ପସନ୍ଦ କରନ୍ତୁ ଗୋଟିଏ ଗଣେଶ ମୂର୍ତ୍ତି, ଜାଣନ୍ତୁ ନିଜର ଭବିଷ୍ୟତ

ଏ ଦୁନିଆରେ ପ୍ରତେକ ବ୍ୟକ୍ତି ର ଚେହେରା ଯେମିତି ଅଲଗା ହୋଇଥାଏ ଠିକ ସେହିପରି ସେମାନଙ୍କର ପସନ୍ଦ ମଧ୍ୟ ଅଲଗା ପ୍ରକାର ହୋଇଥାଏ । ଯେପରି କି କୌଣସି ବ୍ୟକ୍ତି କୁ ଶାନ୍ତି ଭଲ ଲାଗିଥାଏ ତ ଆଉ କିଛି ବ୍ୟକ୍ତିଙ୍କୁ ଗହଳି ମଧ୍ୟରେ ରହିବାକୁ ଭଲ ଲାଗିଥାଏ । ସେହି ପ୍ରସଙ୍ଗ ରେ ମୂର୍ତ୍ତି କୁ ନେଇ ସମସ୍ତଙ୍କର ଅଲଗା ଅଲଗା ପସନ୍ଦ ରହିଥାଏ । ଉଦାହରଣ ସ୍ୱରୂପ କୌଣସି ବ୍ୟକ୍ତିକୁ ଠିଆ ହୋଇଥିବା ଗଣେଶ ମୂର୍ତ୍ତି ପସନ୍ଦ ଆସିଥାଏ ତ ଆଉ କାହାକୁ ବସିଥିବା ଗଣେଶ ପସନ୍ଦ ହୋଇଥାଏ । ବ୍ୟକ୍ତିର ପସନ୍ଦ ଅନୁସାରେ ତାର ବ୍ୟକ୍ତିତ୍ବ ବିଷୟରେ ଜାଣିହୁଏ ।

ଆଜି ଆମେ ଆପଣ ମାନଙ୍କୁ ୩ଟି ଗଣେଶ ମୂର୍ତ୍ତି ବିଷୟରେ କହିବାକୁ ଯାଅଜଉଛୁ ଯେଉଁଥିରେ ଜଣା ପଡିବ କି ଆପଣ କେଉଁ ସ୍ଵଭାବର ହୋଇଥାନ୍ତି । ୧- ଯଦି ଆପଣ ପ୍ରଥମ ଗଣେଶ ମୂର୍ତ୍ତିକୁ ଚୟନ କରିଛନ୍ତି ତେବେ ଆପଣ ଜଣେ ସ୍ବାଭିମାନୀ ଓ ଆଶାବାଦୀ ବ୍ୟକ୍ତି ହୋଇଥାନ୍ତି । କିନ୍ତୁ ଆପଣ କିଛି କ୍ଷେତ୍ରରେ ସ୍ଵାର୍ଥପର ମଧ୍ୟ ହୋଇଥାନ୍ତି । ଆପଣ ଅନ୍ୟର ସାହାଜ୍ଯ ନେବାକୁ ପସନ୍ଦ କରନ୍ତି ନାହି । ଆପଣ ଅଳ୍ପ ଜିଦି ଓ ସଚ୍ଚିତ ମଣିଷ ହୋଇଥାନ୍ତି । ଆପଣ ନିଜ ଜୀବନ ସାଥିଙ୍କ ପ୍ରତି ବିଶ୍ଵସ୍ତ ହୋଇଥାନ୍ତି । ଆପଣ ନିଜ ପାଖରେ ଥିବା ଧନକୁ ଅଯଥା ଖର୍ଚ୍ଚ କରନ୍ତି ନାହି କି ଅନ୍ୟ ଖାରି ମାମଲାରେ ମୁଣ୍ଡ ଖେଳାନ୍ତି ନାହି ।

୨- ଯଦି ଆପଣ ଦିତୀୟ ମୂର୍ତ୍ତି ବାଛିଛନ୍ତି ତେବେ ଆପଣ ସହଜରେ ସମସ୍ତଙ୍କ ସହ ମିଳିମିଶି ଚାଲିଥାନ୍ତି । ଆପଣଙ୍କ ହୃଦୟ କୋମଳ ସ୍ଵଭାବର ହୋଇଥାଏ । ଆପଣ ବହୁତ ଭାବୁକ ପ୍ରକୃତିର ବ୍ୟକ୍ତି ହୋଇଥାନ୍ତି । ଆପଣଙ୍କର ଦାଂପତ୍ଯ ଜୀବନ ସୁଖମୟ ରହିବା ସହ ଆପଣ ବହୁତ ରୋମାଣ୍ଟିକ ସ୍ଵଭାବର ହୋଇଥାନ୍ତି । ଏମାନେ ଭଲ ଖାଇବା ଓ ପିନ୍ଧିବା ପ୍ରତି ଅଧିକ ସଉକ ରଖିଥାନ୍ତି ।

୩- ଯଦି ଆପଣ ତୃତୀୟ ମୂର୍ତ୍ତି ବାଛିଛନ୍ତି ତେବେ ଆପଣ ନିଜେ ଖୁସିରେ ରହିବା ସହ ଅନ୍ୟକୁ ଖୁସିରେ ରଖିବା ଭଳି ବ୍ୟକ୍ତି ଅଟନ୍ତି । ଆପଣ ଅନ୍ୟ କୁ ସାହାଜ୍ଯ କରିବା ପାଇଁ ଆଗେଇ ଆସିଥାନ୍ତି । ଅନ୍ୟ କୁ ସାହାଜ୍ୟ କରିବା ସମୟରେ ଆପଣ ଭୁଲିଯାନ୍ତି କି ସେ ବ୍ୟକ୍ତି ଆପଣଙ୍କର ମିତ୍ର ନା ଶତ୍ରୁ । ଏମାନେ ଧାର୍ମିକ ପ୍ରକୃତିର ହୋଇଥାନ୍ତି । ଆପଣ ଅନ୍ୟ ସହ ସହଜରେ ମିତ୍ରତା କରିଥାନ୍ତି । ଆପଣ ସମାଜରେ ଯେଉଁ କ୍ଷେତ୍ର ରେ ରହିଥାନ୍ତି ସର୍ବଦା ଉଚ୍ଚ ସ୍ତରରେ ରହିଥାନ୍ତି । ଆପଣ ମିଛ କଥା କହିବାକୁ ପସନ୍ଦ କରନ୍ତି ନାହି । ଆପଣଙ୍କର ସ୍ଵଭାବ ଏତେ ଭଲ ଯେ ଆପଣ ସମାଜ ରେ ମାନ ସମାନ ପ୍ରାପ୍ତ କରିବାରେ ସଫଳ ହୋଇଥାନ୍ତି । ଆପଣଙ୍କର ଦାଂପତ୍ଯ ଜୀବନ ଆନନ୍ଦମୟ ରହିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *