ଦୁନିଆରେ ଲୋକଙ୍କୁ ବହୁତ ପ୍ପ୍ରାକାର ରୋଗ ହୋଇଥାଏ ତେବେ ଯାଦୁ, କାଛୁ, କୁଣ୍ଡିଆ ବହୁତ ଲୋକଙ୍କୁ ହୋଇଥାଏ ଓ ସେ ଏହାର ସଂପୂର୍ଣ୍ଣ ଚିକିତ୍ସା ଜାଣି ପାରନ୍ତି ନାହିଁ ଓ ଏହି କଷ୍ଟକୁ ବହୁତ ସମୟ ଧରି ସହି ଥାନ୍ତି । ଆପଣ ନିଜର ନଚେତ ଅନ୍ୟ କାହାର କେବେ ଦେଖିବାକୁ ପାଇଥିବେ ଯେ ଆପଣଙ୍କ ଶରୀରରେ ଚେକା ଚେକା ଫଳି ଯାଏ ଓ କୁଣ୍ଡିଆ ହବାକୁ ଲାଗିଥାଏ । ତେବେ ଏହି ଭଳି ସମସ୍ଯା ହେଲେ ସେହି ଲୋକ ପାଖରେ ଅନ୍ୟ ମାନଙ୍କୁ ଯିବା ପାଇଁ ମନା କରା ଯାଇଥାଏ କାହିଁକିନା ଏହି ଭଳି ରୋଗ ଜଣଙ୍କ ଦେହରୁ ଆଉ ଜଣଙ୍କ ଦେହକୁ ଡେଇଁବାର ଆଶଙ୍କା ରହିଥାଏ ।
ତେବେ ଆଜି ଆମେ ଆପଣଙ୍କୁ ଏହି ଯାଦୁ କାଛୁ, କୁଣ୍ଡିଆ ର ସମ୍ପୂର୍ଣ ଚିକିତ୍ସା ବିଷୟରେ କହିବାକୁ ଯାଉଛୁ ଯାହା ଆପଣ କେବେ ଚିନ୍ତା ମଧ୍ୟ କରିନଥିବେ ।

ତେବେ ବୈଜ୍ଞାନିକ ମାନେ ମଧ୍ୟ କହିଛନ୍ତି ଯେ ଚର୍ମ ଜନିତ ସମସ୍ଯା ଯଦି ଆପଣଙ୍କୁ ଅଛି ତେବେ ଆପଣଙ୍କୁ ସବୁଦିନ ନିଜ ଗାଧେଇବା ପାଇଁରେ ଗୋଟେ ଢିପି ଡେଟଲ ପକାଇ ଗାଧେଇବା ଉଚିତ ଏହା ଦ୍ଵାରା ଆପଣଙ୍କ ବହୁତ ପ୍ରକାର ଚର୍ମ ଜଡିତ ସମସ୍ଯା ଦୂର ହୋଇଥାଏ ଓ ଆପଣଙ୍କୁ ଆରାମ ମିଳିଥାଏ । ତେବେ ଆମେ ମଧ୍ୟ ଆମ ଉପାୟରେ ଡେଟଲ ବ୍ୟବହାର କରିବାକୁ ଯାଉଛୁ କାହିଁକିନା ଏହା ଫଙ୍ଗାଲ ଭଳି ସମସ୍ଯାକୁ ଦୂର କରିଥାଏ । ତେବେ ଗୋଟେ ଛୋଟ ତାଟିଆରେ ଆପଣ ଗୋଟେ ଚାମଚ ଡେଟଲ ନିଅନ୍ତୁ ଏହା ପରେ ସେଥିରେ କୌଣସି ପେଷ୍ଟ ନିଅନ୍ତୁ ଯାହାର କିଛି ଫ୍ଲେବର ନଥିବ ସାଦା ହୋଇଥାଏ ।

ତେବେ ଆପଣ ଚାହିଁଲେ କୋଲଗେଟ ମଧ୍ୟ ବ୍ୟବହାର କରିପାରିବେ ଆପଣଙ୍କୁ ବହୁତ ଲାଭ ମିଳିବ କାହିଁକିନା କୋଲଗେଟ ଦ୍ଵାରା କୁଣ୍ଡେଇ ହବା ବନ୍ଦ ହୋଇଥାଏ । ତେବେ ଏହି ଦୁଇ ଜିନିଷ କୁ ଆପଣ ଭଲ ଭାବରେ ମିକ୍ସ କରି ନିଅନ୍ତୁ ଏହା ପରେ ଆପପନ ଦୁଇଟି ରସୁଣ ପାଖୁଡା ନିଅନ୍ତୁ ଏହି ରସୁଣ ପାଖୁଡାକୁ ଆପଣ ଚୋପା ଛଡେଇ ଦିଅନ୍ତୁ ଓ ଏହାକୁ ଟିକେ ଛେଚି ନିଅନ୍ତୁ, ଆପଣ ମାନେ ବେସ ଭଲ ଭାବରେ ଜାଣିଛନ୍ତି ଯେ ରସୁଣରେ ଆଣ୍ଟିଫଙ୍ଗାଲ ଗୁଣ ହୋଇଥାଏ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ଅଟେ ।

ତେବେ ଏହାକୁ କେମିତି ବ୍ୟବହାର କରିବେ ଆସନ୍ତୁ ମୁଁ ଆପଣଙ୍କୁ କହି ରଖୁଛି ଆପଣ ପ୍ରଥମେ ଡେଟଲ ଦ୍ଵାରା ସେହି ଯାଦୁ, କାଛୁ, କୁଣ୍ଡିଆ ଜାଗାକୁ ସଫା କରି ନିଅନ୍ତୁ ଏହା ପରେ ଆପଣ ସେହି ପେଷ୍ଟ କୌଣସି ରସୁଣ ସାହାଜ୍ଯରେ ସେହି ଜାଗାରେ ଲଗାନ୍ତୁ ଓ ଏହାକୁ ୨୦ ମିନିଟ ପର୍ଯ୍ୟନ୍ତ ସୁଖିବା ପାଇଁ ଛାଡି ଦିଅନ୍ତୁ ଏହା ପରେ ସେହି ଜାଗାକୁ ଉଷୁମ ପାଣି ଦ୍ଵାରା ସଫା କରି ନିଅନ୍ତୁ, ଆପଣଙ୍କୁ ପ୍ରଥମ ଦିନରୁ ଲାଭ ଦେଖିବାକୁ ମିଳିବ ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।