ମୂଷା ଘରୁ ବାହାର କରିବାର ସହଜ ଓ ସରଳ ଉପାୟ, ଏହି 3ଟି ଉପାୟ କଲେ ଘର ଛାଡି ପଳେଇବେ ମୂଷା

ବନ୍ଧୁଗଣ ମୂଷା କୁ ନେଗେଟିଭ ଓ ଅଜ୍ଞାନ ଶକ୍ତିର ପ୍ରତୀକ ମାନା ଯାଇଥାଏ । ଯେଉଁ ଘରେ ମୂଷା ଥାଏ ସେହି ଘରେ ଥିବା ଲୋକ ମାନଙ୍କର ଭୌତିକ ବିକାଶ ଠିକ ଭାବେ ହୋଇପାରେ ନାହିଁ । ମୂଷା ଘରେ ଦାରିଦ୍ରତ୍ୟା କୁ ଜନ୍ମ ଦେଇଥାନ୍ତି । ଯାହା କାରଣରୁ ଘରେ କେତେ ପ୍ରକାରର ରୋଗ ଆସିଥାଏ । ମୂଷା ଘରର ଖାଦ୍ଯ ଓ ଜିନିଷ ମଧ୍ୟ ନଷ୍ଟ କରି ଦେଇଥାନ୍ତି । ଏହା ସହ ମୂଷା ଘରେ ରହିଲେ ପିଲାଙ୍କୁ ଅନେକ ପ୍ରକାରର ରୋଗ ହୋଇଥାଏ ।

ପ୍ରାୟତଃ ଲୋକେ ମୂଷାକୁ ଘରୁ ବାହାର କରିବା ପାଇଁ ଭିନ୍ନ ଭିନ୍ନ ଉପାୟ କରିଥାନ୍ତି । ଆଜି ଆମେ ଜାଣିବା ଘରୁ କେମିତି ମୂଷା ବାହାର କରିବା । ତେବେ ମୂଷା କୁ ଘରୁ ବାହାର କରିବା ପାଇଁ ଆମେ ଆପଣଙ୍କୁ ଆୟୁର୍ବେଦିକ ଉପଚାର ବିଷୟରେ କହିବାକୁ ଯାଉଛୁ । ଏଥିରେ ବ୍ଯବହୃତ ଜିନିଷ ସହଜରେ ଆପଣଙ୍କୁ ଆପଣଙ୍କ ରୋଷେଇ ଘରୁ ମିଳିଯିବ । ଏହି ଉପଚାର ତିଆରି କରିବା ପାଇଁ ଆବଶ୍ୟକ ରହିଛି ପେପରମିଣ୍ଟ ତେଲ ।

ଏହାର ସାହାର୍ଯ୍ୟରେ ଅତି ସହଜରେ ମୂଷା କୁ ଘରୁ ବାହାର କରି ପାରିବା । କାରଣ ଏହି ତେଲ ର ଗନ୍ଧ ବହୁତ ହାର୍ଡ ହୋଇଥାଏ । ଯାହାକୁ ମୂଷା ମାନେ ସହ୍ୟ କରି ପାରନ୍ତି ନାହିଁ । କିଛି କଟନ ବା ତୁଳା ର ଛୋଟ ଛୋଟ ଗୁଲା କରି ସେଥିରେ ପେପରମିଣ୍ଟ ତେଲ ଲଗାଇ ଦିଅନ୍ତୁ । ଏହା ପରେ ସେହି ସ୍ଥାନକୁ ଏହାକୁ ରଖି ଦିଅନ୍ତୁ ଯେଉଁଠି ମୂଷା ମାନେ ରହିଥାନ୍ତି । ଏହି ତେଲ ର ଗନ୍ଧ ଯିବା ମାତ୍ରେ ମୂଷା ମାନେ ସେଠାରେ ବାହାରି ଯିବେ । ଏହା ଗୋଟେ ଭଲ ଉପାୟ ଅଟେ । ଯାହାକୁ ଆପଣ ଅତି ସହଜରେ କରି ପାରିବେ ।

2- ମୂଷା ଦୂର କରିବା ପାଇଁ ଆଉ ଗୋଟେ ଉପାୟ ହେଲା ନାଲି ଲଙ୍କାର ଗୁଣ୍ଡ । ଏହି ଉପାୟ ରେ ମିଶା ବହୁତ ଜଲ୍ଦି ଘରୁ ବାହାରି ଯାଇଥାନ୍ତି । ଏଥିପାଇଁ ଅଳ୍ପ ଶୁଖିଲା ଅଟା ରେ କିଛି ନାଲି ଲଙ୍କାର ଗୁଣ୍ଡ କୁ ଭଲ ଭାବେ ମିଶ୍ରଣ କରନ୍ତୁ । ଏହାକୁ ମୂଷା ରହୁଥିବା ବା ଯାଉଥିବା ଜାଗାରେ ରଖି ଦିଅନ୍ତୁ । ମୂଷା ର ନାକ ସଂବେଦନଶୀଳ ହୋଇଥାଏ । ଯେମିତି ମୂଷା ମାନେ ହି ମିସରଣ କୁ ଖାଇବାକୁ ଚେଷ୍ଟା କରିବେ ବା ପାଖକୁ ଯିବେ ସେମାନଙ୍କୁ ବିତାଡିତ କରିବ । ଆଉ ମୂଷା ଘରୁ ପଳାଇବେ ।

3- ତୃତୀୟ ଉପାୟ ହେଉଛି ତେଜପତ୍ର । ତେଜପତ୍ରକୁ ଆମେ ଖାଇବାରେ ମସାଲା ଭାବେ ବ୍ୟବହାର କରିଥାଉ । ବହୁତ କମ ଲୋକ ଜାଣିଛନ୍ତି ମୂଷା ଘରୁ ବାହାର କରିବା ପାଇଁ ତେଜପତ୍ରର ବ୍ୟବହାର କରାଯାଏ । ଏଥିପାଇଁ 4ରୁ 5ଟି ତେଜପତ୍ର ନିଅନ୍ତୁ । ରାତିରେ ଶୋଇବା ସମୟରେ ଏହାକୁ ଜଳାଇ ରୁମର କବାଟ ଝରକା ବନ୍ଦ କରି ଦିଅନ୍ତୁ । ଏହାର ଗନ୍ଧରୁ ମୂଷା, ମଶା, ମାଛି ବାହାରିଯିବେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *