୯ ବର୍ଷ ଧରି ଏହି ଝିଅ ସହ ହେଉଥିଲା ଦୁଷ୍କର୍ମ, ସହାୟତା ପାଇଁ ପୋଲିସ ପାଖରେ ଗୁହାରି କରିବାରୁ “ଇନ୍ସପେକ୍ଟର କହିଲେ ବିଶ ଖାଇଦିଅ!”

ଉତ୍ତର ପ୍ରଦେଶ ର ଶାହଜାହାନପୁର ଜିଲା ରେ ଏକ ନାରୀ ନିର୍ଯ୍ୟାତନା ସାମ୍ନା କୁ ଆସିଅଛି । ପୁରନପୁର ନିବାସୀ ଏକ ଯୁବକ ବିବାହର ମିଛ ପ୍ରତିଶ୍ରୁତି ଦେଖାଇ ଝିଅ ସହ ୯ ବର୍ଷ ସମ୍ପର୍କ ରେ ରହିଲା, ଯେତେବେଳେ ଝିଅ ବିବାହ ପାଇଁ ଜୋର ଦେଲେ ଯୁବକ ଯୌତୁକ ରେ ବହୁତ ଜିନିଷ ର ଡିମାଣ୍ଡ କଲେ ଏବଂ ଜିନିଷ ଯୋଗାଡ ନକରିପାରିବାରୁ ଝିଅ କୁ ବିବାହ ପାଇଁ ମନା କରିଦେଲେ ।

ପୀଡିତ ପ୍ରେମିକା ପୋଲିସ ପାଖରେ ନ୍ୟାୟ ପାଇଁ ବିନତି କଲେ । ଯାହା ପରେ ଯାଞ୍ଚ ଆରମ୍ଭ ହୋଇଛି ।

ସଦର ବଜାର ଥାନା କ୍ଷେତ୍ର ନିବାସୀ ଯୁବତୀ କହିଲେ କି ତାଙ୍କ ଭଉଣୀ ଦିଅର ବୀରାସତ ତାଙ୍କୁ ନିଜ ପ୍ରେମ ଜାଲରେ ଫସେଇ ତାକୁ ବିବାହର ମିଛ ପ୍ରତିଶ୍ରୁତି ଦେଇ ତାଙ୍କ ସହ ୯ ବର୍ଷ ପର୍ଯ୍ୟନ୍ତ ଶାରୀରିକ ସମ୍ବନ୍ଧ ରଖିଥିଲେ ।

ଏହା ପରେ ଯୁବତୀ ଗୋଟେ ଦିନ ବିବାହ ପାଇଁ ଜୋର ଦେଲେ ଏବଂ ତା ପରେ ଯୁବକ ବିବାହ ପାଇଁ ଯୌତୁକରେ ୧୦ଲକ୍ଷ ଟଙ୍କା ମାଗିଲେ, ଯୁବତୀର ଘର ଲୋକେ ଏତେ ପଇସା ଦବା ପାଇଁ ମନା କରିବାରୁ ଯୁବକ ଜଣଙ୍କ ବିବାହ ପାଇଁ ମନା କରିଦେଲେ ।

ପୀଡିତ ଯୁବତୀ କହିଲେ କି ତାଙ୍କ ପ୍ରେମୀ ପୀଲୀଭୀତ ଜିଲା ର ପୂରନପୁର ଜାଗାରେ ରୁହେ । ବିବାହ ପାଇଁ ମନା କରିବା ପରେ ସେହି ଯୁବତୀ ପୋଲିସ କୁ ନ୍ୟାୟ ପାଇଁ ଅନେକ ବିନତି କରୁଛନ୍ତି କିନ୍ତୁ ସବୁ ତାଙ୍କର ଦୋଷ ବୋଲି କହି ପୋଲିସ ତାଙ୍କୁ ବିଦା କରିଦେଉଛି । ସଦର ଥାନା ର ଏକ ଇନ୍ସପେକ୍ଟର ପୀଡିତା କୁ କେତେ ଥର ବିଶ ଖାଇବା ପାଇଁ ଉପଦେଶ ଦେଇସାରିଛନ୍ତି ।

ପୀଡିତା କହିବା ଅନୁଯାଇ ଇନ୍ସପେକ୍ଟର ତାଙ୍କୁ ଏହା କହିଲେ କି ଆଗ ତମେ ବିଶ ଖାଅ ତା ପରେ ମୁକଦମା ଲେଖାଯିବ । ସୀଓ ସିଟୀ କୁଲଦୀପ ସିଂହ କହିଲେ କି ଯୁବତୀ ଦ୍ଵାରା ଏହି ଅଭିଯୋଗ କରାଯାଇଛି । ମାମଲା ର ଯାଞ୍ଚ କରାଯାଉଛି ଯୁବତୀ ଓ ତାଙ୍କ ପ୍ରେମୀ ଦୁଇ ପକ୍ଷ ର ବୟାନ ନିୟା ହେଲାଣି ଏବଂ ଆଗକୁ ଏହା ଉପରେ କଡା କଡି ଭାବେ କାର୍ଯ୍ୟ କରାଯିବ ।

ଆଗକୁ ଏହିଭଳି ଘଟଣା ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକାଉ ଭୁଲିବେନି ।

Leave a Reply

Your email address will not be published. Required fields are marked *