WeddingWire India ତରଫରୁ ଆସିଲା ନୂଆ ତଥ୍ୟ, ମହଙ୍ଗା ହେଉଛି ବାହାଘର… କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ନମସ୍କାର ବନ୍ଧୁଗଣ, ମହଙ୍ଗା ହେଉଛି ବାହାଘର । ଦେଶରେ ବଢିବାରେ ଲାଗିଛି ବାହାଘର ଖର୍ଚ୍ଚ । କୋରୋନା ମହାମାରୀ ଜନିତ କଟକଣା ପାଇଁ 2020 ଓ 2021 ଅପେକ୍ଷାକୃତ କମ ସଂଖ୍ୟକ ବାହାଘର ହୋଇଥିଲା । ହେଲେ 2022ରେ ବିବାହ ସଂଖ୍ୟା ବୃଦ୍ଧି ପାଇଛି । ଦିନକୁ ଦିନ ବାହାଘର ଖର୍ଚ୍ଚ ମହଙ୍ଗା ହେବାରେ ଲାଗିଛି । ବିବାହ ପ୍ରଯୁକ୍ତି ପ୍ଲାଟ ଫର୍ମ ୱେଡିଙ୍ଗ ୱେୟାର ଇଣ୍ଡିଆ ତଥ୍ୟ ରୁ ଏ କଥା ଜଣା ପଡିଛି ।

ୱେଡିଙ୍ଗ ୱେୟାର ଇଣ୍ଡିଆ ର ମୁଖ୍ୟ ନାମ କୁବେ କହିଛନ୍ତି ଯେ 2020-21 ରେ କୋରୋନା ମହାମାରୀ ଜନିତ କଟକଣା ପାଇଁ ଅନେକଙ୍କ ବାହାଘର ହୋଇପାରି ନ ଥିଲା । ତେଣୁ ସେମାନେ 2022 କୁ ଅପେକ୍ଷା କରିଥିଲେ । ବାହାଘର ଉଶ୍ଚବ କୁ ସ୍ମରଣୀୟ କରିବା ପାଇଁ ଅନେକ ପ୍ରସ୍ତୁତି ହୋଇଥିଲେ ବି ପୁର୍ବରୁ ଖର୍ଚ୍ଚ ପାଇଁ ରଖା ଯାଇଥିବା ବଜେଟ ରେ ସେତେଟା ପରିବର୍ତ୍ତନ ଅଣାଯାଇ ନ ଥିଲା ବୋଲି ସେ କହିଛନ୍ତି ।

2021 ରେ ବାହାଘରର ହାରାହାରି ଖର୍ଚ୍ଚ 21 ଲକ୍ଷ ଟଙ୍କା ଥିଲା । କିନ୍ତୁ 2022 ରେ ଏହା ବୃଦ୍ଧି ପାଇ 28 ଲକ୍ଷ ରେ ପହଞ୍ଚିଛି । 2021 ତୁଳନାରେ 2022 ରେ 33.33% ଖର୍ଚ୍ଚ ବୃଦ୍ଧି ପାଇଛି । ଅନେକ ବିବାହ ଉଶ୍ଚବ କୁ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ହୋଇଛି । 60 ପ୍ରତିଶତ ବାହାଘର 100 ଜଣ ରୁ କମ ଅତିଥିଙ୍କୁ ନେଇ ହୋଇଛି । କେବଳ 13 ପ୍ରତିଶତ ବାହାଘର 300 ରୁ ଅଧିକ ଅତିଥି ଙ୍କୁ ନେଇ ହୋଇଛି ।

2020 ଓ 2021 ରେ କୋରୋନା କଟକଣା ପାଇଁ ଅନେକ ବାହାଘର ହୋଇପାରି ନ ଥିଲା । 2022 ରେ ଅନେକ ବାହାଘର ଖୁବ ଧୂମ ଧାମ ରେ ହୋଇଛି । 2022 ରେ ଡିସେମ୍ବର ମାସରେ ଅଧିକ ହୋଇଛି । ବର୍ଷକର ମୋଟ ବିବାହ ମଧ୍ୟରୁ 21.5% ଡିସେମ୍ବର ରେ ହୋଇଥିଲା । ଏହା ପଛକୁ ଫେବ୍ରୁଆରି ରେ 15.49% ବାହାଘର ହୋଇଥିଲା । ତାରିଖ ହିସାବ ରେ ଡିସେମ୍ବର 2 ରେ ହୋଇଛି ସବୁଠାରୁ ଅଧିକ ବାହାଘର ।

ଆଉ ବାର ହିସାବ ରେ ଦେଖିଲେ ରବିବାର ସବୁଠୁ ଅଧିକ ବାହାଘର ହୋଇଥିଲା । 20% ଲୋକ ରବିବାର ଦିନ ବାହା ହେବାକୁ ପସନ୍ଦ କରିଛନ୍ତି । ଏହା ପଛକୁ ଶୁକ୍ରବାର ରେ 19.7% ବାହାଘର ହୋଇଛି । ବଡ ସହର ମଧ୍ୟରେ ଦିଲ୍ଲୀ ରେ ସବୁଠାରୁ ଅଧିକ ବିବାହ ହୋଇଛି । ଦିଲ୍ଲୀ ପଛକୁ ବ୍ୟାଙ୍ଗାଲୋର ଓ ମୁମ୍ବାଇ ରେ ବିବାହ ହୋଇଛି ।

2020 ମସିହାରେ ଦିଲ୍ଲୀ ରେ ସର୍ବାଧିକ ବାହାଘର ହୋଇଥିଲା । ତ୍ରିପୁରା, ସିକିମ ଓ ଇମ୍ପାଲା ରେ ସବୁଠାରୁ କମ ସଂଖ୍ୟକ ବାହାଘର ରହିଛି ।  ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *