ବାସ୍ତୁର ଏହି ନିୟମରେ ଲଗାନ୍ତୁ ଘରର ନେମ ପ୍ଲେଟ, ହେଇଯିବେ ମାଲାମାଲ

ଆମ ହିନ୍ଦୁ ଧର୍ମରେ ବାସ୍ତୁର ଅଧିକ ମହତ୍ଵ ଥାଏ । ଗୋଟେ ଠିକ ବାସ୍ତୁ ଦ୍ଵାରା ତିଆରି ହୋଇଥିବା ଘରକୁ କେବେ ସମସ୍ୟା ଆସିନଥାଏ । ଏମିତି କୁହାଯାଇଥାଏ କି ବାସ୍ତୁ ଅନୁସାରେ ହିଁ ଆପଣଙ୍କ ଘରର ନିୟତି ନିର୍ଧାରିତ ହୋଇଥାଏ । ଏହା ଘରର ସକାରାତ୍ମକ ଶକ୍ତି ଏବଂ ନକରାତ୍ମକ ଶକ୍ତି ଉପରେ ଗଭୀର ପ୍ରଭାବ ପକାଇଥାଏ । ଠିକ ବାସ୍ତୁ ହୋଇଥିଲେ ଘରେ ସକାରାତ୍ମକ ଶକ୍ତି ଆସିଥାଏ ଯାହା ଖୁସି ,ଶାନ୍ତି ଏବଂ ସମୃଦ୍ଧିର ସ୍ରୋତ ହୋଇଥାଏ ।

ଭୁଲ ବାସ୍ତୁ ଦ୍ଵାରା ନକରାତ୍ମକ ଶକ୍ତି ଆସିଥାଏ ଯାହା ଅସାନ୍ତି ,ସ୍ୱାସ୍ଥ୍ୟ ଖରାପ ଏବଂ ଆଙ୍ଗାଳର ସ୍ରୋତ ହୋଇଥାଏ ।

ଘରର ବାସ୍ତୁରେ ମୁଖ୍ୟ ଦ୍ଵାର ରୋଲ ହୋଇଥାଏ । ଏହି ମୁଖ୍ୟ ଦ୍ଵାରରେ ବା ଘର ବାହାରେ ନିଜ ନାମର ପଟ୍ଟି ବି ଲଗାଯାଇଥାଏ । ସବୁବେଳେ ଲୋକ ଏହାକୁ ଲଗାଇବା ସମୟରେ ବାସ୍ତୁର ଧ୍ୟାନ ରଖିନଥାନ୍ତି ଯାହା ଆଗକୁ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ । ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ଘରର ନାମ ପଟ୍ଟି ସହିତ ଯୋଡା ହୋଇଥିବା ଏପରି ବାସ୍ତୁ ଉପାୟ କହିବୁ ଯାହାକୁ ଆପଣାଇଲେ ଆପଣଙ୍କ ଘରେ ସୁଖ ,ଶାନ୍ତି ଏବଂ ସମୃଦ୍ଧିର ବାସ ହୋଇଥାଏ ।

ଘରର ନାମ ପଟ୍ଟି ସହିତ ଯୋଡି ହୋଇଥିବା ବାସ୍ତୁ ଉପାୟ

୧ -ନାମ ପଟ୍ଟି ସବୁବେଳେ ଘରର ମୁଖ୍ୟ ଦ୍ବାରର ବାମ ପଟେ ଲଗାଇବା ଦରକାର । ଏହାକୁ ଶୁଭ ବୋଲି କୁହାଯାଇଥାଏ ।

୨ -ନାମ ପଟ୍ଟିକୁ ସବୁବେଳେ ଘରର ମୁଖ୍ୟଦ୍ଵାର ର ଅଧାରେ ଲଗାଇବା ଉଚିତ ।

୩ -ନାମ ପଟ୍ଟିର ଆକାର ବୃତାକାର ,ତ୍ରିକୋଣ ହେଇପାରେ ।

୪ -ଆପଣ ଯେଉଁଠାରେ ନାମ ପଟ୍ଟି ଲଗାଯାଇଛି ତାହା ସାମ୍ନାରେ କୌଣସି ବି ଝାଡୁ କି ସଫା କରିବାର ଜିନିଷ ରଖନ୍ତୁ ନାହିଁ ।

୫ -ନାମ ପଟ୍ଟି ଉପରେ କୌଣସି ପ୍ରକାରର ବି ଚିତ୍ର ଲଗାନ୍ତୁ ନାହିଁ ।

୬ -ଘରର ମୁରବି ଙ୍କର ରାଶିର ରଙ୍ଗ ଅନୁସାରେ ଘରର ନାମ ପଟ୍ଟି ତିଆରି କରିବା ଉଚିତ ।

୭ -ନାମ ପଟ୍ଟି ଭାଙ୍ଗିଗଲେ ତାହାକୁ ବଦଳାଇ ଦିଅନ୍ତୁ କାରଣ ଦ୍ଵାରା ଧନହାନି ହୋଇଥାଏ ।

୮ -ନାମ ପଟ୍ଟି ଉପରେ କେବେବି ଧୁଳି ଜମିବାକୁ ଦେବେ ନାହିଁ ,ନହେଲେ ଆପଣଙ୍କର ବହୁତ ପ୍ରକାରର ହାନି ହୋଇଥାଏ ।

୯ -ନାମ ପଟ୍ଟି ସବୁବେଳେ ଘରର ବୋହୁ ଲଗାଇବା ଦରକାର ,ଏମିତି କଲେ ଘରେ ଧନ ଏବଂ ସୁଖ ପ୍ରାପ୍ତି ହୋଇଥାଏ ।

୧୦ -ନାମ ପଟ୍ଟି ଉପରେ କ୍ରିଷ୍ଟାଲ ଟଙ୍ଗାଇଲେ ଘରକୁ ନକରାତ୍ମକ ଶକ୍ତି ଆସି ନଥାଏ ।

Leave a Reply

Your email address will not be published. Required fields are marked *