Humane Sagarଙ୍କ ନାମ ରେ ପତ୍ନୀ Shreya ଆଣିଲେ ଅଭୋଯୋଗ, ଏବେ ପ୍ରଶ୍ନ ଉଠୁଛି ପତି, ପତ୍ନୀ ଓ ସେ ଭିତରେ ଦୋଷ କାହାର ?

ଯାହାଙ୍କ ହାତ ଧରିଥିଲେ ସେ ହାତ ମାଡ ମାରିବାକୁ ଉଠିଲା । ଯାହାକୁ ମନ ଦେଇ ଭଲ ପାଉଥିଲେ ଆଖି ବନ୍ଦ କରି ପ୍ରେମ କରୁଥିଲେ ଶେଷରେ ସେ ହିଁ ଯନ୍ତ୍ରଣା ଦେଲା । ଅସହ୍ୟ ହେଲା ଯନ୍ତ୍ରଣା ସହି ହେଲାନି ଅତ୍ୟାଚାର । ବୁଝିଲାଣି ମନ, ସହିଲାନି ଶରୀର । ରାତି ଦିନ ଅନ୍ତର ଆତ୍ମା କାନ୍ଦିଲା । ଆଜି ନ ହେଲେ ଝଗଡା କାଲି ବନ୍ଦ ହୋଇଯିବ ।

ସବୁ କିଛି ଠିକ ହୋଇଯିବ ଭାବି ଯିଏ ଦିନେ ସବୁ ସହି ଯାଉଥିଲା ଶେଷରେ ସେ ହିଁ ନିସ୍ପତି ନେଲା ଭୁଲ ବାଟ ର ବାଟୋଇ କୁ ଠିକ ରାସ୍ତା ରେ ଆଣିବାକୁ ପଡିବ । ସେଥିପାଇଁ ଥାନା କୁ ଗଲେ ଆଉ ନ୍ୟାୟ ମାଗିଲେ । ପାଣି ଫୋଟକା ଭଳି ମିଳେଇ ଯାଉଥିବା ସବୁ ଆଶା ସ୍ଵପ୍ନ ଫେରାଇବାକୁ ଏବେ ପୋଲିସ ଥାନାର ଦ୍ଵାରସ୍ଥ ହୋଇଛନ୍ତି ଷ୍ଟାର ଶିଂଗର ହ୍ୟୁମାନ ସାଗର ଙ୍କ ସ୍ତ୍ରୀ ଶ୍ରୀୟା ।

କଟକ ର ଗଳି କାନ୍ଦି ରୁ ବାହାରି ଏବେ ଏହି ଖବର ଓଡିଶାରେ କୋଣ ଅନୁକୋଣ ରେ ପହଞ୍ଚିଛି । ହାଟ ରେ ପଡି ଦାଣ୍ଡରେ ପଡିଲାନି ଷ୍ଟାର ଶିଂଗର ଙ୍କ ଘରର କଳି । ସ୍ଵାମୀଙ୍କ ଠାରୁ ସୁରକ୍ଷା ପାଇବାକୁ ଥାନାର ଦ୍ଵାରସ୍ଥ ହୋଇଛନ୍ତି ଶ୍ରୀୟା । ଯୌତୁକ ଜୁଇ ରେ ଜଳିବା ଆଗରୁ ଆଉ କେଉଁ ନାରୀ ସ୍ଵାମୀ ଉପରେ ଭାଗ ବସାଇବା ପୂର୍ବରୁ ସବୁ କିଛି ଠିକ ଠାକ କରିବାକୁ ଚାହିଁ ଛନ୍ତି ଶ୍ରୀୟା ।

କିନ୍ତୁ ହ୍ୟୁମାନ ଙ୍କ ବିରୁଦ୍ଧରେ ଆସୁଥିବା ଅଭିଯୋଗ ଏବେ ସଙ୍ଗିନ ହେବାରେ ଲାଗିଛି । ସେ ମଦ ପିଇ ମାଡ ମାରନ୍ତି ଆଉ ଯୌତୁକ ଦାବି କରନ୍ତି । କଥା କଥାରେ ଆକ୍ରମଣ ଓ ଜୀବନରୁ ମାରି ଦେବାକୁ ଧମକ ଦେବା ଭଳି ତାଙ୍କ ବିରୁଦ୍ଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ଶ୍ରୀୟା । ଗତ କାଲି ଥାନାରେ ହାଜିର ହୋଇଥିଲେ ଉଭୟ ଦମ୍ପତି । ଓଲିଉଡ ଷ୍ଟାର ଙ୍କ ଏହି ପାରିବାରିକ ବିବାଦ ଏବେ ଆଉ ଓଡିଶା ବାସୀ ଙ୍କ ପାଇଁ ନୂଆ ନୁହେଁ ।

କାରଣ ପୂର୍ବର ରୁ ଅଭିନେତା ଅନୁଭବ ଆଉ ବର୍ଷା, ବାବୁସାନ ଆଉ ତୃପ୍ତି ପରି ଏବେ ଚର୍ଚ୍ଚା କୁ ଆସିଛି ହ୍ୟୁମାନ ଶ୍ରୀୟା ବିବାଦ । ପୂର୍ବ ରୁ ଭଜନ ଗାଇବାକୁ ମନା କରିଥିଲେ ବୋଲି ଜଣେ ସଂଗୀତ ନିର୍ଦ୍ଦେଶକ ହ୍ୟୁମାନ ଙ୍କ ବିରୁଦ୍ଧରେ ସ୍ଵର ଉଠାଇ ଥିଲେ । ଏବେ ଷ୍ଟାର ଶିଂଗର ହ୍ୟୁମାନ ସାଗର ଓ ସ୍ତ୍ରୀ ଶ୍ରୀୟା ଙ୍କ ପାରିବାରିକ ବିବାଦ ଥାନା ରେ ପହଞ୍ଚିଛି ।

ହୁଏ ତ ଦୁହିଙ୍କର ବିବାଦ ବହୁତ ଜଲ୍ଦି ଶେଷ ହେବ ବୋଲି ଆସା କରୁଛନ୍ତି ପ୍ରଶଂସକ ମାନେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *