ମେନୋପଜ(ପିରିୟଡ୍ସ) ବନ୍ଦ ହେବା ପରେ ଶରୀରରେ ଦେଖାଦିଏ ଏହି ସବୁ ସମସ୍ୟା, ରୁହନ୍ତୁ ସାବଧାନ!

ମହିଳାଙ୍କ ଭିତରେ ବହୁତ ପ୍ରକାର ସମସ୍ୟା ଦେଖିବାକୁ ମିଳି ଥାଏ ଯେବେ ତାଙ୍କ ମାସିକ ଧର୍ମ ସମ୍ପୁର୍ଣ୍ଣ ଭାବରେ ସମାପ୍ତ ହୋଇଯାଏ । ଏହା ଦ୍ଵାରା ମହିଳାଙ୍କ ଲାଇଫ ଷ୍ଟାଇଲ ମଧ୍ୟ ପ୍ରଭାବିତ ହୋଇଥାଏ, କେତେକ ଥର ମହିଳାଙ୍କୁ ଗମ୍ଭୀର ସମସ୍ୟା ମଧ୍ୟ ହୋଇଥାଏ, ଏମିତି ପରିସ୍ଥିତି ରେ ମହିଳାଙ୍କୁ ଡକ୍ଟର ସହ ସମ୍ପର୍କ କରିବା ଉଚିତ । ତେବେ ଆସନ୍ତୁ ଜାଣିବା କେଉଁ ଭଳି ସମସ୍ୟା ମହିଳାଙ୍କୁ ଏହି ସମୟରେ ହୋଇଥାଏ ।

ଥକା ଲାଗିବା :

Image Courtesy: Google

ମାସିକ ଧର୍ମ ସମ୍ପୂର୍ଣ ଭାବରେ ବନ୍ଦ ହେଲା ପରେ ମହିଳାଙ୍କୁ ଅଧିକ ଥକା ଲାଗି ଥାଏ, ଯାହା ଦ୍ଵାରା ଶରୀର ଊର୍ଜା ଶକ୍ତି ବହୁତ କମ ହୋଇଥାଏ । ଏମିତି ସ୍ଥିତି ରେ ପ୍ରୋଜେସଟ୍ରୋନ, ଏଷ୍ଟରୋଜନ ଏବଂ ଥାଇରଡ ହର୍ମୋନ ବହୁତ ଶୀଘ୍ର ବଦଳିବା ଆରମ୍ଭ କରନ୍ତି, ଏହାକୁ କମ କରିବା ପାଇଁ ମହିଳାଙ୍କୁ ପୌଷ୍ଟିକ ଆହାର ନବା ଉଚିତ ଏବଂ ଏହା ସହ ଏକ୍ସଅରସାଇଜ କରିବା ବହୁତ ଆବଶ୍ୟକ ଅଟେ । ମାସିକ ଧର୍ମ ସମାପ୍ତ ହେଲା ପରେ ଚୁଟି ଓ ତ୍ଵଚା ଉପରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳି ଥାଏ, ଚୁଟି ଝଡିବା ଆରମ୍ଭ ହୋଇଥାଏ ଏବଂ ତ୍ଵଚା ଡ୍ରାଇ ଏବଂ କୁଣ୍ଡେଇ ହବା ଆରମ୍ଭ ହୋଇଥାଏ ।

Image Courtesy: Google

ଓଜନ ବଢିବା :

କେତେକ ମହିଳାଙ୍କ ମାସିକ ଧର୍ମ ସମାପ୍ତ ପରେ ଓଜନ ବଢିଥାଏ ତେବେ ଏହା ଖୁବ ଶୀଘ୍ର ବଢି ନଥାଏ, ତେବେ ହର୍ମୋନ ରେ ଆସିଥିବା ପରିବର୍ତନ ପାଇଁ ଓଜନ ବଢି ଥାଏ । ମାସିକ ଧର୍ମ ସମାପ୍ତ ହେଲା ପରେ ଶରୀର ଥକା ଲାଗି ଥାଏ ଯାହା ଫଳରେ ଫିଜିକାଲ କାମ କମି ଯାଇଥାଏ ଓ ଓଜନ ବଢିବା ଆରମ୍ଭ ହୋଇଥାଏ ।

Image Courtesy: Google

ହାଡ ଦୁର୍ବଳ ହବା :

ଏଷ୍ଟରୋଜେନ ହର୍ମୋନ ହାଡ ବିକାଶ ପାଇଁ ଆବଶ୍ୟକ ହୋଇଥାନ୍ତି, ମାସିକ ଧର୍ମ ବନ୍ଦ ହେଲା ପରେ ଏହି ହର୍ମୋନ ଶରୀରରେ କମ ହୋଇଥାଏ, ଏମିତି ସମୟରେ ଆପଣଙ୍କ ହାଡ ଦୁର୍ବଳ ହୋଇଥାଏ ।

ନିଦ ଲାଗିବ ନାହିଁ :

ମାସିକ ଧର୍ମ ସମାପ୍ତ ହେଲା ପରେ ଶରୀର ରେ ଏନର୍ଜି କମ ହୋଇଥାଏ, ଏହା ଛଡା ଶରୀର ରେ ହର୍ମୋନ ସଠିକ ଭାବରେ ରହି ନଥାଏ ସେଥିପାଇଁ ପ୍ରାୟତଃ ମହିଳାଙ୍କୁ ନିଦ ଅସୁବିଧା ହୋଇଥାଏ ।

ତେବେ ଏହିସବୁରୁ ବଞ୍ଚିବା ପାଇଁ ନିଜ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ନିଜର ଖାଇବା ପିଇବା ପ୍ରତି ଧ୍ୟାନ ରଖନ୍ତୁ । ଆଗକୁ ଏହିଭଳି ସ୍ୱାସ୍ଥ୍ୟ ସମ୍ବନ୍ଧିତ ଟିପ୍ସ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *