ବାଛନ୍ତୁ ନିଜର ରାଶି ଓ ଜାଣନ୍ତୁ ଆପଣଙ୍କର ଦୁର୍ବଳତା କଣ ଅଟେ-Personality Test

ବନ୍ଧୁଗଣ ଜ୍ଯୋତିଷ ଅନୁଯାୟୀ ଆମ ରାଶି ଆମ ବିଷୟରେ ଅନେକ କିଛି କହିଥାଏ । ଯେମିତି ଆମର ଭଲ, ଖରାପ ଗୁଣ, ସ୍ଵଭାବ ବିଷୟରେ । ରାଶି ଆଧାରରେ ଆମେ ବର୍ତ୍ତମାନ ଓ ଭବିଷ୍ୟତ ସହ ଜଡିତ ଜରୁରୀ ସୂଚନା ପାଇଥାଉ । ଆଜି ଆମେ ଜାଣିବା ୧୨ଟି ରାଶି ଆଧାରରେ ଆପଣ ନିଜର ଦୁର୍ବଳତା ବିଷୟରେ କିପରି ଜାଣିପାରିବେ । ସେଥିପାଇଁ ଆପଣ ନିଜର ରାଶି ଚୟନ କରନ୍ତୁ ।

୧- ମେଷ ରାଶିର ଲୋକଙ୍କୁ ରାଗ ଜଲ୍ଦି ଆସିଥାଏ । ଏମାନେ ଜିଦି ସ୍ଵଭାବର ହେବ ସହ ନିଜ ଭୁଲ ମାନନ୍ତି ନାହିଁ । ପ୍ରେମ ମାମଲାରେ ଏମାନଙ୍କ ଉପରେ ଭରସା କରିବା ମୁସ୍କିଲ ହୋଇଥାଏ ।

୨- ବୃଷ ରାଶିର ଲୋକଙ୍କର ସବୁଠାରୁ ବଡ ଦୁର୍ବଳ ହେଉଛି କ୍ରୋଧ । ବହୁତ ଜିଦି ସ୍ଵଭବର ହେବା ସହ କେହି ଏମାନଙ୍କ ସହ ଲାଗିଲେ ତାଙ୍କୁ ଦଣ୍ଡିତ କରିଥାନ୍ତି ।

୩- ମିଥୁନ ରାଶିର ଲୋକ କୌଣସି କାମକୁ ଅଧା କରି ବନ୍ଦ କରି ଦେଇଥାନ୍ତି । ଏମାନେ ଭରସାଯୋଗ୍ୟ ନୁହନ୍ତି । ପ୍ରେମ ମାମଲାରେ ଏମାନେ ଅସଫଳ ରହିଥାନ୍ତି ।

୪- କର୍କଟ ରାଶିର ଲୋକ କଠୋର ସ୍ଵଭାବର ହୋଇଥାନ୍ତି । ଏମାନେ ଗୋଟେ ଜାଗାରେ ଅଧିକ ଦିନ ଯାଏଁ ତିଷ୍ଠି ପାରନ୍ତି ନାହିଁ। ଏମାନଙ୍କର ଅସମ୍ଭବ ଇଚ୍ଛା ପୁରା ନ ହେବାରୁ ଏମାନେ ନିରାଶ ହୋଇଥାନ୍ତି ।

୫- ସିଂହ ରାଶିର ଲୋକ ଈର୍ଷା ଭାବ ରଖିଥାନ୍ତି । ଏମାନେ ବର୍ତ୍ତମାନ ଅପେକ୍ଷା ଭବିଷ୍ୟତର ଚିନ୍ତା ଅଧିକ କରିଥାନ୍ତି । ଏମାନଙ୍କର ଦୁର୍ବଳତା ହେଉଛି କାହା ଉପରେ ସହଜରେ ଭରସା କରିଥାନ୍ତି ।

୬- କନ୍ୟା ରାଶିର ଲୋକ ସ୍ଵାର୍ଥୀ ହେବ ସହ ଅନ୍ୟର ଆଲୋଚନା କରିବାରେ ଆନନ୍ଦ ପାଇଥାନ୍ତି । ତରବର ହୋଇ ଏମାନେ ନିଜର ଭାରି କ୍ଷତି କରିଥାନ୍ତି ।

୭- ତୁଳା ରାଶିର ଲୋକେ ଭାବୁକ ହୋଇଥିବାରୁ ଏମାନଙ୍କ ଉପରେ ଭାରି ପଡିଯାଏ । ଏମାନେ ନିଜ ଜୀବନରେ ବିପଦ ଆସିବାର କାରଣ ନିଜେ ହୋଇଥାନ୍ତି ।

୮- ବିଛା ରାଶିର ଲୋକଙ୍କୁ କୌଣସି କଥା ଖରାପ ଲାଗିଲେ ଧରିକି ବସିଥାନ୍ତି । ଏହି କଥା ଜଲ୍ଦି ଭୁଲନ୍ତି ନାହିଁ ଓ ପ୍ରତୋଶୋଧ ନେବାକୁ ପଚାନ୍ତି ନାହିଁ ।

୯- ଧନୁ ରାଶିର ଲୋକ ଭୁଲ ଆଡକୁ ଅଧିକା ଆକର୍ଷିତ ହୋଇଥାନ୍ତି । ଏମାନଙ୍କ ମୁଣ୍ଡରେ ଥରେ ଯାହା ଆସେ ତାପରେ କାହା କଥା ଶୁଣନ୍ତି ନାହିଁ ।

୧୦- ମକର ରାଶିର ଲୋକେ ସନ୍ଦେହରେ ଘେରି ରହିଥାନ୍ତି । ଏମାନେ ନିଜର ପ୍ରଶଂସା ଶୁଣିବାକୁ ପସନ୍ଦ କରିଥାନ୍ତି । କାହା ଉପରେ ଭରସା କରି ପରେ ଅନୁତାପ କରିଥାନ୍ତି ।

୧୧- କୁମ୍ଭ ରାଶିର ଜାତକ ଗୋଟେ ଜାଗାରେ ଅଧିକ ଦିନ ଯାଏଁ ତିଷ୍ଠି ରୁହନ୍ତି ନାହିଁ । ଅନ୍ୟ ଠାରୁ କାମ ହାସଲ କରିବା ଏମାନଙ୍କ ବେଶ ଭଲ ଭାବେ ଜଣା ହୋଇଥାଏ ।

୧୨- ମୀନ ରାଶିର ଜାତକ ସମସ୍ଯା ଠାରୁ ଭୟ କରିଥାନ୍ତି । ଦରକାର ପଡିଲେ ମିଛର ସାହାରା ନେଇଥାନ୍ତି । ମିଛ କହୁଥିବା ଲୋକେ ଏମାନଙ୍କୁ ପସନ୍ଦ ନୁହେଁ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ପସନ୍ଦ ଆସିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *