ପାକିସ୍ତାନ ପାଖରେ ବିଶାଳ ଗୁପ୍ତଧନ ଭଣ୍ଡାର, ତଥାପି ଗରିବ କାହିଁକି ? ଦେଖନ୍ତୁ Special Report

ବନ୍ଧୁଗଣ ପାକିସ୍ତାନର ଫୋରଏକ୍ସ ରିଜର୍ଭ ହ୍ରାସ ପାଇ ସବୁଠାରୁ ଖରାପ ସ୍ତରରେ ପହଞ୍ଚିଛି । ଦେଶରେ ଏବେ ଏକ ପ୍ରକାରର ହାହାକାର ଦେଖା ଦେଲାଣି । ଖାଦ୍ଯ ପଦାର୍ଥ ଠାରୁ ଆରମ୍ଭ କରି ରନ୍ଧନ ଗ୍ଯାସ, ବିଦ୍ୟୁତ ଶକ୍ତିରେ ଉତ୍ପାଦନ ଏଠିକାର ସରକାର କଟକଣା ଲାଗୁ କରିଛନ୍ତି । ଲୋକେ ନାହିଁ ନ ଥିବା ସମସ୍ୟାର ସମୁଖିନ୍ନ ଏଉଛନ୍ତି । ହେଲେ ଏ ସବୁକୁ ଗୋଟେ ଗୁପ୍ତ ଧନର ଭଣ୍ଡାର ଭରଣ କରିପାରିବ ।

ପାକିସ୍ତାନ ଅଧିନସ୍ଥ ବଲୁଚି ସ୍ଥାନରେ ରହିଛି ସୁନା ତମ୍ବାର ଖଣିଜ ଭଣ୍ଡାର । ବଲୁଚି ସ୍ଥାନ ସୀମାରେ ଥିବା ଏହି ଖଣିରେ ହଜାର ହଜାର ଟନ ର ସୁନା ପଡିଛି ଯାହା ପାକିସ୍ତାନର କାମରେ ଆସିପାରେ । ହେଲେ ଏ ନେଇ କୌଣସି ରିପୋର୍ଟ ବା ବୟାନ ଆସି ନାହି । କିନ୍ତୁ ଆଶା କରାଯାଉଛି ଯଦି ଏହି ଖଣିକୁ ବିନିଯୋଗ କରା ଯାଅନ୍ତା ତେବେ ପାକିସ୍ତାନ ଆର୍ଥିକ ମାନ୍ଦାବସ୍ଥାରୁ ସହଜରେ ମୁକ୍ତ ହୋଇ ପାରନ୍ତା ।

ବଲୁଚି ସ୍ଥାନରେ ସୀମାରେ ଥିବା ରେକୋଡିକ ମାଇନ ଦୁନିଆର ସବୁଠାରୁ ବଡ ସୁନା ଓ ତମ୍ବା ଖଣିରୁ ଗୋଟିଏ । ଏହି ଖଣି ବଲୁଚି ସ୍ଥାନର ଚଗାଇ ଜିଲ୍ଲା ରେକୋଦିକ ଅଞ୍ଚଳରେ ଏକ ସୁପ୍ତ ଆଗ୍ନେୟଗିରି ପାଖରେ ରହିଛି । ଖବର ମୁତାବକ ପାକିସ୍ତାନ ସରକାର ପାଖରେ ଏହି ହାନି ଆକାରରେ ବଡ ଗୁପ୍ତ ଧନ ଭଣ୍ଡାର ରହିଛି । ଅନୁମାନ କରାଯାଉଛି ଏଠାରେ 590 କୋଟି ଟନ ର ଖଣିଜ ଭଣ୍ଡାର ରହିଛି ।

ଏଠାରେ ଟନ ଖଣିଜ ରେ ପାଖାପାଖି 0.22 ଗ୍ରାମର ସୁନା ଓ ପାଖାପାଖି 0.44 ତମ୍ବା ମିଳିପାରିବ । ବଲୁଚି ସ୍ଥାନ ଏପରି ଏକ ଭୂ-ଖଣ୍ଡ ଯାହା ଅନେକ ଖଣିଜ ସମ୍ପଦ ରେ ଭରପୁର । 1995ରେ ଏହି ଖଣି କୁ ପ୍ରଥମେ ଖୋଲା ଆରମ୍ଭ କରାଯାଇଥିଲା । ପ୍ରଥମ 4 ମାସରେ ଏହି ଖଣି ରୁ 200 ଏଜି ସୁନା ଓ 1700 କେଜି ତମ୍ବା ମିଳିଥିଲା । ସମୁଦାୟ ଏହି ଖଣିରେ ପାଖାପାଖି 40 କୋଟି ଟନ ସୁନା ଥାଇପାରେ ବୋଲି ଭୂତତ୍ତ୍ଵ ବିତ ମାନେ କହିଛନ୍ତି ।

ଏହି ଖଣିରୁ 2 ଲକ୍ଷ କୋଟିରୁ ଅଧିକ ଖଣିଜ ସମ୍ପଦ ମିଳିପାରିବ । ହେଲେ 2011ରେ ଖନନ ଯୋଜନାକୁ ନିଲମ୍ବନ କରାଯାଇଥିଲା । କାରଣ ପାକିସ୍ତାନ ବେରିକ ଆଣ୍ଡ ଏଣ୍ଟଫଗାଷ୍ଟା ପିଏଲସି ଉପରେ ଲାଇସେନ୍ସ ଦେବାକୁ ମନା କରି ଦେଇଥିଲା । ସେବେ ଠାରୁ ଏହି ଖଣିକୁ ନେଇ ବିବାଦ ଚାଲିଛି । ଉଭୟ ପାକିସ୍ତାନ ଓ ବଲୁଚି ସରକାରଙ୍କ ଉପରେ ଅଧିକାର ଥିଲେ ବି କୌଣସି ସମାଧାନ ହେଉ ନାହି ।

କିନ୍ତୁ ଏହି ସମସ୍ୟାକୁ ଅପୋଷ ସମାଧାନ କରି ପାରିଲେ ପାକିସ୍ତାନ ଅତି ସହଜରେ ଦୂରାବସ୍ଥାକୁ ଏଡାଇ ପାରିବ ବୋଲି କୁହା ଯାଉଛି । ରେକଡିକ କପର ଆଣ୍ଡ ଗୋଲ୍ଡ ମାଇନିଙ୍ଗ ରୁ ସୁନା କାଢିବା ଯଦିଓ ଏବେ ପାକିସ୍ତାନ ପାଇଁ ଜଟିଳ ବେପାର ହେଲେ ବି ଦୁଇ ଦେଶ ମିଶି ସମାଧାନ କରିପାରିବେ । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *