ବୈଶାଖ ମାସରେ ସ୍ନାନ ଦାନର କଣ ରହିଛି ମହତ୍ଵ ଜାଣନ୍ତୁ: ସବୁ ଦୁଃଖ କଷ୍ଟ ଦୂର ହେବ ଓ ଧନର ଅଭାବ କେବେ ଦେଖାଦେବନି

ହିନ୍ଦୁ ଧର୍ମ ପଞ୍ଚାଙ୍ଗ ଅନୁଯାଇ ବର୍ଷର ଦ୍ୱିତୀୟ ମାସ ଆରମ୍ଭ ହୋଇଯାଇଛି, ଏହି ମାସ ନାମ ବୈଶାଖ ଅଟେ, ଏହି ମାସ ପୂର୍ଣ୍ଣିମା ତିଥି ରେ ବିଶାଖା ନକ୍ଷତ୍ରରେ ହବା ଦ୍ଵାରା ବୈଶାଖ ମାସ କୁହା ଯାଇଥାଏ, ଏହି ମାସ ଆରମ୍ଭ ୯ ଏପ୍ରିଲ ଠାରୁ ହୋଇଯାଇଛି ଯାହା ୭ ମଇ ପର୍ଯ୍ୟନ୍ତ ଚାଲିବ, ଗ୍ରନ୍ଥ ରେ ଏହାକୁ ଦାନ ପୂଣ୍ୟ କରିବା ମାସ ମଧ୍ୟ କୁହାଯାଇଛି ।

ମହାଭାରତ, ସ୍କନ୍ଦ ପୁରାଣ ଏବଂ ପଦ୍ମ ପୁରାଣ ନିର୍ଣୟ ସିନ୍ଧୁ ଗ୍ରନ୍ଥ ରେ ବୈଶାଖ ମାସ ମହତ୍ଵ କୁହା ଯାଇଛି, ଏହି ଗ୍ରନ୍ଥ ଅନୁଯାଇ ଭଗବାନ ବିଷ୍ଣୁଙ୍କର ଏହା ଅତି ପ୍ରିୟ ମାସ ଅଟେ ।

ଏହି ମାସରେ ସୂର୍ଯ୍ୟ ଉଦୟ ଆଗରୁ ସ୍ନାନ କରିବା ମହତ୍ଵ ବହୁତ ଅଟେ ବୋଲି କୁହା ଯାଇଛି, ଏହା ଛଡା ବୈଶାଖ ମାସରେ ତୀର୍ଥ ବା ଗଙ୍ଗା ସ୍ନାନ କଲେ ଶ୍ରୀ ହଋ ବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି ତେବେ ଆଜି ଆମେ ଆପଣଙ୍କୁ ଏହି ମାସ ମହତ୍ଵ ବିଷୟରେ କହିବାକୁ ଯାଉଛୁ ।

ଏହି ମାସ ରେ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ସ୍ନାନ କରିବା ଉଚିତ, ଯଦି ଆପଣ ତୀର୍ଥ ସ୍ଥାନ ଯାଇ ପାରୁ ନାହାନ୍ତି ତେବେ ଘରେ ଗାଧେଇବା ପାଣି ରେ ଦୁଇ ବୁନ୍ଦା ଗଙ୍ଗା ଜଳ ପକେଇ ଗାଧେଇ ନିଅନ୍ତୁ । ପ୍ରତିଦିନ ଶ୍ରୀ ହଋ ବିଷ୍ଣୁଙ୍କ ଜପ କରନ୍ତୁ ଏବଂ ଶିବଲିଙ୍ଗ ଉପରେ ଜଳ ଅର୍ପିତ କରନ୍ତୁ ।

ଶ୍ରୀ ହଋ ବିଷ୍ଣୁଙ୍କ ପରେ ତୁଳସୀ ଏବଂ ଓସ୍ତ ଗଛକୁ ଜଳ ଅର୍ପିତ କରନ୍ତୁ, ଭଗବାନଙ୍କ ପୂଜା ପରେ ଖିର ବା ଅନ୍ନ ଗ୍ରହଣ କରିବା ଉଚିତ, ପ୍ରତିଦିନ ଅନ୍ନ ବା ଜଳ ଦାନ କରିବା ଉଚିତ, କୌଣସି ପ୍ରକାର ଦାନ ଏହି ମାସରେ ଶୁଭ ହୋଇଥାଏ । ଯଦି ସମ୍ଭବ ଅଟେ ତେବେ ପ୍ରତି ଦିନ ଗୋଟେ ସମୟ ଭୋଜନ ଗ୍ରହଣ କରନ୍ତୁ, ମହାଭାରତ ଅନୁଶାସନ ପର୍ବ ଅନୁଯାଇ ଏମିତି କଲେ ଆପଣଙ୍କ ସବୁ ପ୍ରକାର ପାପ ଜାତକ ଠାରୁ ମୁକ୍ତି ପ୍ରାପ୍ତ କରିଥାଏ । ଏବଂ ସମସ୍ତ ଗ୍ରହ ଋଷ୍ଟ ଖଣ୍ଡନ ହେଇ ଘରେ ସୁଖ ସମୃଦ୍ଧି ଦେଖା ଦେବ ।

କର୍ମ ଓ ବ୍ୟବସାୟରେ ଉନ୍ନତି ହେବା ସହ ଧନର କେବେ ଅଭାବ ହେବ ନାହିଁ । ତେଣୁ ଏହି ମାସରେ ଯେତେ ସମ୍ଭବ ଦାନ ପୂଣ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *