ବହୁତ ବାଧିଲା ବୋଲି କହିବା ଆରମ୍ଭ କଲି, ଲୋକମାନେ ବି ପସନ୍ଦ କଲେ କିନ୍ତୁ ମୁଁ ଭାବି ନଥିଲି…. ଦେଖନ୍ତୁ ଦେଖନ୍ତୁ Oye Vi-llain ଙ୍କ ସ୍ଵତନ୍ତ୍ର ସାକ୍ଷାତକାର

ଦର୍ଶକ ବନ୍ଧୁ ଆଜି ଆମେ ଆପଣଙ୍କୁ ଯେଉଁ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ସେ ଇଂଷ୍ଟାଗ୍ରାମ ରେ ଖୁବ ଭାଇରାଲ । ଆପଣ ମାନେ ତାଙ୍କୁ ଓଏ ଭିଲିଆନ ନାମରେ ବେସ ଫ୍ୟାମ୍ସ ବୋଲି ଜାଣିଥିବେ । ସେ ବହୁତ ସ୍ଲାଂସ କୁହନ୍ତି ସେଥିପାଇଁ ସେ ବହୁତ ଫ୍ୟାମ୍ସ ହୋଇ ପାରିଛନ୍ତି । ସେ ହେଉଛନ୍ତି ଆଶୁତୋଷ ମଲ୍ଲିକ ଯିଏ କି ଜଣେ ବିଟେକ ଛାତ୍ର । ଆଜିର ସମୟରେ ସେ ୟୂଟ୍ଯୂବ ଓ ଇଂଷ୍ଟାଗ୍ରାମରେ ଖୁବ ଭାଇରାଲ ।

ସେ ଗଣମାଧ୍ୟମରେ ଏକ ସାକ୍ଷାତକାର ରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ “ଓଏ ଭିଲିଆନ ନାଁ ରେ ମୁଁ କମ୍ଫଟେବଲ ଅଛି । ମୁଁ ସତରେ ଜମା ବି ଭିଲିଆନ ନୁହେଁ ଖାଲି ମୋ ଆଇଡି ହେଉଛି ଓଏ ଭିଲିଆନ । ମୁଁ କେବେ ଭାଇରାଲ ହେବ ପାଇଁ ଭିଡିଓ କରୁ ନ ଥିଲି । ମୁଁ ଯେମିତି ସେମିତି କହେ । ଯାହା ମୋ ଦିଲ କହେ ମୋତେ ଠିକ ଲାଗେ ତାହା କୁହେ । ସ୍ଲାଂସ ମୁଁ ସମସ୍ତଙ୍କୁ କୁହେନି । କିଛି ଜଣଙ୍କୁ କୁହେ ।

ମୁଁ ଏଥିପାଇଁ କୁହେ ଯେଉଁଥି ପାଇଁ ଇସୁ ହେଉଛି ତାହା ସୁଧୁରିଯାଉ । ମୋ ଭିଡିଓରେ ଝିଅ ମାନେ ଯାହା କରୁଛନ୍ତି ସେଥିପାଇଁ ପୁଅ ମାନଙ୍କୁ ବହୁତ ଇସୁ ହେଉଛି । ସେଥିପାଇଁ ଭଉଣୀ ମାନଙ୍କୁ ଏମିତି ଅନୁରୋଧ କରୁଛି ସେମାନେ ସୁଧୁରି ଯାଆନ୍ତୁ । ଭାଷା ପଛରେ ମୁଁ ଯାହା କହେ ସେଟ କେବେ କେହି ଶୁଣନ୍ତି ନାହି । ଆଜି ଲୋକମାନେ ମୋ କଥା ଶୁଣିକି ହସୁଛନ୍ତି ।

ମୋ ମନ କଥା କ୍ୟାମେରା ସାମ୍ନାରେ କହିବା ପାଇଁ ମୁଁ ଇଂଷ୍ଟା ଆରମ୍ଭ କରିଥିଲି । ପଇସା କମାଇବାକୁ କି ଭାଇରାଲ ହେବାକୁ ନୁହେଁ । ମୁଁ କ୍ୟାମେରା ଆଗକୁ ମୋର ସାଙ୍ଗ ବି ପ୍ରେମିକା ଭାବି ଏହା ଆରମ୍ଭ କରିଲି । ସବୁ ପୁଅଙ୍କ ଭଳି କଲେଜ ଟାଇମରେ ମୁଁ ବି ଲଭ କରିଥିଲି । ତା ପରେ ବହୁତ ସମସ୍ଯା ହୋଇଥିଲା । ଯିଏ ମୋ ପାର୍ଟନର ଥିଲା ସେ ଦୂରେଇ ଗଲା ବୀନା ଦୋଷରେ ପ୍ରେମିକା ମୋ ଠାରୁ ଦୂରେଇଗଲା ।

ମୁଁ ଆଜି ଯାଏଁ କାରଣ ଜାଣିପାରୁ ନାହି ମୁଁ ଏମିତି କଣ ଭୁଲ କରିଲି ସେ ଦୂରେଇ ଗଲା । ସେହି ଜିନିଷ ମନରେ ଆସିଲା ବହୁତ କଷ୍ଟ ଆସେ । ଆମେ ପୁଅ ମାନେ କାନ୍ଦି ପାରିବା ନାହି କିନ୍ତୁ ଝିଅ ମାନେ କାନ୍ଦି ଥାନ୍ତି । ବହୁତ ବାଧ୍ୟଲା ମୋତେ ଯାହା କହିବ ଆରମ୍ଭ କରିଲି ଲୋକ ମାନେ ବି ପସନ୍ଦ କରିଲେ । ମୁଁ ତାକୁ ଭଲ ପାଇଥିଲି ସେଥିପାଇଁ ମୁଁ ତାକୁ ଗା-ଳି କରି ପାରିବି ନାହି । ତେଣୁ ମୋ ମନ କଥା କ୍ୟାମେରା ଆଗରେ କୁହେ । ତାକୁ ଟାର୍ଗେଟ କରି ମୁଁ କେବେ କିଛି କହି ନାହି” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *