ବାପା କୋଟିପତି ହୀରା ବେପାରୀ କିନ୍ତୁ ସବୁ ଛାଡି ଝିଅ ହେଲେ ସନ୍ନ୍ୟାସୀ, କାରଣ ଜାଣି ଆପଣ ବି ହେବେ ଆଶ୍ଚର୍ଯ୍ୟ

ନମସ୍କାର ବନ୍ଧୁଗଣ । ଜଣେ ବାପା ନିଜ ର ଜନ୍ମ କରିଲା ପିଲା ପାଇଁ ବହୁତ କିଛି ସ୍ଵପ୍ନ ଦେଖିଥାଏ । ମୋ ଛୁଆ ବଡ ହେବ ଭଲ ଚାକିରି କରିବ ଭଲ ପାଠ ପଢିବ ଭଲ ଜାଗାରେ ବାହା ହେବ ଆଉ ଖୁସି ର ସଂସାର କରିବ ଏମିତି କେତେ କଣ ଭାବିଥାନ୍ତି ସବୁ ବାପା ନିଜ ପିଲାଙ୍କ ପାଇଁ । ହେଲେ ଏଠାରେ ଭିନ୍ନ ଚିତ୍ର । ନା ଅଛି ଲୋଭ ନା ଅଛି ମୋହ । ବାପାଙ୍କର ନୁହେଁ ଝିଅଙ୍କର ।

ସାଂସାରିକ ଛାଡି ସନ୍ୟାସୀ ହେବା ପାଇଁ ସ୍ଥିର କରିଲେ ବାପାଙ୍କର ଅଲି ଅଳି ଝିଅ । ଆଜିର ଦିନରେ ଏହା ବହୁତ କମ ଦେଖିବାକୁ ମିଳିଥାଏ । ହେଲେ ଏଭଳି କିଛି ପଦକ୍ଷେପ ନେଇଛନ୍ତି ଗୁଜୁରାଟ ର 8 ବର୍ଷର ଝିଅ ଦେବାନ୍ସି ସୋମିଂ । ସବୁଠାରୁ ବଡ କଥା ପିଲା ଦିନରୁ ସେ ଟିଭି ଦେଖନ୍ତି ନାହି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଦେବାନ୍ସି ଗୁଜୁରାଟ ର ହୀରା ବ୍ୟବସାୟୀ ଧନେସ ସୋମିଂ ଙ୍କ ଝିଅ ।

ସନ୍ଵୀ ଆଣ୍ଡ ସାଙ୍ଗସ କମ୍ପାନୀ ର ମାଲିକ ହେଉଛନ୍ତି ଦେବାନ୍ସି ଙ୍କ ବାପା । ଏହି କମ୍ପାନୀ ଗୁଜୁରାଟ ର ପ୍ରମୁଖ ହୀରା ପଲିଶ ରପ୍ତାନି କମ୍ପାନୀ । ବିପୁଳ ସମ୍ପତି ଥିଲେ ସୁଧା ଏତେ କମ ବୟସରେ ବୈରାଗ୍ୟ ହୋଇ ଯାଇଛନ୍ତି ଦେବାନ୍ସି । ସାଂସାରିକ ମୋହ ମାୟା ଛାଡି ଏତେ କମ ବୟସରେ ସନ୍ୟାସୀ ହୋଇ ଯାଇଛନ୍ତି ଦେବାନ୍ସି ।

ତାଙ୍କ ପାଇଁ ପରିବାର ଲୋକେ ଏତେ ବଡ ଆୟୋଜନ ବି କରିଥିଲେ , ସୁରଟ ରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟ କ୍ରମ ରେ ପାଖାପାଖି 35 ହଜାର ରୁ ଅଧିକ ଲୋକ ସମାଗମ ହୋଇଥିଲେ । ସମସ୍ତଙ୍କ ଉପସ୍ଥିତି ରେ ଜୈନ ଆଚାର୍ଯ୍ୟ ବିଜୟ କୀର୍ତ୍ତି ଙ୍କ ଠାରୁ ଦୀକ୍ଷା ଗ୍ରହଣ କରିଥିଲେ ଦେବାନ୍ସି । ଏହି ଯାତ୍ରା ରେ 4ଟି ହାତୀ, 20 ଟି ଘୋଡା, 11 ଟି ଓଟ ବି ସାମିଲ ହୋଇଥିଲେ ।

ଧାର୍ମିକ ଜୀବନ ଆପଣେଇବାକୁ ପୂର୍ବ ରୁ ପ୍ରସ୍ତୁତ ଥିଲେ ଦେବାନ୍ସି । ଦୀକ୍ଷା ନେବା ପୂର୍ବରୁ ଜୈନ ସନ୍ୟାସୀ ଙ୍କ ସହ ସମୟ ବିତାଇ ଥିଲେ ଦେବାନ୍ସି । ଆସା ମାସ ଧରି ଜୈନ ଭିକ୍ଷୁ ଙ୍କ ଯାତ୍ରା ବି କରିଥିଲେ । ଚାଲି ଚାଲି 500 କିମି ଯାଏଁ ଯାତ୍ରା କରିଛନ୍ତି ଦେବାନ୍ସି । ଜୈନ ଭିକ୍ଷୁ ଙ୍କ ସହ ରହି ଆଣକ ଜୀବନ ଶୈଳୀ ଆପଣେଇଛନ୍ତି ଦେବାନ୍ସି ।

ଆଉ 5ଟି ଭାଷା ଜାଣିଛନ୍ତି ଦେବାନ୍ସି । ସତରେ ଆଜିର ଯୁଗରେ ଏଭଳି ଚିନ୍ତାଧାରା ବହୁତ କମ ଲୋକଙ୍କର ଥାଏ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *