତାଙ୍କୁ ପଚାରିଲେ ଏହି କାମ କରୁଛ ତମକୁ ଲାଜ ଲାଗୁ ନାହିଁ ମହିଳା ମାନେ କହିଲେ ଯେଉଁ କାମରେ କିଛି ଖରାପ କରିବାକୁ ନଥାଏ ତାହା କଲେ କଣ ପାଇଁ ଲାଜ କରିବା ଉଚିତ । ଏହା ପରେ ଜେନ କହିଲେ ଆଗରୁ ପେଟ୍ରୋଲ ପମ୍ପରେ କାମ ମାଗିବାକୁ ଆସିଲେ ମନା କରି ଦଉଥିଲେ ।

କାହିଁକିନା ସମସ୍ତଙ୍କ ଚିନ୍ତା ଧାରା ଥିଲା ଯେ ମହିଳା ସମ୍ଭାଳି ପାରିବେ ନାହିଁ କିନ୍ତୁ ଏବେ ବହୁତ ଲୋକଙ୍କ ମନ ଭାବ ବଦଳି ଯାଇଛି ଆଉ ବହୁତ ଲୋକ ମହିଳାଙ୍କୁ ଆଗକୁ ବଢିବା ପାଇଁ ସୁଯୋଗ ଦେଉଛନ୍ତି । ତେବେ ପେଟ୍ରୋଲ ପମ୍ପରେ କାମ କରିବା ବହୁତ ଗର୍ବ ର ବିଷୟ କାହିଁକିନା ଏଠି ବହୁତ କିଛି ଶିଖିବାକୁ ମଧ୍ୟ ମିଳିଥାଏ । ଏହା ଛଡା ଅଟୋ ବା ଟ୍ୟାକ୍ସି ଚଳାଇଲେ ମଧ୍ୟ କିଛି ଲାଜ ନାହିଁ ଯଦି ମହିଳାଙ୍କୁ ଏହି କାମ କରିବାକୁ ସୁବିଧା ଲାଗୁଛି ତେବେ ସେ ତାହା ମଧ୍ୟ କରି ପାରିବେ । ଆଜିକା ସମୟରେ ମହିଳାଙ୍କୁ ଆତ୍ମନିର୍ଭର ହବା ବହୁତ ଆବଶ୍ୟକ ନଚେତ କେହି ତାଙ୍କ ସମ୍ମାନ କରିବେ ନାହିଁ ।

ମହିଳାଙ୍କ ଭଳି କାମ କେବେ କେହି କରି ପାରିବେ ନାହିଁ କାହିଁକିନା କେବଳ ଘର ସମ୍ଭାଳିବା ବହୁତ ବଡ କାମ କିନ୍ତୁ ଯେଉଁ ମହିଳା ଘର ସମ୍ଭାଳିବା ସହ ବାହାର କାମ ମଧ୍ୟ କରିଥାଏ ତାକୁ ମାନିବାକୁ ପଡିବ । ୱୂମେନ ଏମ୍ପାବାରମେଣ୍ଟ ଏବେ ବଢିବା ଉଚିତ ଯାହା ଦ୍ଵାରା ମହିଳାଙ୍କୁ ଏହି ଭଳି ନୂଆ ନୂଆ ସୁଯୋଗ ପ୍ରାପ୍ତ ହେଉ ଆଉ ମହିଳା ମାନେ ବିନା ଲାଜରେ ଏହି ଭଳି ଭଲ କାମ କରି ଚାଲନ୍ତୁ ଜମ୍ମୁ କଶ୍ମୀର ମହିଳା ବା ଝିଅଙ୍କୁ ଲୋକ ମାନେ ସ୍କୁଲ ମଧ୍ୟ ଯିବାକୁ ଦଉନଥିଲେ କିନ୍ତୁ ଏବେ ସରକାର ଦ୍ଵାରା ତାଙ୍କୁ ସୁଯୋଗ ପ୍ରାପ୍ତ ହୋଇଛି ଆଉ ଏବେ ସେଠିକା ମହିଳା ମାନେ ମଧ୍ୟ ଆତ୍ମନିର୍ଭର ହେଉଛନ୍ତି ।

Leave a Reply

Your email address will not be published. Required fields are marked *