ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ନ ଥିଲେ ବି ଉଠାଇ ପାରିବେ 10 ହଜାର ପର୍ଯ୍ୟନ୍ତ ଟଙ୍କା, ଜାଣନ୍ତୁ କେମିତି

ବର୍ତ୍ତମାନ ସରକାର ନିଜର କୋଟି କୋଟି ଜନତାଙ୍କ ପାଇଁ ପୁଣି ଥରେ ଏକ ଖୁସି ଖବର ନେଇ ଆସିଛନ୍ତି । ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ନାହିଁ ତଥାପି ବି ଆପଣ ନିଜ ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ । ଅର୍ଥାତ ଆପଣଙ୍କ ଆକାଉଣ୍ଟର ବାଲାନ୍ସ ଜିରୋ ଅଛି ତଥାପି ଆପଣ ୧୦ ହଜାର ଟଙ୍କା ଉଠାଇ ପାରିବେ । କିନ୍ତୁ ଏହି ସୁବିଧା ପାଇବା ପାଇଁ ଆପଣଙ୍କୁ ପ୍ରଥମେ ପିଏମ ଜନଧନ ଯୋଜନା ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ପଡିବ ।

କହିବାକୁ ଗଲେ ସରକାରଙ୍କ ପ୍ରଧାନ ମନ୍ତ୍ରୀ ଜନଧନ ଯୋଜନା ଅନ୍ତର୍ଗତ ୪୧ କୋଟି ଲୋକମାନେ ଜିରୋ ବାଲାନ୍ସ ଆକାଉଣ୍ଟ ଖୋଲି ସାରିଛନ୍ତି । କହିଦେଉଛୁ କି ପ୍ରଧାନ ମନ୍ତ୍ରୀ ଜନଧନ ଯୋଜନା ଅନ୍ତର୍ଗତ ଯଦି ଆପଣ ଆକାଉଣ୍ଟ ଖୋଲୁଛନ୍ତି ତେବେ ଆପଣଙ୍କୁ ବହୁତ ଲାଭ ମିଳିବ ।

ଯଦି ଆପଣଙ୍କ ଆକାଉଣ୍ଟରେ ବାଲାନ୍ସ ନାହିଁ ତେବେ ଆଉ ଚିନ୍ତିତ ହେବାକୁ ପଡିବ ନାହିଁ । ଆପଣ ୧୦ ହଜାର ଟଙ୍କା ଉଠାଇ ପାରିବେ । ଏହା ସହିତ ଆପଣଙ୍କୁ ରୂପେ ଡେବିଟ କାର୍ଡର ସୁବିଧା ବି ମିଳିବ । ଯେଉଁ କାର୍ଡ ଦ୍ଵାରା ଆପଣ ଖାତାରୁ ଟଙ୍କା ଉଠାଇ ପାରିବେ ଓ ସପିଙ୍ଗ ମଧ୍ୟ କରି ପାରିବେ । ପ୍ରଧାନ ମନ୍ତ୍ରୀ ୨୦୧୪ରେ ଜନଧନ ଯୋଜନା ଆରମ୍ଭ କରିଥିଲେ । ୨୦୨୧ ଜାନୁୟାରୀ ୬ ତାରିଖ ପର୍ଯ୍ୟନ୍ତ ଜନ ଧନ ଯୋଜନା ଅନ୍ତର୍ଗତ ମୋଟ ବ୍ୟାଙ୍କ ଆକାଉଣ୍ଟ ସଂଖ୍ୟା ୪୧.୬ କୋଟି ପାର ହୋଇ ଯାଇଛି ।

ସରକାରଙ୍କ ଅନୁସାରେ ୨୦୧୫ ପର ଠାରୁ ଲଗାତାର ଜିରୋ ବାଲାନ୍ସ ଥିବା ଖାତା ସଂଖ୍ୟା କମିଛି । ମାର୍ଚ୍ଚ ୨୦୧୫ରେ ୫୮ ପ୍ରତିଶତ ଖାତା ଏମିତି ଥିଲା ଯେଉଁଥିରେ ବାଲାନ୍ସ ନ ଥିଲା । କିନ୍ତୁ ଜାନୁୟାରୀ ୬ ତାରିଖରେ ଜିରୋ ବାଲାନ୍ସ ଥିବା ଖାତା କମ ଅଛି ବୋଲି କୁହାଯାଇଛି । ଏହି ଖାତା ସଂଖ୍ୟା ହ୍ରାସ ହୋଇ ୫୮ ପ୍ରତିଶତରୁ ୫.୭ ପ୍ରତିଶତ ହୋଇ ଯାଇଛି । ଅର୍ଥାତ ପିଏମ ଜନଧନ ଆକାଉଣ୍ଟରେ ବର୍ତ୍ତମାନ ସମସ୍ତେ ଅଳ୍ପ ଅଳ୍ପ କରି ଟଙ୍କା ଜମା କରୁଛନ୍ତି ।

ଜନ ଧନ ଯୋଜନା ଖାତାରେ ଲୋକମାନଙ୍କୁ ଅନ୍ୟ ବହୁତ ପ୍ରକାରର ସୁବିଧା ମଧ୍ୟ ମିଳିଥାଏ । ଏହି ଯୋଜନା ଅନ୍ତର୍ଗତ ୧୦ ବର୍ଷରୁ କମ ବୟସର ପିଲାମାନଙ୍କର ବି ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇ ପାରିବ । ଏହି ଯୋଜନାରେ ଖାତା ଖୋଲିଲେ ଆପଣଙ୍କୁ ଏଟିଏମ କାର୍ଡ ସହ, ୨ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ରାଶିର ସୁବିଧା, ୩୦ ହଜାର ଟଙ୍କାର ଲାଇଫ କଭର ଓ ଜମା ରାଶି ଉପରେ ବି ସୁବିଧା ମିଳିଥାଏ ।

ଏହି ଆକାଉଣ୍ଟକୁ ଆପଣ ଯେ କୌଣସି ବ୍ୟାଙ୍କରେ ଖୋଲି ପାରିବେ । ଯେଉଁଥିରେ ଆପଣଙ୍କୁ ମିନିମମ ବାଲାନ୍ସ ମେଣ୍ଟେନ କରିବାକୁ ପଡିବ ନାହିଁ । ଏହି ଆକାଉଣ୍ଟ ଖୋଲିବା ପାଇଁ ଆପଣଙ୍କୁ କୌଣସି ବି ପ୍ରକାରର ଟଙ୍କା ବି ଦେବାକୁ ପଡି ନ ଥାଏ ।

Leave a Reply

Your email address will not be published. Required fields are marked *