ବାହା ବେଦୀରୁ ଚମ୍ପଟ ମାରିଲା କନ୍ୟା, ଶିଶୁପାଳ ହୋଇ ଥାନାରେ ବର… ଦେଖନ୍ତୁ କଣ କହୁଛନ୍ତି ଶିଶୁପାଳ ହୋଇ ଫେରିଥବା ବର

ନମସ୍କାର ବନ୍ଧୁଗଣ, ବର ସହ ବେଦୀରେ ବସି ବାହା ହେଲା । ସୁନା ଗହଣା ସବୁ ପିନ୍ଧିଲା । ଏହାପରେ କନିଆ ମାରିଲା ଚମ୍ପଟ । କନିଆ ବର ମୁହଁକୁ ଟିକେ ବି ଚାହିଁଲା ନାହିଁ । ବେଦୀରେ ବସି ଘାରିଲା ତାକୁ ପ୍ରେମିକ ନିଶା । ବାପା ମାଆଙ୍କ ମୁହଁରେ ଚୂନକାଳୀ ବୋଲି ଝିଅ ବିବାହ ଦିନ ଅଧ ରାତିରେ ପ୍ରେମିକ ଗାଡିରେ ବସି ପଳାଇ ଗଲା । ଏହା ଘଟିବା ପରେ କଣ ରହିଛି ବର ଘର ଲୋକଙ୍କ ସହ ବରର ପ୍ରତିକ୍ରିୟା ତାହା ଆସନ୍ତୁ ଜାଣିବା ।


ଖବର ଅନୁଯାୟୀ ବଲାଙ୍ଗୀର ଜିଲ୍ଲା ତୁସୁରା ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମର ନାରାୟଣ ମାଝିଙ୍କ ପୁଅ ପ୍ରେମ କୁମାର ବଲାଙ୍ଗୀର ଟାଉନ ସ୍ଥିତ ବ୍ରାହ୍ମଣ ପଡାର ସୁରେନ୍ଦ୍ର ମହା କୁଣ୍ଡଙ୍କ ଝିଅ ଲିଜାଙ୍କ ସହ ତାଙ୍କ ବିବାହ ସ୍ତିର ହୋଇଥିଲା । ସେହିଦିନ ବେସ ଯାକ ଯମକରେ ବ୍ୟାଣ୍ଡ ବାଜା ବାରାତ ଧରି ବର ବରଯାତ୍ରୀ ନେଇ ପ୍ରସେଶନ କରି ଯାଇଥିଲେ କନ୍ୟା ଘରକୁ ।

ସେଠାରେ ସୁରୁରୁଖୁରୁରେ ବିବାହ କାର୍ଯ୍ୟ ପୁରା ମଧ୍ୟ ହେଲା । ବୋଧେ ସେବେ ଯାଏ କନ୍ୟାର ନିଜ ପ୍ରେମିକ କଥା ମନେ ନଥିଲା । ବିବାହ ସରିବା ପରେ ବିଦାଇ ପୂର୍ବରୁ କନ୍ୟା ସୁଯୋଗ ଦେଖି ଘର ବାହାରକୁ ଆସି ନିଜ ପ୍ରେମିକକୁ ଅପେକ୍ଷା କଲା । ଆଉ ପ୍ରେମିକ ଆସିଲା ବାଇକ ନେଇ କନ୍ୟା ବସିଲା ଗୋଡ ଗଳାଇ ଏହା ପରେ ଉଭୟ ଚାଲିଗଲେ ବାଇକରେ ବସି । ଏହି ଦୃଶ୍ୟକୁ କଏଦ କଲା cctv ।

କନ୍ୟା ତ ଫେରାର ଏହାପରେ ବର ନିରାଶ ହୋଇ ଯାଇ ଥାନାରେ ପହଞ୍ଚିଲେ । କନ୍ୟା ନାମରେ କେସ ଦେଲେ । ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରି ବିବାହ କରିଥିବା ବର ନିଜର କ୍ଷତି ପୂରଣ ଦାବି କରିଛନ୍ତି । କନ୍ୟାଙ୍କୁ ବର ଘର ଲୋକେ ପିନ୍ଧାଇ ଥିବା ମଙ୍ଗଳସୂତ୍ର କାନର ସବୁକୁ ପିନ୍ଧି କନ୍ୟା ଫେରାର । ଏହିସବୁର ଟଙ୍କା ଦାବିରେ ବର୍ତ୍ତମାନ ବର ।

ବରଙ୍କ କହିବା ଅନୁଯାୟୀ କନ୍ୟା ତାଙ୍କ ସାଧାରଣ ଭାବରେ ମିଶୁଥିଲେ । ଭଲ କଥା ମଧ୍ୟ ହେଉଥିଲେ ହେଲେ କିଏ ଜାଣିଥିଲା କନ୍ୟା ଜଣଙ୍କ ବାହାଘର ଦିନ ତାଙ୍କୁ ଶିଶୁପାଳ କରି ପ୍ରେମିକ ସହ ଚମ୍ପଟ ମାରିବ ବୋଲି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *